ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ୫୦ ହଜାର ଯୁବତୀଙ୍କ ଚିଠି, ଲେଖିଲେ ‘ ମାମୁଁ ‘ ଆପଣଙ୍କ ଶାସନରେ ଆମ ଜୀବନ…….

0

Get real time updates directly on you device, subscribe now.

ସରକାରଙ୍କ କାମ ହେଉଛି ଏପରି ଯୋଜନା ତିଆରି କରିବା, ଯାହାଦ୍ଵାରା ସାଧାରଣ ଲୋକଙ୍କର ଫାଇଦା ହେବ । ଏହାସହିତ ଯୋଜନା କେବଳ କାଗଜରେ ନୁହେଁ ବରଂ ତାର ଫାଇଦା ଜମିରେ ମଧ୍ୟ ଦେଖାଯିବା ଅଟେ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଗୋଟିଏ ଯୋଜନାର ଲାଭ ଯେତେବେଳେ ଜମିରେ ଓହ୍ଲାଇଲା ଏବଂ ଲୋକଙ୍କର ଫାଇଦା ହେଲା, ସେତେବେଳେ ସେମାନେ ପ୍ରଶଂସା ଏବଂ ଧନ୍ୟବାଦ୍ ଦେବାକୁ ଭୁଲିଲେ ନାହିଁ । ଜନତା କୃତଜ୍ଞତା ଜଣାଇବା ମଧ୍ୟ ଜରୁରୀ ଅଟେ, କାରଣ ଏହାଦ୍ବାରା ସରକାରଙ୍କର ଭଲ କାମ କରିବାପାଇଁ ଉତ୍ସାହ ବଢେ ।

ମାମୁଁଙ୍କ କାମରେ ଝିଅମାନେ ଖୁସି :-

ମଧ୍ୟପ୍ରଦେଶରେ ଭଉଣୀମାନଙ୍କର ‘ଭାଇ’ ଏବଂ ପିଲାମାନଙ୍କର ‘ମାମୁଁ’ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପାଖକୁ ଚିଠିର ବନ୍ୟା ଆସିଛି । ସାରା ରାଜ୍ୟରେ ଝିଅମାନେ 50 ହଜାରରୁ ଅଧିକ ହାତ ଲେଖା ଚିଠି ସିଏମ ଶିବରାଜଙ୍କ ନାମରେ ପଠାଇଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ହିଁ ଏହି ସୂଚନା ଦେଇଛନ୍ତି ।

CM ଶିବରାଜ କହିଛନ୍ତି ଯେ ରାଜ୍ୟର 50 ହଜାରରୁ ଅଧିକ ଝିଅମାନେ ଆଜି ଚିଠି ଲେଖି ଲାଡଲି ଲକ୍ଷ୍ମୀ ଯୋଜନାର ଲାଭ ମିଳିବାରୁ ନିଜ ଅଧ୍ୟୟନ ଯାତ୍ରାକୁ ସୁଗମ କହି କୃତଜ୍ଞତା ଜଣାଇଛନ୍ତି ।

ଚିଠି ପାଇ ମାମୁଁ ଖୁସି :-

ଏହି ଚିଠିଗୁଡିକୁ ପାଇ ଖୁସିରେ ପ୍ରଦେଶର ମୁଖିଆ କହିଛନ୍ତି ଯେ, ଝିଅମାନେ ମୁଁ ଥିବା ପର୍ଯ୍ୟନ୍ତ ତୁମମାନଙ୍କ ପାଠପଢ଼ା ରାସ୍ତାରେ କୌଣସି ବାଧା ଆସିପାରିବ ନାହିଁ । ତୁମେ ପାଠ ପଢ଼, ଆଗକୁ ବଢ଼, ମୋର ଶୁଭେଚ୍ଛା, ଆଶୀର୍ବାଦ ତୁମ ସହିତ ଅଛି |

ରାଜ୍ୟର ଜଣେ ନିରୀହ ମୟରିନ୍ ଖାନ ମଧ୍ୟ ନିଜର ଗୋଟିଏ ଚିଠି ମାମୁଁଙ୍କ ନାଁରେ ପଠାଇଲେ ଏବଂ ସେଥିରେ ଝିଅମାନଙ୍କ ଉପରେ ଆତ୍ମ-କବିତା ଲେଖିଥିଲେ । ଏହା ସହିତ ଲାଡଲି ଲକ୍ଷ୍ମୀ ଯୋଜନା ପରେ ଚିଠିରେ ସେ ସମାଜର ମନୋଭାବର ପରିବର୍ତ୍ତନ ବିଷୟରେ କହିଥିଲେ । CM ଏହି ସ୍ୱତନ୍ତ୍ର ଚିଠିକୁ ପଢ଼ିବା ପରେ ମୟରିନଙ୍କ ସହ ଫୋନ୍ କଲରେ କଥା ମଧ୍ୟ ହେଲେ ଏବଂ ବହୁତ ଖୁସି ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.