ପୁଅର କରାଗଲା ଅନ୍ତିମ ସଂସ୍କାର, 24 ଘଣ୍ଟା ପରେ ଜୀବିତ ଥିବାର ଦେଖି ପରିବାର ଲୋକଙ୍କୁ ବିଶ୍ବାସ ହେଲାନାହିଁ

0

Get real time updates directly on you device, subscribe now.

ଆପଣ କେବେ ଶୁଣିଛନ୍ତି କି, ଜଣଙ୍କର ଅନ୍ତିମ ସଂସ୍କାର କରିଦିଆଗଲା ଓ ଏହାର 24 ଘଣ୍ଟା ପରେ ବ୍ୟକ୍ତି ଜଣକ ଘରକୁ ଫେରିଛି। ଆପଣ ଏହାକୁ ବିଶ୍ବାସ କରିବେନାହିଁ କିନ୍ତୁ ଏହି ଘଟଣାଟି ବାସ୍ତବରେ ମଧ୍ୟ ପ୍ରଦେଶରେ ହିଁ ଘଟିଛି। ଆସନ୍ତୁ ଜାଣିବା ଏହାବିଷୟରେ।

ଏଠାରେ ଏକ ପରିବାରରେ ଜଣେ ପୁଅର ମୃତ୍ୟୁ ହୋଇଗଲା। ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରିଦେଲେ। ଘରେ ଶୋକର ଛାୟା ଖେଳିଯାଇଥିଲା କିନ୍ତୁ 24 ଘଣ୍ଟା ପରେ ପୁଅ ଜୀବିତ ହୋଇ ଘରକୁ ଫେରିଥିଲା। ଘରବାଲା ନିଜ ପୁଅକୁ ଦେଖି ହଇରାଣ ହୋଇ ରହିଗଲେ। ସେମାନେ ବୁଝି ପାରୁନଥିଲେ ଏମିତି କେମିତି ହେଲା।

ଗୁଆଲିୟରରୁ ସାମ୍ନାକୁ ଆସିଲା ମାମଲା:-

ଏହି ଆଶ୍ଚର୍ଯ୍ୟକର ଘଟଣା ଗୁଆଲିୟରର ରୁ ସାମ୍ନାକୁ ଆସିଛି। ଏଠାରେ ଇନ୍ଦାରଗଞ୍ଜ ଅଞ୍ଚଳ ରହିଛି। ଏହି ଅଞ୍ଚଳର ନୌଗଜା ରୋଡ଼ ପାଖରେ ରୋହିତ କୁଶୱାହା ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ ରୁହେ। ସେ ଦିବ୍ୟାଙ୍ଗ ହୋଇଥିବାରୁ ପରିବାରକୁ ତାଙ୍କର ଦେଖରେଖ କରିବାକୁ ପଡ଼ିଥାଏ। ରୋହିତ ସବୁଦିନ ପରି ଆଜି ମଧ୍ୟ ଘରୁ ବାହାରିଥିଲେ କିନ୍ତୁ ଫେରିନଥିଲେ।

ତାଙ୍କର ଅପେକ୍ଷାରେ ଘର ଲୋକଙ୍କର 10 ଦିନ ବିତିଗଲା। ଏହାପରେ ମଧ୍ୟ ପୁଅ ନଆସିବାରୁ ସମସ୍ତେ ଚିନ୍ତା କରିବାକୁ ଲାଗିଲେ। ଘରଲୋକ ଖୋଜାଖୋଜି କଲେ କିନ୍ତୁ ତାଙ୍କର ସୂଚନା ମିଳିନଥିଲା ଅଚାନକ ଏକ ଖବର ସାମ୍ନାକୁ ଆସିଲା ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା।

ବିକଳାଙ୍ଗ ଯୁବକଙ୍କ ଶବ ମିଳିଥିଲା:-

ଲୋକମାନେ ଖୋଜାଖୋଜି କରୁଥିଲେ ଓ ଅଚାନକ ଖବର ମିଳିଥିଲା କି, ମହାରାଜ ବାଡ଼ା ପାଖରେ ଥିବା ଛତରୀ ପାର୍କରେ ଏକ ଦିବ୍ୟାଙ୍ଗ ଯୁବକଙ୍କ ଶବ ପଡ଼ିଥିବାର ଦେଖିବାକୁ ମିଳିଲା। ଖବର ପାଇ ପରିବାର ସେଠାରେ ପହଞ୍ଚିଥିଲେ ଓ ଶବକୁ ଦେଖି ଚିହ୍ନିଥିଲେ। ପରିବାର ଲୋକେ କହିଲେ, ଏହା ତାଙ୍କ ପୁଅ ରୋହିତର ଶବ ଅଟେ।

ଏହାପରେ ଶବକୁ ପୋଷ୍ଟମର୍ଟମ କରାଗଲା ଓ ପରିବାର ଲୋକେ ଶବକୁ ଘରକୁ ନେଇ ଚାଲିଗଲେ। ପୁଅର ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଗଲା। ଘରେ କାନ୍ଦ ବୋବାଳି ପଡିଥିଲା ଓ ଶବକୁ ଅନ୍ତିମ ସଂସ୍କାର କରାଗଲା। ଏହାପରେ ସମସ୍ତେ ଘରେ ଉପସ୍ଥିତ ଥିଲେ ଏହି ସମୟରେ ଯାହା ଘଟିଲା ତାହା ସମସ୍ତଙ୍କୁ ଚକିତ କରିଦେଲା।

ଜୀବିତ ଥିଲା ରୋହିତ:-

ପୁଅ ମୃତ୍ୟୁର 24 ଘଣ୍ଟା ପରେ ଯେତେବେଳେ ଘରଲୋକ ପୁଅର ମୃତ୍ୟୁରେ ଦୁଃଖରେ ଥିଲେ ସେତେବେଳେ ତାଙ୍କୁ ଜଣେ ଖବର ଦେଲା କି, ତାଙ୍କ ପୁଅ ଶଶୁର ଘରେ ଅଛି। ପୁଅର ପିତା ଶଶୁର ଘର ଯାଇ ଦେଖିବାରୁ ତାଙ୍କ ପୁଅ ରୋହିତଙ୍କୁ ସେଠାରେ ଜୀବିତ ପାଇଥିଲେ।

ପୁଅକୁ ଜୀବିତ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ବୁଝି ପାରୁନଥିଲେ ଯାହାର ଅନ୍ତିମ ସଂସ୍ଥାର କରିଥିଲେ ସେ ବ୍ୟକ୍ତି ଜଣକ କିଏ ଥିଲେ। ପୋଲିସ ଏହାପରେ ପଚରାଉଚରା କରିବାପରେ ରୋହିତ କୁହେ ସେ କିଛିଦିନ ପାଇଁ ମନ୍ଦିର ଯାଇଥିଲା ଓ ଏଠାରେ ସେ ନିଜ ଶଶୁର ଘରେ ଅଟକି ଯାଇଥିଲା। ପୋଲିସ ବର୍ତ୍ତମାନ ଭାବୁଛି ଯାହାର ଅନ୍ତିମ ସଂସ୍କାର କରାଗଲା ସେ ପୁଣି କିଏ ?

Leave A Reply

Your email address will not be published.