Ration Card : ମିଳିବନି ଫ୍ରି ରାସନ, ଯଦି ଘରେ ରହିଛି ଏହି ୬ଟି ଜିନିଷ,ଜାଣନ୍ତୁ କଣ କଣ ?

0

Get real time updates directly on you device, subscribe now.

Ration Card : ଯଦି ଆପଣ ରାସନ୍ ନିଅନ୍ତି, ତେବେ ଏହି ଖବର ଆପଣଙ୍କର ବହୁତ୍ କାମରେ ଆସିବ । ବାସ୍ତବରେ ନିକଟରେ ସରକାର ରାସନ୍ କାର୍ଡକୁ ନେଇ ନୂଆଁ ନିୟମ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଯଦି ଆପଣ ଏହି ନିୟମକୁ ମାନିବେ ନାହିଁ, ତେବେ ଆପଣଙ୍କୁ ମିଳୁଥିବା ଫ୍ରି ରାସନ୍ ବନ୍ଦ ହୋଇପାରେ । ଆପଣଙ୍କୁ ରାସନ୍ କାର୍ଡ ନେଇ ସରେଣ୍ଡର କରିବାକୁ ପଡ଼ିବ । କାରଣ ଯଦି ଆପଣ ଏପରି ନ କରନ୍ତି ତେବେ ସରକାରଙ୍କ ଦ୍ଵାରା 27 ଟଙ୍କା କିଲୋର ଗହମର ପେନାଲ୍ଟି ଲଗାଯିବ ଏବଂ ଏହି ପେନାଲ୍ଟି ସେବେଠାରୁ ଲାଗିବ, ଯେବେଠୁ ଆପଣ ରାସନ୍ ନେବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ, ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ ।

ଆପଣଙ୍କୁ କହିରଖୁଛୁ ଯେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ତୁରନ୍ତ ନିଜ ରାସନ୍ କାର୍ଡ ସରେଣ୍ଡର କରିଦେବା ଉଚିତ୍ ।

– ଗରିବ ସୀମାରେଖା ତଳେ ନ ଥିବା ବ୍ୟକ୍ତି

– ଘରେ ଅନେକ ସୁଖ ସୁବିଧା ଥିବା ସତ୍ତ୍ବେ ରାସନ୍ ନେଉଥିବା ବ୍ୟକ୍ତି

– ଯଦି ପରିବାରର ସଦସ୍ୟ ସରକାରୀ ସେବାରେ ଅଛନ୍ତି

– ପରିବାରର ମାସିକ ଆୟ 3 ହଜାର ଟଙ୍କାରୁ ଅଧିକ ଥିଲେ

– APL ପାଇଁ ପାରିବାରିକ ଆୟ ମାସିକ 10 ହଜାର ଟଙ୍କାରୁ ଅଧିକ ଥିଲେ

– ଗୋଟିଏରୁ ଅଧିକ ସ୍ଥାନରେ ରାସନ୍ କାର୍ଡ ଥିଲେ ।

ବର୍ତ୍ତମାନ ସରକାର ରାସନ୍ କାର୍ଡ ପାଇଁ ନୂତନ ନିୟମ କରି ରାସନ୍ କାର୍ଡ ସରେଣ୍ଡର କରିବାକୁ କହିଛନ୍ତି । ଯଦି ଆପଣ ଏହି ନିୟମକୁ ଅଣଦେଖା କରନ୍ତି, ତେବେ ଆପଣଙ୍କର କ୍ଷତି ହୋଇପାରେ ଏବଂ ଆପଣଙ୍କ ଠାରୁ ଏହାର ମୂଲ୍ୟ ଆଦାୟ କରାଯାଇପାରେ । କେବଳ ଏତିକି ନୁହେଁ, ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ ।

ବର୍ତ୍ତମାନ ନିକଟରେ ସରକାର ଜାଣିବାକୁ ପାଇଲେ ଯେ ଏପରି ଅନେକ ଲୋକ ମଧ୍ୟ ରାସନ୍ ନେଉଛନ୍ତି, ଯେଉଁ ଲୋକମାନେ ଏଥିପାଇଁ ଯୋଗ୍ୟ ନୁହଁନ୍ତି । ସେହିପରି ଏପରି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଯୋଗ୍ୟ ହୋଇଥିଲେ ମଧ୍ୟ ଏହାର ଲାଭ ପାଇପାରୁ ନାହାନ୍ତି । ତେଣୁ ବର୍ତ୍ତମାନ ସରକାରଙ୍କ ତରଫରୁ ଅଯୋଗ୍ୟ ଲୋକଙ୍କୁ ତୁରନ୍ତ ରାସନ୍ କାର୍ଡ ସରେଣ୍ଡର କରିବାକୁ କୁହାଯାଉଛି । ଯଦି କୌଣସି ଅଯୋଗ୍ୟ ବ୍ୟକ୍ତି ରାସନ୍ କାର୍ଡ ସରେଣ୍ଡର ନ କରନ୍ତି, ତେବେ ଯାଞ୍ଚ ପରେ ତା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ଲୋକମାନେ ମଧ୍ୟ ରାସନ୍ ନେବାକୁ ଯୋଗ୍ୟ ନୁହଁନ୍ତି :-

ଯେଉଁ ପରିବାର ପାଖରେ କାର, ଟ୍ରାକ୍ଟର, ଏସି, ହାର୍ଭେଷ୍ଟର, ପାଞ୍ଚ କେଭି କିମ୍ବା ଅଧିକ କ୍ଷମତା ଥିବା ଜେନେରେଟର, 100 ବର୍ଗ ମିଟରର ଫ୍ଲାଟ କିମ୍ବା ଘର, ପାଞ୍ଚ ଏକରରୁ ଅଧିକ ଜମି, ଏକରୁ ଅଧିକ ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଟ୍ୟାକ୍ସ ଦେଉଥିବା ବ୍ୟକ୍ତି, ଗାଁରେ ପରିବାରର ଆୟ ବାର୍ଷିକ 2 ଲକ୍ଷ ଏବଂ ସହରରେ ପରିବାରର ଆୟ ମାସିକ 3 ଲକ୍ଷ ଟଙ୍କା ରହିଛି ସେମାନେ ରାସନ୍ ନେବାପାଇଁ ଯୋଗ୍ୟ ନୁହଁନ୍ତି ।

Leave A Reply

Your email address will not be published.