ମାଆ ପାଲଟିଗଲା ରାକ୍ଷସୀ । ଶୋଇଥିବା ଅବସ୍ଥାରେ ତିନି ଝିଅଙ୍କୁ ମାରି ନିଜେ ମଧ୍ୟ ଆତ୍ମହତ୍ୟା କରିଦେଲା ମାଆ

0

Get real time updates directly on you device, subscribe now.

ରାଜସ୍ଥାନର ରାଜ୍ୟର ବାଡମେଲ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ନିଜର ୩ ସନ୍ତାନଙ୍କୁ ହତ୍ୟା କରି ଶେଷରେ ମା’ ମଧ୍ୟ ଆତ୍ମହତ୍ୟା କରି ଦେଇଛି । ତେବେ ବନ୍ଧୁଗଣ କିଏ ମାତୃତ୍ୱ ପାଇଁ ବ୍ୟାକୁଳ ତ ଆଉ କିଏ ମାତୃତ୍ୱରେ ଲଗାଉଛି କଳଙ୍କ । ମା’ର ମମତା ନିଜ ଛୁଆ ପାଇଁ ସବୁବେଳେ ରହିଥାଏ । ନିଜ ପିଲାକୁ ତା’ ମା ବ୍ୟତୀତ ଅନ୍ୟ କେହି ବି ସେତେ ଭଲ ପାଇପାରନ୍ତି ନାହିଁ । ନିଜ ପିଲାପାଇଁ ମା’ ଦୁନିଆର ଯେକୌଣସି ଶକ୍ତି ସହିତ ଲଢିଯାଏ ।

କିନ୍ତୁ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମା’ ନିଜର ୩ଟି ପିଲାଙ୍କୁ ଟାଙ୍କିରେ ଫୋପାଡି ଦେଇ ଜୀବନରୁ ମାରିଦେବାର ଦେଖିବାକୁ ମିଳିଛି । କଥାରେ ଅଛି ମା’ର କୋଳ ଓ ମା’ର ପଣତ ସବୁଠାରୁ ସୁରକ୍ଷିତ ସ୍ଥାନ । ସନ୍ତାନ ଓ ସନ୍ତତି ଯେତେବି ଅସୁବିଧାରେ ଥାଆନ୍ତୁ ନା କାହିଁକି ମା ସେମାନଙ୍କୁ ସବୁ ସମସ୍ୟାରୁ ଉଦ୍ଧାର କରିଥାଏ । ହେଲେ ସେହି ଜନ୍ମିତ ମା ଯେତେବେଳେ କୌଣସି କାରଣରୁ ରାକ୍ଷସୀ ପାଲଟେ ସେତେବେଳେ ଦୁନିଆରେ କେହି ତା କବଳରୁ ରକ୍ଷା କରିପାରିବେ ନାହିଁ। ଏକଥା ଆମେ କହୁନାହିଁ ଏହି ଏକ ଘଟଣାରୁ ହିଁ ଜଣା ପଡିଯାଉଛି ।

ତେବେ ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ବାଡମେଲ ଜିଲ୍ଲାର ବାୟତୁ ଥାନା ଅନ୍ତର୍ଗତ ଅକଦଡା ଗାଁରୁ । ସୂଚନା ଅନୁସାରେ ଉକ୍ତ ଗାଁରେ ସ୍ୱାମୀ କୋସଲାରାମ, ପତ୍ନୀ ଜସୀ ଏବଂ ୩ ଝିଅଙ୍କ ପରିବାର ସେଠାରେ ରହୁଥିଲେ । ପ୍ରତିଦିନ ଭଳିଆ କାଲି ମଧ୍ୟ ରାତ୍ରି ଭୋଜନ କଲା ପରେ ମା ସହିତ ଶୋଇବାକୁ ଯାଇଥିଲେ ତାଙ୍କ ତିନି ଝିଅ ।

ହେଲେ କିଏ ଜାଣିଥିଲା ସେଦିନ ରାତି ପାଲଟି ଯିବ ସେ ୩ଝିଅ ଜ୍ୟୋସ୍ନା, ମୋନିକା ଏବଂ ଦୀକ୍ଷାଙ୍କ ପାଇଁ କାଳ ରାତ୍ରି । ଝିଅ ମାନଙ୍କୁ ଶୋଇଥିବା ଅବସ୍ଥାରେ ହିଁ ମା ନିଜ ହାତରେ ଟେକି ନେଇ ସାମ୍ନାରେ ଥିବା ଟାଙ୍କିରେ ଫିଙ୍ଗି ଦେଇ ହତ୍ୟା କରିଦେଲା ଓ ତାପରେ ନିଜେ ମଧ୍ୟ ଯାଇ ଅନ୍ୟ ଏକ ଟାଙ୍କିରେ ଡେଇଁପଡ଼ି ଆତ୍ମହତ୍ୟା କରିନେଲେ । ଯାହାର ସୁରାକ ସ୍ଵାମୀ ତିଳେ ମାତ୍ର ପାଇ ନଥିଲେ । ତେବେ ପୋଲିସ୍ ସକାଳେ ଘଟଣା ସ୍ଥଳରେ ପହଞ୍ଚି ମା ଓ ଝିଅ ମାନଙ୍କ ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ତେବେ ପାରିବାରିକ ବିବାଦ କାରଣରୁ ଏପରି ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.