ପୁଅର କଲେ ଅନ୍ତିମ ସଂସ୍କାର, ଆଉ ୨୪ ଘଣ୍ଟା ପରେ ପୁଣି ପୁଅ ବଞ୍ଚିକି ଆସିଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଏହି ଆଶ୍ଚର୍ଯ୍ୟଜନକ ମାମଲା ଗ୍ୱାଲିୟର ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠିକାର ଇନ୍ଦର୍ ଗଞ୍ଚ ଅଞ୍ଚଳରେ ନୌଗଜା ରୋଡରେ ରୋହିତ କୁସବାହ ନିଜ ପରିବାର ସହିତ ରୁହନ୍ତି । ସେ ଦିବ୍ୟାଙ୍ଗ ହୋଇଥିବାରୁ ଘର ଲୋକମାନେ ତାଙ୍କର ଦେଖାଶୁଣା କରନ୍ତି । ରୋହିତ ସବୁଦିନ ପରି ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରି ନଥିଲେ ।

ଦେଖୁ ଦେଖୁ 10 ଦିନ ବିତିଗଲା, କିନ୍ତୁ ପୁଅ ଘରକୁ ନ ଫେରିବାରୁ ସମସ୍ତଙ୍କର ଚିନ୍ତା ହେବାକୁ ଲାଗିଲା । ଘରଲୋକେ ବହୁତ୍ ଖୋଜା ଖୋଜି କରି ଜାଣିବାକୁ ଚେଷ୍ଟା କଲେ ଯେ ସେ କେଉଁଠି ଅଛନ୍ତି, କିନ୍ତୁ କୌଣସି ଖବର ପାଇଲେ ନାହିଁ । ଏହାପରେ ସାରା ଅଞ୍ଚଳରେ ଚେକ୍ କରାଗଲା । ସେତେବେଳେ ମଧ୍ୟ କୌଣସି ଖବର ମିଳିଲା ନାହିଁ । ଅଚାନକ ଗୋଟିଏ ଖବର ସମସ୍ତଙ୍କ ହୃଦୟ ଭାଙ୍ଗିଦେଲା ।

ବିକଳାଙ୍ଗ ଯୁବକଙ୍କ ଶବ ପଡିଥିବାର ମିଳିଲା :-

ଲୋକମାନେ ଖୋଜୁଥିବା ବେଳେ ହଠାତ୍ ପରିବାରର ସଦସ୍ୟମାନଙ୍କୁ ଖବର ମିଳିଲା ଯେ ମହାରାଜା ବାଡା ନିକଟସ୍ଥ ଛତ୍ରୀ ପାର୍କରେ ଜଣେ ବିକଳାଙ୍ଗ ଯୁବକଙ୍କର ମୃତଦେହ ପଡ଼ିଛି । ଖବର ପାଇବା ପରେ ପରିବାର ଲୋକ ସେଠାରେ ପହଞ୍ଚିଲେ ଏବଂ ମୃତଦେହକୁ ଦେଖିବା ପରେ ଚିହ୍ନଟ ମଧ୍ୟ କରିଥିଲେ । ପରିବାର ଲୋକ କହିଲେ ଯେ ଏହା ତାଙ୍କ ପୁଅ ରୋହିତଙ୍କ ଶବ ହିଁ ଅଟେ ।

ଏହା ପରେ ଶବକୁ ପୋଷ୍ଟମର୍ଟମ କରାଯାଇଥିଲା । ତା’ପରେ ପରିବାର ଲୋକେ ତାଙ୍କ ଶବକୁ ନେଇ ଘରକୁ ଆସିଥିଲେ । ପୁଅର ମୃତ୍ୟୁ ଖବର କାରଣରୁ ପୁରା ଘରେ ଶୋକର ଛାୟା ଖେଳିଗଲା | ସମସ୍ତେ କାନ୍ଦିବାକୁ ଲାଗିଲେ । ଏଥିସହିତ ପରିବାର ସଦସ୍ୟ ପୁଅର ଶବକୁ ପୋଡି ଅନ୍ତିମ ସଂସ୍କାର କରିଥିଲେ । ଏହା ପରେ ସମସ୍ତେ ଘରେ ଉପସ୍ଥିତ ଥିଲେ ଏବଂ ପୁରା ଘରେ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ଅଚାନକ ଏକ ଅଜବ ଘଟଣା ଘଟିଗଲା ।

ଜିଅନ୍ତା ମିଳିଲା ରୋହିତ :-

ପୁଅର ଅନ୍ତିମ ସଂସ୍କାରକୁ କେବଳ 24 ଘଣ୍ଟା ବିତିଥିଲା । ଘରର ସମସ୍ତ ଲୋକ ଅସହ୍ୟ ହୋଇ କାନ୍ଦୁଥିଲେ । ପୁଅର ମୃତ୍ୟୁର ଦୁଃଖ ସମସ୍ତଙ୍କ ମନରେ ଥିଲା । ହଠାତ୍ କେହି ଜଣେ ଜଣାଇଲେ ଯେ ତାଙ୍କ ପୁଅ ତ ଶାଶୁ ଘରେ ଅଛନ୍ତି । ଏହା ଶୁଣିବା ପରେ ଯେତେବେଳେ ବାପା ଘନଶ୍ୟାମ ତାଙ୍କ ଶାଶୁ ଘରେ ପହଞ୍ଚିଲେ, ତାଙ୍କ ପୁଅ ରୋହିତ ସେଠାରେ ଜିଅନ୍ତା ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା ​​।

ପୁଅକୁ ଜୀବନ୍ତ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ବୁଝିପାରିଲେ ନାହିଁ ଯେ ଯାହାର ଅନ୍ତିମ ସଂସ୍କାର କରାଯାଇଥିଲା ସେ କିଏ ଥିଲା । ପରେ ପୋଲିସ ପଚରାଉଚରା କରିବାରୁ ରୋହିତ କହିଲେ ଯେ ସେ କିଛି ଦିନ ପୂର୍ବରୁ ମନ୍ଦିର ଯାଇଥିଲେ । ତାପରେ ସେ ନିଜ ଶ୍ଵଶୁର ଘରେ ଅଟକି ଯାଇଥିଲେ । ପୋଲିସ ମଧ୍ୟ ଚିନ୍ତାରେ ପଡ଼ିଗଲା ଯେ ଯଦି ରୋହିତ ବଞ୍ଚିଛି, ତେବେ ଯାହାର ଅନ୍ତିମ ସଂସ୍କାର କରାଯାଇଥିଲା ସେ କିଏ ଥିଲା ।

Leave A Reply

Your email address will not be published.