ଦୁଇ ବୋତଲ ମଦ ପିଇବା ପରେ ମଧ୍ୟ ନିଶା ନହେବାରୁ ଅପମିଶ୍ରଣର ଅଭିଯୋଗ ଆଣିଲେ ଯୁବକ

0

Get real time updates directly on you device, subscribe now.

ଗୋଟିଏ ନୁହେଁ । ୪ଟି ବୋତଲ କିଣି ମଦ ପିଇଲେ । ହେଲେ ନିଶା ବିଲକୁଲ୍ ଧରିଲାନି । ଫଳରେ ବ୍ୟକ୍ତି ଜଣକ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।  ମଧ୍ୟପ୍ରଦେଶର ଉଜ୍ଜୟୀନ ଜିଲ୍ଲାରୁ ଏକଳି ଏକ ରୋଚକ ଖବର ଆସିଛି । ଜଣେ ମଧ୍ୟବୟସ୍କ ବ୍ୟକ୍ତି ମଦ୍ୟପାନ କରିବା ପରେ ନିଶା ହୋଇ ନଥିବା ଅଭିଯୋଗ କରିଛନ୍ତି ।

ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ମିଳୁଥିବା ମଦରେ  ଅପମିଶ୍ରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ମଧ୍ୟପ୍ରଦେଶ ଅବକାରୀ ମନ୍ତ୍ରୀ ଓ ରାଜ୍ୟ ଗୃହମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ହେଉଛନ୍ତି ଲୋକେନ୍ଦ୍ର ସାଥିୟା । ଉଜ୍ଜୟୀନ ବାହାଦୁର ଗଞ୍ଜର ତାଙ୍କ ଘର । ସେ ଗତ ଏପ୍ରିଲ ୧୨ ତାରିଖରେ ଏକ ଦୋକାନରୁ ସିଲ୍ ଥିବା ୪ଟି କ୍ୱାର୍ଟରର ଦେଶୀ ଲିକର କିଣିଥିଲେ । କିନ୍ତୁ ୪ଟା ଯାକ ପିଇବା ପରେ ମଧ୍ୟ ତାଙ୍କୁ ନିଶା ହୋଇ ନଥିଲା । ଏନେଇ ସେ କିଣିଥିବା ମଦ ଦୋକାନ ଯାଇ ଅଭିଯୋଗ କରିଥିଲେ । ପରେ ସେ ମଧ୍ୟପ୍ରଦେଶ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଅପମିଶ୍ରଣ କଥା ଉଠାଇଛନ୍ତି ।

ସେ କହିଛନ୍ତି କି ବାକି ଦୁଇଟି ବୋତଲର ସିଲ୍ ଖୋଲିନାହିଁ । ଦରକାର ହେଲେ ପ୍ରମାଣ ଆକାରରେ ମୁଁ ତଦନ୍ତ କରୁଥିବା ଅଧିକାରୀଙ୍କୁ ଦେବି ବୋଲି । ସେ ଆହୁରି କହିଛନ୍ତି ଯେ, ଖାଦ୍ୟ ସାମଗ୍ରୀ, ତେଲ ଏବଂ ଅନ୍ୟାନ୍ୟ ଜିନିଷରେ ଅପମିଶ୍ରଣର ଖବର ସାମ୍ନାକୁ ଆସୁଛି । କିନ୍ତୁ ବର୍ତ୍ତମାନ ମଦରେ ମଧ୍ୟ ଅପମିଶ୍ରଣ କରାଯାଉଛି । ଏହା ଠିକ୍ ନୁହେଁ । ମୁଁ ଗ୍ରାହକ ଫୋରମକୁ ଯିବି । ମୁଁ ଗତ ଦୁଇ ଦଶନ୍ଧି ଧରି ସେ ମଦ ପିଉଛି । ଏହାର ସ୍ୱାଦ ଓ ଗୁଣ ବିଷୟରେ ମୋତେ ଭଲଭାବେ ଜଣା । ସେଥିପାଇଁ ମୁଁ ଜାଣିପାରିଲି ।

ସେହିପରି ଆଉ ଏକ ଚିଠି ଅବକାରୀ ବିଭାଗକୁ ପଠାଇଛନ୍ତି । ରାଜ୍ୟରେ ନକଲି ମଦ ବିକ୍ରି ହେଉଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗରେ  ସେ କିଣିଥିବା ମଦ କମ୍ପାନୀର ନାମ ଉଲ୍ଲେଖ କରିଛନ୍ତି । ମଦ ବୋତଲ ର ଫୋଟ ମଧ୍ୟ ଦେଇଛନ୍ତି । ମଦରେ ଅଧିକ ପାଣି ମିଶା ଯାଉଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଦୁଇଟି ମଦ ବୋତଲ କିଣି ଅବକାରି ବିଭାଗକୁ  ଯାଞ୍ଚ ପାଇଁ ନିବେଦନ କରିଛନ୍ତି । ପରୀକ୍ଷା କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଘଟଣାର ତଦନ୍ତ ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.