New child Policy: ତୃତୀୟ ଛୁଆ ଜନ୍ମ କର,୧୧ ଲକ୍ଷ ବୋନସ୍ ପାଅ, ମହିଳାଙ୍କୁ ବର୍ଷସାରା ଛୁଟି,ଏହି କମ୍ପାନୀର ଘୋଷଣା

0

Get real time updates directly on you device, subscribe now.

ବିସ୍ତାର ବାଦୀ ଚୀନ ନିଜର ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ ପାଇଁ ପ୍ରଥମେ ଗୋଟିଏ ଛୁଆର ପଲିସି ଆପଣେଇଥିଲେ|ସେ ସେହି ନୀତିରେ ଏତେ ଶକ୍ତିରେ ଅମଳ କଲା ଯେ ସେଠାରେ ବୁଢାର ଫୈଜ ଠିଆ ହୋଇଗଲା|ଏଵେ ଯୁବକଙ୍କ କମ ହେବା ଚିନ୍ତାରେ ସେ ଗୋଟେ ଦୁଇଟି ନୁହେଁ ୩ ଛୁଆ ଜନ୍ମ କରିବାର ନୂଆ ପଲିସି ଆରମ୍ଭ କରିଛନ୍ତି|

ସରକାରଙ୍କ କ୍ରମେ ଚୀନର ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ ତୃତୀୟ ଛୁଆ ଜନ୍ମ କଲେ ବୋନସ ଓ ଛୁଟି ଗିଫ୍ଟ ଦେବା ଆରମ୍ଭ କରିଦେଲାଣି| Beijing Dabeinong Technology Group କହିଛନ୍ତି ଯେ ଯଦି କିଏ ତୃତୀୟ ଛୁଆ ଜନ୍ମ କରେ ତାକୁ ୯୦ ହଜାର ୟୁଆନ ମାନେ ୧୧.୫ ଲକ୍ଷ ଟଙ୍କା ବୋନସ ମିଳିବ|

ଗ୍ରୁପ କହିଛନ୍ତି ଯେ ପ୍ରଥମ ଛୁଆ ଜନ୍ମ ହେବା ପରେ ୩.୫ ଲକ୍ଷ ଟଙ୍କା, ଦ୍ୱିତୀୟ ଛୁଆ ଜନ୍ମ ପରେ ୭ ଲକ୍ଷ ଟଙ୍କା ବୋନସ ପ୍ରଥମରୁ ଦିଆଯାଇଛି|ଏହାସହ ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କୁ ବର୍ଷସାରା ଛୁଟି ଦିଆଯାଏ|କମ୍ପାନୀ ଅନୁସାରେ ଦେଶର ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଇବାକୁ କୁଶଳୀ ମ୍ୟାନ ପାୱାର ବଢାଇବା ପାଇଁ ଜନସଂଖ୍ୟା ବୃଦ୍ଧି ଆବଶ୍ୟକ|

ଚୀନ ୨୦୧୬ ପର୍ଯ୍ୟନ୍ତ ଗୋଟିଏ ଛୁଆ ପଲିସି ଲାଗୁ କରିଥିଲା|ଫଳରେ ଚୀନର ଜନସଂଖ୍ୟା ଗୋଟିଏ ପଟରେ କମି ଯାଇଥିଲା,ଫଳରେ‌ ଅର୍ଥବ୍ୟବସ୍ଥା ଧୋକା ପହଞ୍ଚିଲା|ଏହାପରେ ଚୀନ ଜାନୁଆରୀ ୨୦୧୬ରେ ଏହି ପଲିସିକୁ ଜଳାଞ୍ଜଳି ଦେଇ ଲୋକଙ୍କୁ ଦ୍ୱିତୀୟ ଛୁଆ ଜନ୍ମ ପାଇଁ ଅନୁମତି ଦେଇଥିଲେ|କିନ୍ତୁ ଏହି ଅନୁମତି ଏତେ ପ୍ରଭାବିତ ହେଲା ନାହିଁ ଓ ଜନସଂଖ୍ୟା ବୃଦ୍ଧି ହେଲା ନାହିଁ|ଏହାପରେ ସରକାର ମଇ ୨୦୨୧ରେ ତୃତୀୟ ସନ୍ତାନ ପଲିସି ଆପଣେଇଥିଲେ ଓ ଲୋକଙ୍କୁ ତୃତୀୟ ସନ୍ତାନ ଜନ୍ମ ଦେବାପାଇଁ ନୂଆଁ ନୂଆଁ ପ୍ରୋତ୍ସାହନ ଦେବା ଆରମ୍ଭ କରିଛନ୍ତି|

Leave A Reply

Your email address will not be published.