କ୍ରୁର ଶାସକ କିମ୍‌ଙ୍କ କଡ଼ା ନୂଆ ନିୟମ । ଟାଇଟ୍‌ ଜିନ୍ସ ପ୍ୟାଣ୍ଟ ପିନ୍ଧିଲେ ମିଳିବ ଏମିତି ଦଣ୍ଡ

0

Get real time updates directly on you device, subscribe now.

ଏମିତିଆ ଶାସକ ହୁଏତ ରାଜା ରାଜଗାର ଯୁଗରେ ଥିଲେ ହେଲେ ଏକବିଂଶ ଶତାଧି ର ଆଧୁନିକ ଯୁଗରେ ଜଣେ ଏପରି ଏକ ଶାସକ ହୋଇପାରେ ତାହା ନିଶ୍ଚୟ କଳ୍ପନା ବାହାରେ । ତେବେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ଙ୍କ କାରନାମା ତାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ନିଜର ଅଜବ ଆଇନ କାନୁନ ଏବଂ ନିଷ୍ପତି ପାଇଁ ସାରା ଦେଶରେ ବେଶ ପିକ୍ଷାତ ହୋଇଛନ୍ତି ଏଠାକାର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ।

ଏଭଳି ପରିସ୍ଥିତିରେ ଏକଛତ୍ରବାଦୀ ଶାସନର ଇଚ୍ଛା ବିରୋଧରେ ଦେଶର କୌଣସି ସୂଚନା ବାହାରକୁ ଆସିପାରିବ ନାହିଁ । ଏହି ଏକଛତ୍ରବାଦୀ ଶାସକ ଦେଶରେ ଅନେକ ହାସ୍ୟାସ୍ପଦ ନିୟମ ମଧ୍ୟ କରିଛନ୍ତି । ଏହି ନିୟମ ଭାଙ୍ଗିବା ବେଳେବେଳେ ଲୋକଙ୍କୁ ମହଙ୍ଗା ପଡ଼ିଥାଏ । କାରଣ କିମ୍‌ ଜୋଙ୍ଗଙ୍କ ଦୃଷ୍ଟିରେ କୌଣସି ଭୁଲ ପାଇଁ କ୍ଷମା ପ୍ରାର୍ଥନା ନାହିଁ । ଏଥିପାଇଁ କେବଳ କଠୋର ଦଣ୍ଡ ଦିଆଯାଏ । ସୋସିଆଲ ମିଡିଆରେ କେଶ କଟାଠୁ ଆରମ୍ଭ କରି ଜିନ୍ସ ପିନ୍ଧିବା ପର୍ଯ୍ୟନ୍ତ ସବୁଥିରେ କଠୋର ନିୟମ ରହିଛି ।

ବର୍ତ୍ତମାନ ଏହି କିମ୍‌ ଦେଶରେ ଆଉ ଏକ ନୂତନ ନିୟମ କରିଛନ୍ତି । ଉତ୍ତର କୋରିଆରେ ଜିନ୍ସ ପିନ୍ଧିବା ଉପରେ ପୂର୍ବରୁ ନିଷେଧାଦେଶ ରହିଛି । ବର୍ତ୍ତମାନ କିମ୍‌ ମଧ୍ୟ ଦେଶରେ ଟାଇଟ ପ୍ୟାଣ୍ଟ ପିନ୍ଧିବାକୁ ବାରଣ କରିଛନ୍ତି । କିମ୍‌ଙ୍କ ଅନୁଯାୟୀ ଏହି ଅଶ୍ଳୀଳ ଫ୍ୟାଶନ ଦେଶର ଯୁବଗୋଷ୍ଠୀଙ୍କୁ ନଷ୍ଟ କରିପାରେ । ଏହି କାରଣରୁ, ଯଦି ଦେଶର କୌଣସି ବ୍ୟକ୍ତିଙ୍କୁ ଟାଇଟ୍‌ ପ୍ୟାଣ୍ଟରେ ଦେଖିବାକୁ ମିଳିବ ତେବେ ତାଙ୍କୁ ତୁରନ୍ତ ଦଣ୍ଡିତ କରାଯିବ । ବର୍ତ୍ତମାନ ଦେଶରେ ୨୦ରୁ ୩୦ବର୍ଷର ଯୁବକମାନଙ୍କୁ ଏପରି ପ୍ୟାଣ୍ଟ ନପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଯଦି କେହି ଏପରି ପୋଷାକ ପିନ୍ଧିଥିବାର ଦେଖାଯାଏ, ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ । କେବଳ ଏତିକି ନୁହେଁ ଭବିଷ୍ୟତରେ ସେ ଏପରି ପୋଷାକ ପିନ୍ଧିବେ ନାହିଁ ବୋଲି ତାଙ୍କୁ ଲିଖିତ ଭାବେ ଦେବାକୁ ପଡ଼ିବ । ମହିଳାମାନଙ୍କ ପାଇଁ ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରାଯାଇଛି । ଏହା ବ୍ୟତୀତ ଦେଶରେ ପୂର୍ବରୁ କୌଣସି ବ୍ୟକ୍ତି ତାଙ୍କ କେଶ ରଙ୍ଗ କରିପାରିବେ ନାହିଁ । ଏଥିସହ ପାଶ୍ଚାତ୍ୟ ବ୍ରାଣ୍ଡର ଡ୍ରେସ୍ ପିନ୍ଧିବା ବି ମନା । କିମ୍‌ ଚମଡ଼ା ଜ୍ୟାକେଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ସେ ନିଜେ ଏପରି ଜ୍ୟାକେଟ ପିନ୍ଧିପାରିବେ । କିନ୍ତୁ ଅନ୍ୟମାନେ ପିନ୍ଧିଲେ ସେମାନଙ୍କ ପାଇଁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.