SBI ର ଏଟିଏମରୁ ଏହିପରି ଉଠାନ୍ତୁ ପଇସା, ଜାଣନ୍ତୁ ନୂତନ ଉପାୟ

0

Get real time updates directly on you device, subscribe now.

ଏସବିଆଇ ଏଟିଏମରୁ ୧୦ ହଜାର ଟଙ୍କାରୁ ଅଧିକ କ୍ୟାସ ବାହାର କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଓଟିପି ଦେବାକୁ ପଡିଥାଏ | ଓଟିପି ଲେଖିବା ପରେ ହିଁ ଆପଣ ପଇସା ବାହାର କରିପାରିବେ, ନଚେତ ଅସୁବିଧାକୁ ସାମ୍ନା କରିବାକୁ ପଡିବ | ଏସବିଆଇ ଏଟିଏମରେ ଦେବା-ନେବା ପ୍ରକ୍ରିୟାକୁ ସୁରକ୍ଷିତ କରିବାପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛି |

ନୂତନ ନିୟମରେ ଗ୍ରାହକ ବିନା ଓଟିପିରେ କ୍ୟାସ ନେଇପାରିବେ ନାହିଁ | ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ଏ କଥା ଜଣାନଥିବ, ତେବେ ଏହାକୁ ଭଲଭାବେ ଜାଣି ନିଅନ୍ତୁ, ନଚେତ ଆପଣଙ୍କ ପଇସା ଫସିପାରେ | ଏହି କଥାର ସୂଚନା ଏସବିଆଇ ବ୍ୟାଙ୍କର ଗୋଟିଏ ଟୁଇଟ ମାଧ୍ୟମରେ ଦିଆଯାଇଛି |

କୁହାଯାଉଛି ଯେ ଏଟିଏମରୁ ୧୦,୦୦୦ ଟଙ୍କାରୁ ଅଧିକ କ୍ୟାସ ପାଇବାକୁ ଗୋଟିଏ ଓଟିପିର ସାହାଯ୍ୟ ନେବାକୁ ପଡିବ | ଏହି ଓଟିପି ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲକୁ ପଠା ଯିବ | ଏହାପରେ ଆପଣଙ୍କୁ ଏହାକୁ ବ୍ୟବହାର କରିବାକୁ ପଡିବ |

ଜାଣନ୍ତୁ କ୍ୟାସ ବାହାର କରିବାର ଉପାୟ :-

– SBI ATM ରୁ ପଇସା ବାହାର କରିବାପାଇଁ ଆପଣଙ୍କର OTP ଆବଶ୍ୟକ ହେବ |

– ଏଥିପାଇଁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଗୋଟିଏ ଓଟିପି ପଠାଯିବ |

– ଏହି ଓଟିପି ଚାରି ଅଙ୍କ ବିଶିଷ୍ଟ ହେବ, ଯାହା ଗ୍ରାହକଙ୍କୁ ଗୋଟିଏ ଟ୍ରାଞ୍ଜାକ୍ସନ ପାଇଁ ମିଳିବ |

– ଆପଣ ଯେତେବେଳେ ସେହି ରାଶିକୁ ଲେଖିବେ, ଯାହାକୁ ଆପଣ ବାହାର କରିବାକୁ ଚାହାନ୍ତି, ସେତେବେଳେ ଆପଣଙ୍କୁ ଏଟିଏମ ସ୍କ୍ରିନରେ ଓଟିପି ଲେଖିବାକୁ କୁହାଯିବ |

– ନଗଦ ରାଶି ପ୍ରତ୍ୟାହାର ପାଇଁ ଆପଣଙ୍କୁ ଏହି ସ୍କ୍ରିନରେ ବ୍ୟାଙ୍କ ସହିତ ପଞ୍ଜିକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ଲେଖିବାକୁ ପଡିବ |

କୁହାଯାଉଛି ଯେ ଗ୍ରାହକଙ୍କୁ ଠକାମୀରୁ ବଞ୍ଚାଇବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି | ବ୍ୟାଙ୍କକୁ ଲଗାତାର ଧୋକା କେସ ସହ ଜଡିତ ଅଭିଯୋଗ ମିଳୁଛି | SBI ପାଖରେ ଭାରତରେ ୭୧,୭୦୫ BC ଆଉଟଲେଟ ସହିତ ୨୨,୨୨୪ ଶାଖା ଏବଂ ୬୩,୯୦୬ ଏଟିଏମର ସବୁଠାରୁ ବଡ଼ ନେଟୱାର୍କ ଅଟେ |

Leave A Reply

Your email address will not be published.