ଶୀଘ୍ର କରନ୍ତୁ ଆବେଦନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଖାଲି ପଡିଛି ୪,୦୭୦ ପଦବୀ

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ତେବେ ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ ପକ୍ଷରୁ ବମ୍ପର ନିଯୁକ୍ତି ସୁଯୋଗ ଆସିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ୪,୦୭୦ ନର୍ସିଂ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ୩୦ଟି ଜିଲ୍ଲାର ୧୩ଟି ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ନିୟୋଜିତ ହେବେ। ଶିକ୍ଷାଗତ ଯୋଗ୍ୟତା ଏବଂ ପରୀକ୍ଷା ସହିତ ଅନ୍ୟାନ୍ୟ ବିବରଣୀ ପାଇଁ, OSSSC ୱେବସାଇଟ୍ ଭିଜିଟ୍ କରି ଜାଣିପାରିବେ।

*ପଦବୀ ସଂଖ୍ୟା:- ୪,୦୭୦

*ଅବେଦନ ତାରିଖ:-

ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ: ୧୪ ମଇ ୨୦୨୨
ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ଶେଷ: ୦୬ ଜୁନ୍ ୨୦୨୨

*ବୟସ ସୀମା:-

ସର୍ବନିମ୍ନ ବୟସ ସୀମା- ୨୧ ବର୍ଷ
ସର୍ବାଧିକ ବୟସ ସୀମା- ୩୮ ବର୍ଷ
SC/ST/SEBC/ମହିଳା ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା ୫ ବର୍ଷ ପର୍ଯ୍ୟନ୍ତ କୋହଳ।
ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଉପର ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ

*ବେତନ:-

ପେ ସ୍କେଲ ୨୯୨୦୦- ୯୨୩୦୦ ଟଙ୍କା

Leave A Reply

Your email address will not be published.