ଡ୍ରାଇଭର ଚାକିରି କରି ପରିବାର ପୋଷୁଥିବା ବ୍ୟକ୍ତି ରାତାରାତି ହୋଇଗଲେ କୋଟିପତି, ୫୯ ଟଙ୍କା ଲଗାଇ ଜିତିଲେ 2 କୋଟି ଟଙ୍କା

0

Get real time updates directly on you device, subscribe now.

ଆମେ ସମସ୍ତେ ଜାଣିଛନ୍ତି ଯେ ଆଜିକାଲି ସାରା ଦେଶରେ IPL 2022 ପୁରା ଜୋର୍ ସୋରରେ ଚାଲିଛି । କ୍ରିକେଟ ପ୍ରେମୀମାନେ ସବୁ ମ୍ୟାଚ୍ ଦେଖୁଛନ୍ତି । ଏହାସହିତ ବହୁତ୍ ଲୋକ ଏପରି ମଧ୍ୟ ଅଛନ୍ତି, ଯେଉଁମାନେ କୋଟିପତି ମଧ୍ୟ ହେଉଛନ୍ତି । ଏହିପରି କିଛି ଭାଗ୍ୟଶାଳୀ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ସାରଣ ଜିଲ୍ଲାର ରମେଶ କୁମାର ।

ଗାଡ଼ି ଚଳାଇ ପରିବାର ପୋଷୁଥିବା ବ୍ୟକ୍ତିଙ୍କ ରାତାରାତି ବଦଳିଗଲା ଭାଗ୍ୟ :-

ଆପଣଙ୍କୁ କହିରଖୁଛୁ ଯେ ବିହାରର ସାରଣ ଜିଲ୍ଲାର ବାସିନ୍ଦା ରମେଶ କୁମାର ବୃତ୍ତିରେ ଜଣେ କାର ଡ୍ରାଇଭର । ରମେଶ କୁମାର ଗାଡ଼ି ଚଳାଇ ନିଜ ପରିବାରର ପେଟ ପୋଷନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି । ବାସ୍ତବରେ ରମେଶ କୁମାର DREAM-11 ରେ ଆଇପିଏଲ ଟିମ୍ ବାଛି 2 କୋଟି ଟଙ୍କା ଜିତିଛନ୍ତି । DREAM-11 ରେ ରମେଶ କୁମାର ଦ୍ଵାରା ବଛା ଯାଇଥିବା ଆଇପିଏଲ ଟିମ୍ ସାରାଦେଶରେ ନମ୍ୱର୍ ୱାନ ହେଇଛି ଏବଂ ସେ 2 କୋଟି ଟଙ୍କା ପୁରସ୍କାର ଜିତିଲେ ।

DREAM-11 ରେ ଟିମ୍ ତିଆରି କରି କୋଟିପତି ହୋଇଥିବା ରମେଶ କୁମାରଙ୍କ ଘରେ ଖୁସିର ବାତାବରଣ ରହିଛି । କାହାର ବି ଏହି କଥାକୁ ବିଶ୍ବାସ କରିବା କଷ୍ଟକର ହେଉଛି ଯେ ତାଙ୍କୁ ଏତେ ଟଙ୍କା ମିଳିଛି, ଯାହା ବିଷୟରେ ସେ କେବେ ସ୍ବପ୍ନରେ ମଧ୍ୟ ଭାବିନଥିଲେ ।

59 ଟଙ୍କା ଲଗାଇ ଜିତିଲେ 2 କୋଟି ଟଙ୍କା :-

ମିଳିଥିବା ସୂଚନା ଅନୁଯାୟୀ, ରମେଶ କୁମାର ସାରଣ ଜିଲ୍ଲାର ଅମନୌର ବ୍ଳକର ରସୁଲପୁର ଗାଁର ବାସିନ୍ଦା ଅଟନ୍ତି । ତାଙ୍କ ବାପା ମଜୁରିଆ ଅଟନ୍ତି । ନିଜେ ରମେଶ କୁମାର ପଶ୍ଚିମ ବଙ୍ଗରେ କାର ଚଳାଇ ଦୁଇ ପଇସା ରୋଜଗାର କରନ୍ତି, ଯେପରିକି ସେ ନିଜ ପରିବାର ପୋଷିପାରିବେ । ବର୍ତ୍ତମାନ କାର ଚଳାଇ ପେଟ ପୋଷୁଥିବା ସେହି ରମେଶ ରାତାରାତି କୋଟିପତି ହୋଇଛନ୍ତି ।

ଅମନୌର ଥାନା ଅଞ୍ଚଳର ରମେଶ କୁମାର ଡ୍ରିମ୍ 11 ଉପରେ ଏପରି ଆଇପିଏଲ ଟିମ୍ ତିଆରି କଲେ, ଯାହା ସାରା ଦେଶରେ ନମ୍ୱର୍ ୱାନ ହେଲେ । ରମେଶ କୁମାର ଏକ ସପ୍ତାହ ପୂର୍ବେ ହିଁ ପଶ୍ଚିମବଙ୍ଗରୁ ଘରକୁ ଫେରିଛନ୍ତି । ରମେଶ କହିଛନ୍ତି ଯେ ସେ ବର୍ଷ ବର୍ଷ ଧରି ଡ୍ରିମ୍ 11 ରେ ଟିମ୍ ତିଆରି କରୁଛନ୍ତି ।

ଗତ ମଙ୍ଗଳବାର ଦିନ ପଞ୍ଜାବ କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପୂର୍ବରୁ ଆଇପିଏଲର ଗୋଟିଏ ଟିମ୍ ତିଆରି କରିଥିଲେ । ସେ ଏହି ଟିମରେ କଗିସୋ ରବାଡ଼ାଙ୍କୁ କ୍ୟାପଟେନ ଏବଂ ଶିଖର ଧବନଙ୍କୁ ଉପ କ୍ୟାପଟେନ କରିଥିଲେ । ଏହି ମ୍ୟାଚରେ କଗିସୋ ରବାଡ଼ା ତିନୋଟି ୱିକେଟ ନେଇଥିଲେ । ଶିଖର ଧବନ୍ ଭଲ ଇନ୍ସିସ ଖେଳିଥିଲେ । ମ୍ୟାଚ୍ ଶେଷ ହେବାପରେ ରମେଶ କୁମାରଙ୍କ ଦ୍ଵାରା ତିଆରି କରାଯାଇଥିବା ଟିମକୁ ସବୁଠାରୁ ଅଧିକ ଅଙ୍କ ମିଳିଲା ଏବଂ ତାଙ୍କର ଆଇପିଏଲ ଟିମ୍ ଦେଶରେ ପ୍ରଥମ ନମ୍ବରରେ ରହିଲା ।

ଏହାପରେ ରମେସଙ୍କୁ ଦୁଇ କୋଟି ଟଙ୍କା ଜିତିବାର ମେସେଜ ମିଳିଲା, ଯାହାପରେ ତାଙ୍କ ଖୁସିର ଠିକଣା ରହିଲା ନାହିଁ । ଜିଏଷ୍ଟି କାଟିବା ପରେ ତାଙ୍କ ଖାତାରେ 1 କୋଟି 40 ଲକ୍ଷ ଟଙ୍କା ଆସିଗଲା । ରମେଶ କୁମାର ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କାଲି ଯାଏଁ ଯାହାକୁ କେହି ବି ଜାଣି ନଥିଲେ, ଆଜି ଦିନରେ ସେ ହିରୋ ହୋଇଯାଇଛନ୍ତି ।

Leave A Reply

Your email address will not be published.