ପେଟିଏମରେ ମାଧ୍ୟମରେ ବୁକିଂ କରି ପାଆନ୍ତୁ ମାଗଣା ଏଲପିଜି ସିଲିଣ୍ଡର ! ଜାଣନ୍ତୁ କିପରି ଉଠାଇବେ ଫାଇଦା

0

Get real time updates directly on you device, subscribe now.

ପେଟିଏମରେ ବୁକ୍ କରନ୍ତୁ ଏଲପିଜି ସିଲିଣ୍ଡର ଗ୍ୟାସ୍ । କ୍ୟାସବ୍ୟାକ୍ ସହ ମିଳିବ ଅନେକ ଫାଇଦା । ତେବେ ହଁ ବନ୍ଧୁଗଣ ଶୀର୍ଷକ ପଢ଼ି କଥାଟି ବିଶ୍ୱାସ ଯୋଗ୍ୟ ହେଉ ନଥିଲେ ମଧ୍ୟ କଥାଟି ସମ୍ପୂର୍ଣ ଭାବରେ ସତ । ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ଆପଣ ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ଦିନକୁ ଦିନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଉଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆଣିଦେଇଛି ପେଟିଏମ୍ । ପେଟିଏମ୍ ଏମିତି ଅନେକ ଆକର୍ଷଣୀୟ ସୁବିଧା ଆଣିଛି, ଯାହା ଆପଣଙ୍କର ସିଲିଣ୍ଡର ବୁକିଂ ଅଭିଜ୍ଞତାକୁ ଅଧିକ ଆରାମଦାୟକ କରିବ । ବର୍ତମାନ ପେଟିଏମ୍ ବ୍ୟବହାରକାରୀ ମାନେ ଆଇଭିଆର୍, ମିସ୍ କଲ୍, କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ସିଲିଣ୍ଡର ବୁକ୍ କରିପାରିବେ ଏବଂ ପେଟିଏମ୍ ମାଧ୍ୟମରେ ପେମେଂଟ କରିପାରିବେ । ପେଟିଏମ୍ କମ୍ପାନୀ ତାର ନୂଆ ୟୁଜର୍ସ ମାନଙ୍କ ପାଇଁ ଆଣିଛି ବଢିଆ ଅଫର୍ । ଅନଲାଇନ୍ ରେ ସିଲିଣ୍ଡର ବୁକ୍ କରି ପେଟିଏମ୍ ମାଧ୍ୟମରେ ଆପଣ ଡିଜିଟାଲ ପେମେନ୍ଟ କରି ପାଇ ପାରିବେ ସମ୍ପୂର୍ଣ ମାଗଣା ସିଲିଣ୍ଡର ।

ପେଟିଏମରୁ ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ଅତ୍ୟନ୍ତ ସହଜରେ ହୋଇପାରିବ । ଏହି ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ ପେଟିଏମ୍ ଏକ ନୂତନ ବ୍ୟବସ୍ଥା କରିଛି । ଯାହାର ସଠିକ୍ ପ୍ରଣାଳୀ ଆପଣ ଜାଣି ନିଅନ୍ତୁ । ସିଲିଣ୍ଡର ବୁକ୍ କରିବା ପାଇଁ ଉପଭୋକ୍ତାଙ୍କୁ କେବଳ ପେଟିଏମର ବୁକ୍ ଗ୍ୟାସ୍ ସିଲିଣ୍ଡର ଟ୍ୟାବକୁ ଯିବାକୁ ପଡିବ । ଏହି ଟ୍ୟାବକୁ ଯାଆନ୍ତୁ ଏବଂ ଗ୍ୟାସ କମ୍ପାନୀ ଚୟନ କରନ୍ତୁ । ଆପଣଙ୍କର ମୋବାଇଲ୍ ନମ୍ବର, ଏଲପିଜି ଆଇଡି ଦିଅନ୍ତୁ ଏବଂ କଷ୍ଟମର ନମ୍ବର ଏଂଟର କରନ୍ତୁ । ଏହା ପରେ ଆପଣ ପେମେଂଟ ଅପ୍ସନ୍ କୁ ଯିବେ । ଆଉ ସେଠାରେ ପେଟିଏମ ଓ୍ଵାଲେଟ, ପେଟିଏମ ୟୁପିଆଇ, କାର୍ଡ କିମ୍ବା ନେଟ ବ୍ୟାକିଂ ଜରିଆରେ ପେମେନ୍ଟ କରି ପାରିବେ । ଆଉ ସେହି ସମୟରେ କୁପନ୍ କାର୍ଡ ରେ “ଫ୍ରୀ ଗ୍ୟାସ” କୋଡ୍ ୟୂଜ୍ କରି ମାଗଣା ଏଲପିଜି ସିଲିଣ୍ଡର ର ସୁବିଧା ଉଠାଇ ପାରିବେ । ସିଲିଣ୍ଡର ଯାଇ ଆପଣଙ୍କ ରେଜିଷ୍ଟର ହୋଇଥିବା ଘର ଠିକଣାରେ ପହଞ୍ଚିଯିବ । ଏହା ବ୍ୟତୀତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଣିକି ଗ୍ରାହକମାନେ ପେଟିଏମ୍ ମାଧ୍ୟମରେ ସିଲିଣ୍ଡରର ଡେଲିଭରୀକୁ ଟ୍ରାକ୍ କରିପାରିବେ ।

Leave A Reply

Your email address will not be published.