ଚଣ୍ଡୀଗଡ଼ରେ ଯୁବତୀ ଜଣକ କଲେ ହାଇ ଭୋଲ୍ଟେଜ ଡ୍ରାମା, କାର ଉପରେ ଚଢ଼ିଯାଇ କଲେ ଏମିତି ହଙ୍ଗାମା

0

Get real time updates directly on you device, subscribe now.

ବୁଧବାର ଦିନ ରାତିରେ ଚଣ୍ଡୀଗଡ଼ର ସେକ୍ଟର 11/12 ଡିଭାଇଡିଂ ରୋଡ଼ ପାଖରେ ଜଣେ ଯୁବତୀ କାର ଉପରେ ଚଢ଼ି ହଙ୍ଗାମା କରୁଥିବାର ନଜର ଆସିଥିଲେ। ପୋଲିସ ବହୁତ ଚେଷ୍ଟା କରିବାପରେ ମହିଳାଙ୍କୁ ତଳକୁ ଓହ୍ଲାଇ ସେକ୍ଟର-16 ହସ୍ପିଟାଲକୁ ନେଇକରି ଯାଇଥିଲେ। ଏବେ ସେକ୍ଟର-11 ପୋଲିସ ଯାଞ୍ଚ କରୁଛି କି, କଣ ମହିଳା ଜଣକ ନିଶା କରିଥିଲେ କି ନାହିଁ।

କାର ଛାତ ଉପରେ ହଙ୍ଗାମା:-

ପୋଲିସକୁ ସୂଚନା ମିଳିଥିଲା କି, ଜଣେ ଯୁବତୀ ଅଲଟୋ କାର ଉପରେ ଚଢି ହଙ୍ଗାମା କରୁଛନ୍ତି। ସେକ୍ଟର-11 ର ପୋଲିସ ଓ ପିସିଆର ମହିଳା ପୋଲିସଙ୍କ ସହିତ ସେଠାରେ ପହଞ୍ଚିଥିଲେ ଓ ଯୁବତୀଙ୍କୁ ବୁଝାଇ ତଳକୁ ଆସିବାପାଇଁ କହିଥିଲେ କିନ୍ତୁ ଯୁବତୀ ତାଙ୍କ କଥା ଶୁଣିନଥିଲେ। ଯୁବତୀ ଜଣକ ଏହି ସମୟରେ ଗାଡ଼ି ଉପରେ ଶୋଇ ପଡ଼ୁଛନ୍ତି ତ କେତେବେଳେ ଛିଡ଼ା ହୋଇ ହଙ୍ଗାମା କରୁଛନ୍ତି।

ଆରୋପ ଏହାକି ଯେ, ମହିଳା ଲୋକମାନଙ୍କୁ କିଛି ଇଶାରା ମଧ୍ୟ ଦେଇଥିଲେ। ବହୁତ ପ୍ରଚେଷ୍ଟା ପରେ ମହିଳା ପୋଲିସ ଯୁବତୀଙ୍କୁ ତଳକୁ ଓହ୍ଲାଇ ନିଜ ସହିତ ନେଇଗଲେ। ପୋଲିସ ଏହି କାର ରେ ବସିଥିବା ଲୋକଙ୍କ ବୟାନ ନେଇଥିଲେ। ପୋଲିସ ଏହାପରେ ଯୁବତୀଙ୍କୁ ଜିଏସଏସଏଚ-16 ନେଇଥିଲେ କାରଣ ସେ ନିଶାରେ ଅଛନ୍ତି କି ନାହିଁ ଜାଣିବା ପାଇଁ।

ରେପ ଚେଷ୍ଟା କରାଯାଇଥିବାର ଆରୋପ:-

ପୋଲିସ ମୁତାବିକ ଏହି ଯୁବତୀ ମଙ୍ଗଳବାର ଦିନ ପିଜିଆଇ ଚୌକି କୁ ଆଭିଯୋଗ କରିବାକୁ ଆସିଥିଲେ। ସେ ଉତ୍ତରାଖଣ୍ଡର ବୋଲି ଜଣାପଡ଼ିଛି ଓ ଫାର୍ମାସି କୋର୍ସ ମଧ୍ୟ କରିଛନ୍ତି। ହଙ୍ଗାମା କରିଥିବା ଏହି ଯୁବତୀ କିଛିଦିନ ପୂର୍ବରୁ ପିଜିଆଇ ଭିତରେ ଥିବା ମେଡ଼ିକାଲ ଷ୍ଟୋରକୁ ଚାକିରୀ ଅନୁସନ୍ଧାନରେ ଯାଇଥିଲେ। ତାଙ୍କୁ ପ୍ରଥମ ଦିନ ଟ୍ରାୟଲରେ ରଖାଗଲା ଓ ସେ କାମ କରିବାକୁ ଯାଇଥିଲେ ଓ ଦ୍ଵିତୀୟ ଡ଼ି ସେ ସେଠାକୁ ଯାଇନଥିଲେ। ପରେ ସେ ଏଠାରେ କାମ କରିବାକୁ ମନା କରିଦେଲେ। ଏହାପରେ ସେ 100 ନମ୍ବରରେ ଫୋନ କରିଥିଲେ ଓ ପୋଲିସ ତାଙ୍କୁ ଚୌକି ପାଖକୁ ନେଇଥିଲେ। ଏଠାରେ ସେ କହିଥିଲେ କି, ଏହି ମେଡ଼ିକାଲ ଷ୍ଟୋରରେ କାମ କରୁଥିବା ଜଣେ କର୍ମୀ ତାଙ୍କୁ ରେପ କରିବାକୁ ଚେଷ୍ଟା କରିଥିଲେ। ଏବେ ସ୍ଥାନୀୟ ପୋଲିସ ଏହି ମାମଲାର ଯାଞ୍ଚ କରୁଛି।

ପୂର୍ବରୁ ମଧ୍ୟ କରିସାରିଛି ହଙ୍ଗାମା:-

କିଛି ଲୋକଙ୍କ କହିବାହେଲା ଯୁବତୀ ଜଣକ ପୂର୍ବରୁ ନୂଆ ଗ୍ରାମ ଅଞ୍ଚଳରେ ହଙ୍ଗାମା ମଚାଇଥିଲେ। ଏବେ ପୁଣି ସେ ସେକ୍ଟର-11 କୁ ଆସି ଏହିପରି ହଙ୍ଗାମା କରୁଛନ୍ତି। ଘଟଣା ସ୍ଥଳରେ କିଛି ଲୋକ ଯୁବତୀଙ୍କ ଭିଡ଼ିଓ ବନାଇଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Leave A Reply

Your email address will not be published.