ଭାଗ୍ୟ ହେବ ଯଦି ଏହି ଡ୍ରାଇଭର ଭଳି, ମାତ୍ର 59 ଟଙ୍କା ଲଗାଇ ରାତାରାତି ହୋଇଗଲେ କୋଟିପତି

0

Get real time updates directly on you device, subscribe now.

କୁହାଯାଏ ଭାଗ୍ୟ କାହାର ମଧ୍ୟ ସାଥ ଦେଇଥାଏ। ଏହା କେବେବି ଖୋଲିପାରେ। କିଛି ଏମିତି ହୋଇଛି ଜଣେ ଡ୍ରାଇଭରଙ୍କ ସହିତ ଯିଏକି ରାତାରାତି କୋଟିପତି ହୋଇଯାଇଛନ୍ତି। ସବୁଠାରୁ ହଇରାଣ କରିବାଭଳି ଘଟଣା ଏହାକି ଯେ, ସେ ଏଥିପାଇଁ ମାତ୍ର 59 ଟଙ୍କା ଖର୍ଚ୍ଚ କରିଥିଲେ। ଆଜ୍ଞା ହଁ 59 ଟଙ୍କା ଖର୍ଚ୍ଚ କରି ସେ 2 କୋଟି ଟଙ୍କା ଜିତି ଚର୍ଚ୍ଚାକୁ ଆସିଥିଲେ।

ଯେଉଁ ଡ୍ରାଇଭରଙ୍କୁ ଲୋକ ପଚାରୁନଥିଲେ ଆଜି ତାଙ୍କ ସହିତ ଭେଟ ହେବାକୁ ଲୋକଙ୍କ ଲାଇନ ଲାଗିଛି। ସେ ନିଜ ଘର କିମ୍ବା କଲୋନୀରେ ନୁହେଁ ବରଂ ସାରା ସହରରେ ଫେମସ ହୋଇଯାଇଛନ୍ତି। ସେ କେବେ ଭାବିନଥିଲେ ଯେ, ତାଙ୍କ ସହିତ ଏମିତି ହୋଇଯିବ। ଆସନ୍ତୁ ଜାଣିବା ସେ ରାତାରାତି କୋଟିପତି କେମିତି ହୋଇଗଲେ।

ବେଙ୍ଗଲରେ ଚଳାନ୍ତି କାର:-

ଭାଗ୍ୟ କାହାର କେତେବେଳ ଖୋଲିଯାଏ ଏହା କେହିବି ଭାବି ପାରନ୍ତି ନାହିଁ। ବାଆସ ପ୍ରୟାସ କରି ରହିବା ଉଚିତ। କିଛି ଏମିତି ହେଲା ବିହାରର ରମେଶ କୁମାରଙ୍କ ସହିତ ଓ ସେ ରାତାରାତି କୋଟିପତି ହୋଇଗଲେ। ଏଠାରେ ସାରଣ ଜିଲ୍ଲାରେ ରହୁଥିବା ରମେଶ ଜଣେ ମଜୁରିଆଙ୍କ ପୁଅ ଅଟେ। ତାଙ୍କର ପିତା ବିହାରରେ କାମ କରନ୍ତି। ସେ ଏଠାରେ ଅମନୌର ପ୍ରଖଣ୍ଡର ରସୁଲପୁର ଗ୍ରାମରେ ରୁହନ୍ତି।

ପରିବାର ସମ୍ଭାଳିବାର ଦାୟିତ୍ୱ ଏକଲା ପିତାଙ୍କର ଥିଲା। ଏଥିରେ ଖର୍ଚ୍ଚ ପୂରଣ ନହୋଇ ପାରୁଥିବାରୁ ରମେଶ ମଧ୍ୟ କିଛି କରିବାକୁ ପ୍ରୟାସ କଲେ। ସେ ପଶ୍ଚିମବଙ୍ଗ ଯାଇ ସେଠାରେ ଡ୍ରାଇଭର କାମ କରିଥିଲା। ସେ ଏଠାରେ କାର ଚଳାଇ ଯେଉଁ ଟଙ୍କା ରଖୁଥିଲା ତାକୁ ପରିବାରକୁ ପଠାଉଥିଲା ଯେମିତି ପରିବାର ଭଲ ରେ ଚଳିବ।

