ଗୁପଚୁପ ନେଇ ଘରକୁ ସ୍ୱାମୀ ଗଲାବେଳକୁ ବାଥରୁମରେ ମିଳିଲା ପତ୍ନୀଙ୍କ ମୃତଦେହ ଓ ବାଲକୋନୀରେ ବନ୍ଦ ଥିଲେ ତାଙ୍କ ମାଆ

0

Get real time updates directly on you device, subscribe now.

ଗାଜିଆବାଦର ସାହିବାବାଦ ଠାରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରି ଦିଆଯାଇଛି। ଅଜ୍ଞାତ ବଦମାସ ଗୁଡ଼ିକ ମହିଳାଙ୍କ ବେକକୁ ତାର ଦ୍ୱାରା ଚିପି ମାରି ଦେଇଛନ୍ତି। ଏହାପୂର୍ବରୁ ଘର ଭିତରେ ଥିବା ଜଣେ ବୃଦ୍ଧା ମହିଳାଙ୍କୁ ବାଲକୋନୀରେ ବନ୍ଦ କରାଯାଇଥିଲା। ପୋଲିସ ଏହି ମାମଲାରେ କେସ ଦର୍ଜ କରି ବଦମାସଙ୍କ ତଲାଶ ଆରମ୍ଭ କରିଦେଇଥିଲେ।

ଗାଜିଆବାଦ ପୋଲିସ କହିଛି କି, ତାଙ୍କୁ ସୂଚନା ମିଳିଥିଲା।ସାହିବାବାଦର ଡିଏଲଏଫ ଅଞ୍ଚଳରେ ମହିଳାଙ୍କ ଶବ ବାଥରୁମରୁ ମିଳିଥିଲା। ଗର୍ଭବତୀ ମହିଳାଙ୍କ ବେକକୁ ତାର ଜରିଆରେ କଟାଯାଇ ହତ୍ୟା କରାଯାଇଥିଲା। ଡ଼ିଏଲଏଫ କଲୋନୀ ସ୍ଥିତ ଆଶୀର୍ବାଦ ଆପାର୍ଟମେଣ୍ଟ ବିଲ୍ଡିଂରେ ଘର ନମ୍ବର 17 ବ୍ଲକ ଏ-31 ରେ ରହୁଥିବା ସନ୍ତୋଷ କୁମାର ଶୁକ୍ରବାର ଦିନ ଅଫିସ ଯାଇଥିଲେ ଓ ଘର ଭିତରେ ତାଙ୍କର 20 ବର୍ଷୀୟ ପତ୍ନୀ ସନ୍ତୋଶୀ ଓରଫ ସୋନୁ ଓ ତାଙ୍କ ବୃଦ୍ଧା ମାଆ ଥିଲେ।

ଶୁକ୍ରବାର ସନ୍ଧ୍ୟାରେ ସନ୍ତୋଷ ବଜାରରୁ ତାଙ୍କ ପତ୍ନୀ ପାଇଁ ଗୁପଚୁପ ନେଇ ଫେରିବା ପରେ ଦେଖିଲେ କି, ଘରର ଲାଇଟ ବନ୍ଦ ଅଛି ଓ ସେ ଡ଼ାକିବାରୁ ତାଙ୍କ ମାଆ ବାଲକୋନୀରେ ବନ୍ଦ ପଡ଼ିଥିଲେ ଓ ପତ୍ନୀଙ୍କ ଶବ ବାଥରୁମ ଘରେ ପଡ଼ିଥିଲା। ଗଳାକୁ ତାରରେ ଚିପି ଧରି ହତ୍ୟା କରାଯାଇଥିଲା। ଘରର ଆଲମାରୀ ର ସବୁ ଜିନିଷ ଏପଟ ସେପଟ ହୋଇଥିଲା। ସନ୍ତୋଷ କୁମାର କହିଥିଲେ କି, ତାଙ୍କର ପତ୍ନୀ ଏକମାସର ଗର୍ଭବତୀ ଥିଲେ। ମୃତକାଙ୍କ ପତି ତାଙ୍କ ଉପର ଫ୍ଲାଟରେ ରହୁଥିବା ମଜୁରିଆ ଓ ତାଙ୍କ ଠିକାଦାର ବିପିନଙ୍କ ଉପରେ ହତ୍ୟାର ଆରୋପ ଲଗାଇଥିଲେ।

ଘଟଣା ସାମ୍ନାକୁ ଆସିବାପରେ ସେଠାକାର ପୋଲିସ ଏସଏସପି ଘଟଣା ସ୍ଥଳରେ ପହଞ୍ଚି ତଦାରଖ ଆରମ୍ଭ କରିଥିଲେ। ପୋଲିସଙ୍କ କହିବାହେଲା, ତାଙ୍କୁ ସୂଚନା ଏହା ମିଳିଥିଲା କି, ଯେ, ସନ୍ତୋଷ ନାମକ ଜଣେ ବ୍ୟକ୍ତି ସନ୍ଧ୍ୟା ସମୟରେ ଘରକୁ ଫେରନ୍ତି ତ ସେ ଦେଖନ୍ତି ଯେ, ତାଙ୍କ ପତ୍ନୀଙ୍କ ଶବ ବାଥରୁମରେ ପଡ଼ିଛି ଓ ଘରର ଆଲମୀରା ଏପଟ ସେପଟ ହୋଇଛି। ଏସପି ସିଟିଙ୍କ ନେତୃତ୍ୱରେ ପୋଲିସ ଟିମକୁ ଘଟଣାର ଯାଞ୍ଚ ଓ ଖୁଲାସା ପାଇଁ ଲଗାଯାଇଛି। ମହିଳାଙ୍କ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇ ଦିଆଯାଇଛି। କେତେକ ଆଙ୍ଗଲକୁ ଅନୁଧ୍ୟାନ କରି ପୋଲିସ ଯାଞ୍ଚ କରିବା ଆରମ୍ଭ କରିଦେଇଛି।

Leave A Reply

Your email address will not be published.