ବିବାହ ପୂର୍ବରୁ ଭାବି ସ୍ବାମୀଙ୍କୁ ଗିରଫ କରି ଜେଲ ରେ ପୁରାଇ ଦେଲେ ମହିଳା ପୁଲିସ୍‌ ଜଣକ । ତେବେ କେଉଁ କାରଣରୁ ଏପରି କଲେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର

0

Get real time updates directly on you device, subscribe now.

ବିବାହ ସ୍ଥିର ହୋଇଯିବା ପରେ ଝିଅମାନେ ନିଜ ନିଜର ଭାବି ସ୍ବାମୀଙ୍କୁ ନେଇ ସ୍ବପ୍ନ ଦେଖିବା ଆରମ୍ଭ କରିଦିଅନ୍ତି । ବିବାହକୁ ନେଇ ନାନା ପ୍ରସ୍ତୁତି ଆରମ୍ଭ କରନ୍ତି । ମନେ ମନେ ଭାବି ଖୁସି ହୋଇଯାନ୍ତି । ମାତ୍ର ଗୌହାଟୀରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଯେଉଁଠାରେ ଜଣେ ମହିଳା ପୁଲିସ୍‌ ବିବାହ ସ୍ଥିର ହୋଇସାରିବା ପରେ ନିଜ ଭାବି ସ୍ବାମୀଙ୍କୁ ଗିରଫ କରିଛନ୍ତି ।

ତେବେ ହଁ ଆଜ୍ଞା ବନ୍ଧୁଗଣ ଶୀର୍ଷକ ପଢ଼ି କଥାଟି ବିଶ୍ୱାସ ଯୋଗ୍ୟ ହେଉ ନଥିଲା ମଧ୍ୟ ଖବରଟି ସମ୍ପୂର୍ଣ ଭାବରେ ସତ । ଯୁବକ ଜଣକ ମିଛ ତଥ୍ୟ ଦର୍ଶାଇ ମହିଳାଙ୍କୁ ବିବାହ କରିବା ଯୋଜନା କରୁଥିବା ମହିଳା ସବ୍‌ ଇନ୍‌ସ୍ପେକ୍ଟର ଜଣକ ଜାଣିବାକୁ ପାଇବା ପରେ ତାଙ୍କୁ ଗିରଫ କରିଛନ୍ତି । ବୁଧବାର ସଂଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା । ଅଦାଲତ ତାପରେ ତାଙ୍କୁ ପୁଲିସ୍‌ ହିରାସତରେ ପଠାଇଥିବା ଜାଣିବାକୁ ମିଳିଛି । ତେବେ ସାମ୍ନାକୁ ଆସିଥିବା ଏହି ଘଟଣା ଆସାମର ନଗାଓଁ ଜିଲ୍ଲାର ବୋଲି ଜଣା ପଡିଛି ।

ଅଭିଯୁକ୍ତ କେବଳ ମିଥ୍ୟା କହି ବିବାହ କରିବାର ଯୋଜନା କରିନଥିଲେ, ବରଂ ଲକ୍ଷ ଲକ୍ଷ ଟଙ୍କା ଠକି କରି ନେଇଥିବା ଅଭିଯୋଗ ଭିତ୍ତିରେ ମହିଳା ସବ୍‌ ଇନ୍‌ସ୍ପେକ୍ଟର ତାଙ୍କୁ ଗିରଫ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଓ ତାଙ୍କ ମଙ୍ଗେତର୍‌ ପ୍ରଥମେ ୨୦୨୧ ମସିହା ଜାନୁଆରି ମାସରେ ପରସ୍ପରଙ୍କୁ ଭେଟିଥିଲେ । ମହିଳାଙ୍କ କହିବାମୁତାବକ ତାଙ୍କୁର ମାଜୁଲିରେ ପୋଷ୍ଟିଂ ସମୟରେ ସେ ଉକ୍ତ ଯୁବକଙ୍କ ସହ ପରିଚିତ ହୋଇଥିଲେ । ଯୁବକ ଜଣକ ତାଙ୍କୁ ଓ-ଏନ୍‌-ଜି-ସିର ଜନ ସଂପର୍କ ଅଧିକାରୀ ବୋଲି କହିଥିଲେ ।

ଦେଖାସାକ୍ଷାତର କିଛି ଦିନ ପରେ ଯୁବକ ଜଣକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଲେ । ମହିଳା ମଧ୍ୟ ତାଙ୍କ ପ୍ରସ୍ତାବକୁ ସ୍ବୀକାର କରି ନେଇଥିଲେ । ତା’ପରେ ଉଭୟଙ୍କ ପରିବାର ଲୋକ ମିଳି ମିଶି ସେମାନଙ୍କ ବିବାହ ସ୍ଥିର କରିଦେଲେ । ୨୦୨୨ ନଭେମ୍ବର ମାସରେ ସେମାନଙ୍କ ବିବାହ ହେବାକୁ ଥିଲା । ମାତ୍ର ତା’ ପୂର୍ବରୁ ହିଁ ମହିଳା ଯୁବକଙ୍କ ବିଷୟରେ ସତ ଜାଣିଗଲେ । ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ପୁରା ଦେଶରେ ଘଟଣାଟି ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.