ବିଜନେସ ଆଇଡ଼ିଆ: ବିବାହ ସିଜନ ଆସିବା ମାତ୍ରେ ଆରମ୍ଭ କରନ୍ତୁ କ୍ୟାଟରିଙ୍ଗ ବ୍ୟବସାୟ,କମ ନିବେଶରେ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ଆୟ

0

Get real time updates directly on you device, subscribe now.

ଆଜିର ସମୟରେ ବିବାହ କରିବା ତରିକା ବଦଳି ଗଲାଣି|ଏଵେ ଲୋକମାନେ ବିବାହକୁ ଏକ ପର୍ବ ଭଳି ପାଳନ କରୁଛନ୍ତି|ଏଥିପାଇଁ ବିବାହରେ ଜମେଇକି ଟଙ୍କା ଖର୍ଚ୍ଚ କରନ୍ତି|ତେଣୁ ବିବାହ ସିଜନ ସମୟରେ ଏପରି ଏକ ଆଇଡ଼ିଆ ଦେବାକୁ ଯାଉଛି ଯେଉଁଥିରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରିବେ|ଏହା ହେଉଛି କ୍ୟାଟରିଙ୍ଗ ବ୍ୟବସାୟ|

ଏଵେ ଦେଶସାରା ବହୁ ବିବାହ ହେଉଛି|ଏହାସହ ଲୋକମାନେ ଜନ୍ମଦିନ ପାର୍ଟି,ବିବାହ ବାର୍ଷିକୀ ଅବସରରେ ପାର୍ଟି ଆୟୋଜନ କରୁଛନ୍ତି|ତେଣୁ ସମସ୍ତଙ୍କୁ ଭଲ କ୍ୟାଟର୍ସ ଆବଶ୍ୟକ|ଯଦି ଆପଣ ଏହି ବ୍ୟବସାୟ ଆରମ୍ଭ କରନ୍ତି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ|

ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରିବ|ଏଥିରେ ଆପଣ ୧୦-୧୫ ହଜାର ନିବେଶ କରି ଅତିକମରେ ୧ ଲକ୍ଷ ଟଙ୍କା ଲାଭ କରିପାରିବେ|ଆରମ୍ଭରୁ ଏହି ବ୍ୟବସାୟରେ ଆପଣ ୨୦-୨୫ ହଜାର ଟଙ୍କା ଆୟ କରି ପାରିବେ|ଏହାପରେ ୧ ଲକ୍ଷ ପର୍ଯ୍ୟନ୍ତ ଆୟ କରି ପାରିବେ|

ଏହି ବ୍ୟବସାୟ ଆରମ୍ଭ ପାଇଁ ଆପଣଙ୍କୁ କିଛି ରୋଷେଇ ସାମଗ୍ରୀ,ରାସନ ଓ ପ୍ୟାକେଜିଙ୍ଗ ପାଇଁ ନିବେଶ କରିବାକୁହେବ|ଏହାପରେ ଆପଣ ଧିରେଧିରେ ନିବେଶ କରି ଏହାକୁ ବଢାଇ ପାରିଵେ|ଆରମ୍ଭରେ ଆପଣ ଜନ୍ମଦିନ ପାର୍ଟି ବା ହାଉସ ପାର୍ଟିରେ କାମ କରି ଏହି ବ୍ୟବସାୟ ଆରମ୍ଭ କରି ପାରିବେ|ପରେ ଆପଣ ବଡ ଲେବଲ ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ|

ଏହି ବ୍ୟବସାୟରେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁହେବ|ଏଭଳି ଆପଣ ପାର୍ଟିରେ ୧୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ|ମାନେ ଗୋଟିଏ ମାସରେ ଆପଣ ୯୦ ହଜାର ପର୍ଯ୍ୟନ୍ତ ଆୟ କରି ପାରିବେ

Leave A Reply

Your email address will not be published.