PM Shram Yojna: ଏହି ଯୋଜନାର ତୁରନ୍ତ ଉଠାନ୍ତୁ ଫାଇଦା, ୩୬,୦୦୦ ଟଙ୍କା ମିଳିବ ପେନସନ

0

Get real time updates directly on you device, subscribe now.

ପିଏମ ଶ୍ରମର ଏହି ଯୋଜନାରେ ବୟସ ଅନୁଯାୟୀ ମାସକୁ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମିଳିବା ଆରମ୍ଭ ହୋଇଯାଏ । ୬୦ ବର୍ଷ ପରେ ଆପଣଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ଦେବାର ଗ୍ୟାରେଣ୍ଟି ସରକାର ଦେବାକୁ ଯାଉଛନ୍ତି ।

ଏହି ଲୋକଙ୍କର ହୋଇପାରିବ ଆବେଦନ :-

ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଅନୁଯାୟୀ ସ୍ବରୋଜଗାର ଏବଂ ଛୋଟ ବେପାରୀ ଆବେଦନ କରିପାରିବେ । ଏହି ଯୋଜନା ଅଧୀନରେ ଦିନ ମଜୁରିଆ, ଇଟା ଭାଟିର କାମ କରୁଥିବା କିମ୍ବା ନିର୍ମାଣ କାର୍ଯ୍ୟ ସହିତ ଜଡ଼ିତ ଲୋକ, ଚପଲ ତିଆରି କରୁଥିବା, ଘରୋଇ ୱାର୍କର୍ସ, ରିକ୍ସା ଚଳାଉଥିବା, ଜମି ନଥିବା ଶ୍ରମିକ, ବିଡି ୱାର୍କର ଭଳି ସମସ୍ତ ଲୋକ ପେନସନ ପାଇବାର ହକଦାର ବୋଲି କୁହାଯାଏ । ଆବେଦନ କରିଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଏ ।

ମିଳେ ଏହି ଫାଇଦା :-

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଯୋଡି ହେବାପରେ ୬୦ ବର୍ଷ ବୟସ ପୁରା ହେବାପରେ ପ୍ରତି ମାସରେ ୩୦୦୦ ତାଙ୍କ ପେନସନ ମିଳିବା ଆରମ୍ଭ ହୋଇଯାଏ | ଏହା ମଧ୍ୟରେ ଯଦି ଲାଭାର୍ଥିଙ୍କ ମୃତ୍ୟୁ ହୋଇଯାଏ, ତେବେ ପେନସନ ଭାବରେ ୫୦ ପ୍ରତିଶତ ସ୍ୱାମୀ କିମ୍ବା ସ୍ତ୍ରୀକୁ ଦିଆଯାଉଛି |

ଏତିକି କରିପାରିବେ ନିବେଶ :-

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନୁଯାୟୀ ଦେଖିଲେ ଆବେଦନ କରିବା ବ୍ୟକ୍ତିଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ଅଟେ | ସେମାନଙ୍କୁ ୫୫ ଟଙ୍କାରୁ ନେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସରେ ୬୦ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିଥାଏ | ୬୦ ବର୍ଷ ବୟସ ପୁରା ହେବାପରେ ପେନସନ ମିଳିବା ଆରମ୍ଭ ହୋଇଯାଏ |

ଏହି ଲୋକମାନେ ଆବେଦନ କରିପାରିବେ ନାହିଁ :-

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନୁଯାୟୀ ଦେଖିଲେ ଆବେଦନ କରିବା ବ୍ୟକ୍ତି କୌଣସି ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ହେବା ଉଚିତ ନୁହେଁ | ଏହାସହିତ EPFO , NPS ଏବଂ ESIC ର ସଦସ୍ୟ ଏହି ଯୋଜନା ଅଧୀନରେ ଆବେଦନ ପାଇଁ ଯୋଗ୍ୟ ନୁହନ୍ତି |

Leave A Reply

Your email address will not be published.