ଏହି ଦମ୍ପତି ସୁପରଷ୍ଟାର ଧନୁଷଙ୍କୁ କହୁଛନ୍ତି ତାଙ୍କ ପୁଅ ବୋଲି,ହାଇକୋର୍ଟ ଅଭିନେତାଙ୍କୁ ପଠାଇଲେ ସମନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ତଥା ଫିଲ୍ମ ଡାଇରେକ୍ଟର କସ୍ତୁରୀ ରାଜାଙ୍କ ପୁଅ ଧନୁଷଙ୍କ ନାମ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ, ନିକଟରେ କେରଳର ଏକ ଦମ୍ପତି ଦାବି କରିଛନ୍ତି ଯେ ସୁପରଷ୍ଟାର ଧନୁଷ ସେମାନଙ୍କ ପୁଅ ଅଟନ୍ତି । କେରଳରେ ରହୁଥିବା କ୍ୟାଥିରେସନ ଏବଂ ତାଙ୍କ ସ୍ତ୍ରୀ ମୀନାକ୍ଷୀ ଏହା ଦାବି କରି ମାଡ୍ରାସ ହାଇକୋର୍ଟରେ କେସ କରିଛନ୍ତି ।

ସେହି ରିପୋର୍ଟ ଅନୁଯାୟୀ, ଧନୁଷଙ୍କୁ କୋର୍ଟ ସମନ ଜାରି କରିଛି । ଏହି ଦମ୍ପତି ଦାବି କରିଛନ୍ତି ଯେ ଧନୁଷ ଡିଏନ୍ଏ ଟେଷ୍ଟର ଫର୍ଯି ଡକ୍ୟୁମେଣ୍ଟ୍ ଦାଖଲ କରିଥିଲେ, ଯେଉଁଥିପାଇଁ ସେ ପୋଲିସ୍ ଯାଞ୍ଚ ପାଇଁ ଦାବି କରିଥିଲେ । ଏହା ବ୍ୟତୀତ କ୍ୟାଥିରେସନ ଏକ ନିବେଦନ ଦାଖଲ କରି ଅଦାଲତରୁ ସେହି ଆଦେଶକୁ ମଧ୍ୟ ରଦ୍ଦ କରିବାକୁ କହିଲେ, ଯାହା 2020 ମସିହାରେ ଆଦେଶ ଦିଆଯାଇଥିଲା, ଯେଉଁଥିରେ ଡିଏନ୍ଏ ରିପୋର୍ଟକୁ ଠିକ ବୋଲି କୁହାଯାଇଥିଲା ।

ଧନୁଷ ହେଉଛନ୍ତି ଦମ୍ପତିଙ୍କ ତୃତୀୟ ପୁଅ :-

ଏହି ଦମ୍ପତି କହିଛନ୍ତି ଯେ ଧନୁଷ ହେଉଛନ୍ତି ସେମାନଙ୍କର ତୃତୀୟ ପୁଅ, ଯିଏ ଫିଲ୍ମରେ ନିଜ ନାଁ କରିବାକୁ ଘରୁ ବାହାରି ଯାଇଥିଲା । କେବଳ ଏତିକି ନୁହେଁ, ଅଭିନେତାଙ୍କୁ ତାଙ୍କ ପୁଅ ବୋଲି ବର୍ଣ୍ଣନା କରି କ୍ୟାଥିରେସନ ମାସକୁ 65 ହଜାର ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଧନୁଷ ଦମ୍ପତିଙ୍କ ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଛନ୍ତି । କୁହାଯାଉଛି ଯେ ମାମଲା ଗତ 5 ବର୍ଷ ଧରି କୋର୍ଟରେ ବିଚାରାଧୀନ ଅଛି । ଯଦିଓ ଧନୁଷ 2017 ରେ ଏହି ମାମଲାରେ କେସ ଜିତିଥିଲେ, କିନ୍ତୁ ପୁଣି ଥରେ ଏହି ଦମ୍ପତି ଏହି ପ୍ରସଙ୍ଗକୁ ଉଠାଇଛନ୍ତି ଏବଂ ପୋଲିସର ତଦନ୍ତ ମଧ୍ୟ ଦାବି କରିଛନ୍ତି । ଏଭଳି ପରିସ୍ଥିତିରେ, ମାମଲାକୁ ଦୃଷ୍ଟିରେ ରଖି କୋର୍ଟ ଧନୁଷଙ୍କ ବିରୋଧରେ ସମନ ଜାରି କରିଛି ।

ଧନୁଷଙ୍କ ଅପକମିଙ୍ଗ ଫିଲ୍ମ :-

ତାଙ୍କ ୱର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ନିକଟରେ ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ସାରା ଅଲି ଖାନଙ୍କ ସହିତ ଫିଲ୍ମ ‘ ଅତରଙ୍ଗି-ରେ ‘ ରେ ଦେଖା ଯାଇଥିଲେ । ଧନୁଷ ସାଉଥ୍ ଇଣ୍ଡଷ୍ଟ୍ରିର ବଡ ସୁପରଷ୍ଟାର ଅଟନ୍ତି, ଯିଏ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ନିକଟରେ ତାଙ୍କର ବଲିଉଡ ଫିଲ୍ମ ‘ଦ ଗ୍ରେଟ ମ୍ୟାନ’ର ଫାର୍ଷ୍ଟ ଲୁକ୍ ଜାରି କରିଦିଆଯାଇଛି ।

Leave A Reply

Your email address will not be published.