ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ଖୁସି ଖବର,ଭାରତର ଏହି କମ୍ପାନୀ ଅଫିସରେ ଶୋଇବା ପାଇଁ ଦେଲା ଅଧା ଘଣ୍ଟା ସମୟର ଅନୁମତି

0

Get real time updates directly on you device, subscribe now.

ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର ରହିଛି । ଭାରତର ଗୋଟିଏ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ଡ୍ୟୁଟି ସମୟରେ ଅଧା ଘଣ୍ଟା ଶୋଇବାକୁ ଛୁଟି ଦେଇଛି । ଭାରତର ଏହି କମ୍ପାନୀ ଏମିତି ଏକ ଆରମ୍ଭ କରିଛି, ଯାହା ଆଗକୁ ବହୁତ୍ କମ୍ପାନୀରେ ଲାଗୁ ହୋଇପାରେ ।

ଭାରତୀୟ ଷ୍ଟାର୍ଟ ଅପ କମ୍ପାନୀ ୱେକଫିଟ ସଲ୍ୟୁସନ୍ ଏହି ଆରମ୍ଭ କରିଛି । ଶୋଇବାର ଅଫିସିଆଲ୍ ଟାଇମ ମଧ୍ୟ ଘୋଷଣା କରି ଦିଆଯାଇଛି । ଅଫିସ ଭିତରେ ଶୋଇବା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ସୁଯୋଗ ମିଳିବ ।

ୱେକଫିଟ ସଲ୍ୟୁସନ୍ ନିକଟରେ ଏହି ଅନନ୍ୟ ଅଭିଯାନ ଆରମ୍ଭ କରିଛି । କମ୍ପାନୀ କହିଛି ଯେ ଏହାଦ୍ବାରା ତାର କର୍ମଚାରୀ ମାନେ ସୁସ୍ଥ ରହିବେ । ଏପରି ପରିସ୍ଥିତିରେ କର୍ମଚାରୀମାନଙ୍କୁ ଦ୍ବିପ୍ରହର ସମୟରେ 30 ମିନିଟ୍ ପାଇଁ ଶୋଇବାକୁ ଟାଇମ ମିଳିବ ।

ବାସ୍ତବରେ ୱେକଫିଟ ସଲ୍ୟୁସନ୍ ଗୋଟିଏ ସ୍ଲିପ ସଲ୍ୟୁସନ ଦେଉଥିବା କମ୍ପାନୀ ଅଟେ । ଏପରି ପରିସ୍ଥିତିରେ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଯେପରି ଆରମ୍ଭ କରିଛି, ତାହା ଏହାର ବ୍ରାଣ୍ଡ ସହିତ ମଧ୍ୟ ମ୍ୟାଚ୍ କରେ ।

କମ୍ପାନୀ କର୍ମଚାରୀଙ୍କୁ ପଠାଇଲା ଇମେଲ :-

ୱେକଫିଟ ସଲ୍ୟୁସନ୍ ଏହି ଘୋଷଣା ସହିତ ଜଡ଼ିତ ଇମେଲ ନିଜ କର୍ମଚାରୀଙ୍କ ପାଖକୁ ପଠାଇଛି । କମ୍ପାନୀର ସହ-ପ୍ରତିଷ୍ଠାତା ଚୈତନ୍ୟ ରାମାଲିଙ୍ଗେଗୋଡା ଘୋଷଣା କରିଛନ୍ତି ଯେ ବର୍ତ୍ତମାନ କର୍ମଚାରୀମାନେ ଦ୍ବିପ୍ରହର 2 ଟାରୁ 2:30 ମଧ୍ୟରେ ଟିକେ ଶୋଇ ପାରିବେ ।

ଚୈତନ୍ୟ ଦ୍ୱିପ୍ରହରର ନିଦ ସହ ସମ୍ବନ୍ଧିତ ଷ୍ଟଡିକୁ ମଧ୍ୟ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଅପରାହ୍ନରେ ଶୋଇବା ଦ୍ୱାରା କାର୍ଯ୍ୟଦକ୍ଷତା ଉନ୍ନତ କରିଥାଏ ଏବଂ ଉତ୍ପାଦକତା ମଧ୍ୟ ଭଲ ରହେ । ଏହି ସମୟରେ ସେ NASA ର ଷ୍ଟଡି ଏବଂ ହାୱାର୍ଡଙ୍କ ଷ୍ଟଡିକୁ ଦର୍ଶାଇଛନ୍ତି । ଯାହା ଅନୁଯାୟୀ, ’26 ମିନିଟ୍ ଶୋଇବା ଦ୍ବାରା କାର୍ଯ୍ୟ ସମୟରେ କାର୍ଯ୍ୟଦକ୍ଷତା 33 ପ୍ରତିଶତ ଉନ୍ନତ କରିଥାଏ |’ କମ୍ପାନୀ ଟୁଇଟର ଏବଂ ଫେସବୁକରେ ଏହି କଥାକୁ ଘୋଷଣା କରିଛି ଏବଂ ଶୋଇବା ସମୟର ନିୟମାବଳୀକୁ ମଧ୍ୟ ଜାରି କରିଦେଇଛି ।

Leave A Reply

Your email address will not be published.