Business Idea : ବିନା କୌଣସି ନିବେଶରେ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତି ମାସରେ ହେବ ମୋଟା ଅଙ୍କର ରୋଜଗାର,ଜାଣନ୍ତୁ ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

Business idea: ଯଦି ଆପଣ ଘରେ ବସି କୌଣସି ନିବେଶ ବିନା ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି ଭଲ ଆଇଡିଆ ଦଉଛୁ । ଏଥିରେ ଆପଣ ଚାକିରି ସହିତ ମଧ୍ୟ ଭଲ ଅତିରିକ୍ତ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଟ୍ୟାଲେଣ୍ଟ ଅନୁଯାୟୀ ଭଲ ପ୍ଲାନିଙ୍ଗ ସହିତ ଆରମ୍ଭ କରିବାକୁ ପଡ଼ିବ । ଏହା ଏମିତି ଏକ ବିଜନେସ ଅଟେ, ଯେଉଁଥିରେ ଆପଣଙ୍କୁ ଏଠି ସେଠି ଯିବାକୁ ପଡ଼ିବନି । ଏଥିରେ ଆପଣ ପ୍ରତି ମାସରେ ଖୁବ୍ ସହଜରେ ମୋଟା ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଏପରି ବିଶେଷ ବିଜନେସ ବିଷୟରେ…

Vastu Consultant :-

ବାସ୍ତୁ ପ୍ରାଚୀନ ସଂସ୍କୃତି ବିଷୟରେ ଭାରତୀୟମାନେ ନିଜ ଘର ଏବଂ ଅଫିସ ପ୍ରତି ବହୁତ୍ ଜାଗ୍ରତ । କୁହାଯାଏ ବାସ୍ତୁ ସେମାନଙ୍କ ପାଇଁ ସ୍ବାସ୍ଥ୍ୟ, ଧନ ଏବଂ ସମୃଦ୍ଧି ଆଣିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ ବାସ୍ତୁ ବିଷୟରେ ଜଣାଅଛି, ତେବେ ଆପଣ ବାସ୍ତୁ ପରାମର୍ଶଦାତା ହୋଇପାରିବେ । ଯଦି ଆପଣଙ୍କର ପରାମର୍ଶ ଏବଂ ଉପାୟ ଲୋକଙ୍କ ପାଇଁ କାମ କରେ, ତେବେ ଆପଣ କିଛି ସମୟ ମଧ୍ୟରେ ଭଲ ପଇସା ରୋଜଗାର କରିପାରିବେ । ଏଥିରେ କିଛି ବି ନିବେଶ କରିବାକୁ ପଡେନାହିଁ । ଏହାକୁ ଆପଣ ନିଜ ଘରୁ ହିଁ ଆରମ୍ଭ କରିପାରିବେ ।

ଫ୍ରିଲାନ୍ସ ରାଇଟର :-

ଯଦି ଆପଣଙ୍କୁ ଲେଖିବାକୁ ଭଲ ଲାଗେ ଏବଂ ଲେଖିବାର କୌଶଳ ଆପଣଙ୍କ ଭିତରେ ରହିଛି, ତେବେ ଆପଣ ଘରେ ବସି କୌଣସି ୱେବସାଇଟ ପାଇଁ ଫ୍ରିଲାନ୍ସ ରାଇଟିଙ୍ଗର କାମ କରିପାରିବେ । ଏହି ବିଜନେସ ମଧ୍ୟ ଘରେ ବସି ଅନଲାଇନରେ କରିପାରିବେ । ଆପଣ ଏହି ବିଜନେସ ଦ୍ଵାରା ଭଲ ରୋଜଗାର କରିପାରିବେ । ଏଥିପାଇଁ ଆପଣ ଯେଉଁ ଭାଷାରେ ଲେଖୁଛନ୍ତି, ତାକୁ ଭଲ ଭାବରେ ଜାଣିବା ଏବଂ ସେ ବିଷୟରେ ଜ୍ଞାନ ଥିବା ବହୁତ୍ ଜରୁରୀ ଅଟେ ।

Home-Tutor :-

ବହୁତ୍ ଲୋକ ଚାହାଁନ୍ତି ଯେ ଟ୍ୟୁଟର ତାଙ୍କ ଘରକୁ ଆସନ୍ତୁ । ତାଙ୍କ ପିଲାମାନଙ୍କୁ ଘରେ ବହୁତ୍ ଭଲ ଭାବେ ପଢାନ୍ତୁ । ଏପରି ପରିସ୍ଥିତିରେ ଯଦି ଆପଣ ଗଣିତ, ବିଜ୍ଞାନ, ଇଂରାଜୀ ଭଳି ବିଷୟରେ ଭଲ ଜ୍ଞାନ ରଖିଛନ୍ତି, ତେବେ ଆପଣ ପିଲାମାନଙ୍କୁ ପାଠ ପଢ଼ାଇ ମଧ୍ୟ ଭଲ ରୋଜଗାର କରିପାରିବେ । ଆଜିର ସମୟରେ କୁଶଳ ଅଧ୍ୟାପକଙ୍କ ବହୁତ୍ ଡିମାଣ୍ଡ ରହିଛି ।

Home bakery :-

ଆଜିକାଲିର ଲୋକମାନେ ଭଲ ଏବଂ ତାଜା ବେକିଙ୍ଗ ଆଇଟମ ପସନ୍ଦ କରନ୍ତି । ଯଦି ଆପଣଙ୍କ ଭିତରେ ବେକିଙ୍ଗ ସ୍କିଲ ରହିଛି, ତେବେ ଆପଣ ଚାହିଁଲେ ନିଜ ପସନ୍ଦକୁ ପ୍ରଫେସନରେ ବଦଳାଇ ପାରିବେ । ଏହି ବିଜନେସରେ ଆପଣଙ୍କୁ ନିବେଶ କରିବାକୁ ପଡ଼ିବ ନାହିଁ । ଏହାର କାରଣ ହେଉଛି ଅର୍ଡର ମିଳିବା ପରେ ଜିନିଷ ପ୍ରସ୍ତୁତ କରାଯାଏ । ଆପଣଙ୍କୁ ବେକିଙ୍ଗ କୌଶଳ ଏବଂ କଞ୍ଚା ମାଲ ଆବଶ୍ୟକ ହେବ । ଆପଣ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ବେକରୀର ବିଜ୍ଞାପନ ଦେଇ ନିଜର ଗ୍ରାହକ ତିଆରି କରିପାରିବେ ।

Leave A Reply

Your email address will not be published.