ଏଠାରେ 59 ଟଙ୍କା ଲଗାଇ ସେ କୋଟିପତି ହୋଇଗଲେ:-

ରମେଶ କ୍ରିକେଟର ଶୋଉକ ରଖିଥାଏ ଓ ସେ ଆଇପିଏଲ ମଧ୍ୟ ଦେଖେ। କିଛିଦିନ ତଳେ ସେ ଡ୍ରିମ 11 ରେ ଏକ ଟିମ ଗଢ଼ିଥିଲେ ଓ ଏହି ଟିମ ସାରା ଭାରତରେ ଏକ ନମ୍ବର ସ୍ଥାନରେ ରହିଥିଲା ଯାହାଦ୍ୱାରା ତାଙ୍କୁ ଡ୍ରିମ 11 କୋଟିପତି ବନାଇ ଦେଇଥିଲା।

ତାଙ୍କୁ 2 କୋଟି ଟଙ୍କା ଡ୍ରିମ 11 ରୁ ମିଳିଥିଲା ଓ ଟ୍ୟାକ୍ସ ଲାଗିବାପରେ ତାଙ୍କ ବ୍ୟାଙ୍କ ଖାତାକୁ 1 କୋଟି 40 ଲକ୍ଷ ଟଙ୍କା ଆସିଥିଲା। ଯେମିତି ତାଙ୍କୁ ଏହି ଟଙ୍କା ମିଳିଥିଲା ଏଥିରେ ତାଙ୍କ ଖୁସିର ଠିକଣା ରହିନଥିଲା। ରମେଶକୁ ଏହା ଏକ ସ୍ୱପ୍ନ ଭଳି ଲାଗୁଥିଲା ତାଙ୍କୁ ବିଶ୍ବାସ ହେଉନଥିଲା କି, ଦିନେ ତାଙ୍କ ଶୋଉକ ତାଙ୍କୁ କୋଟିପତି କରିଦେବ।

ଏହି ଟିମ ବନାଇଦେଲା କୋଟିପତି:-

ରମେଶ ମଙ୍ଗଳବାର ଦିନ ଏକ ଟିମ ବନାଇଥିଲେ। ମ୍ୟାଚଟି ଲକ୍ନୌ ସୁପର ଜାଏଣ୍ଟ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଥିଲା। ଏହି ମ୍ୟାଚରେ ସେ ନିଜ ଟିମରେ ଶିଖର ଧାୱନଙ୍କୁ ଉପ ଅଧିନାୟକ ଓ କାଗିସୋ ରବାଡ଼ାଙ୍କୁ ଅଧିନାୟକ ବନାଇଥିଲେ। ମ୍ୟାଚରେ ଉଭୟ ଗଜବ ପ୍ରଦର୍ଶନ କଲେ। ରବାଡ଼ା ମ୍ୟାଚରେ ତିନୋଟି ଉଇକେଟ ନେଇଥିବା ବେଳେ ଧାୱନ ଭଲ ପାଳି ଖେଳିଥିଲେ। ଏହାପରେ ତାଙ୍କ ଟିମ ନମ୍ବର 1 ହୋଇଥିଲା।

ଯେତେବେଳ ତାଙ୍କ ପାଖକୁ ଏହି ଟଙ୍କା ଆସିଲା ସେତେବେଳେ ତାଙ୍କ ପରିବାରରେ ଖୁସିର ଠିକଣା ରହିନଥିଲା। ସେ ସାରା କଲୋନୀରେ ହିରୋ ହୋଇଯାଇଥିଲେ। ଲୋକମାନେ ତାଙ୍କୁ ଦୂର ଦୂରାନ୍ତରୁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ। ରମେଶ ନିଜ ଭାଗ୍ୟ ଉପରେ ଗର୍ବ କରୁଛନ୍ତି। କାଲି ପର୍ଯ୍ୟନ୍ତ ଯେଉଁ ଲୋକ ମାମୁଲି ଡ୍ରାଇଭର ଥିଲା ଆଜି ସେ କୋଟିପତି ହୋଇସାରିଛନ୍ତି।

Leave A Reply

Your email address will not be published.