ପାୱାର କଟ ଯୋଗୁଁ ଚିନ୍ତିତ ଅଛନ୍ତି କି ? କିଣନ୍ତୁ ଇନ୍ଭର୍ଟର ଓ କିଣିବା ସମୟରେ ଏହିକଥାର ଧ୍ୟାନ ରଖନ୍ତୁ ନଚେତ ଆପଣଙ୍କ ଟଙ୍କା ବର୍ବାଦ ହୋଇଯିବ

0

Get real time updates directly on you device, subscribe now.

ଏବେ ବହୁତ ସାରା ରାଜ୍ୟରୁ ପାୱାରକଟ ମାମଲା ସାମ୍ନାକୁ ଆସୁଛି। ଲୋକେ ଏହି ପାୱାରକଟ ପାଇଁ ବହୁତ ଚିନ୍ତିତ ରହୁଛନ୍ତି ଏବଂ ପଙ୍ଖା ଓ କୁଲର ସହାୟତା ନେଉଛନ୍ତି। କିନ୍ତୁ ଏହିସବୁକୁ ଚଲାଇବା ପାଇଁ ପାୱାର ଆବଶ୍ୟକ ହୋଇଥାଏ ସେଥିପାଇଁ ଇନ୍ଭର୍ଟର ବା ବ୍ୟାଟେରୀର ନିହାତି ରୂପରେ ଦରକାର ହୋଇଥାଏ।

ଜେନେରେଟର ଭଳି ଇନ୍ଭର୍ଟର ଶବ୍ଦ କରିନଥାଏ ଓ ଏହାକୁ ଚଲାଇବା ପାଇଁ ପେଟ୍ରୋଲ କିମ୍ବା ଡ଼ିଜେଲ ମଧ୍ୟ ଆବଶ୍ୟକ ହୋଇନଥାଏ। ଆପଣ ନିଜର ଆବଶ୍ୟକ ହିସାବରେ ବ୍ୟାଟେରୀ ଆଣିପାରିବେ ଓ ଏହାକୁ ଇନ୍ଭର୍ଟର ସହିତ କନେକ୍ଟ କରି ବିଜୁଳି କଟିବା ସମୟରେ ବ୍ୟବହାର କରିପାରିବେ।

ଯଦି ଆପଣ ପ୍ରଥମଥର କରି ଇନ୍ଭର୍ଟର କିଣିବାକୁ ଯାଉଛନ୍ତି ତାହେଲେ ଆପଣଙ୍କୁ ଏହିକଥାର ନିଶ୍ଚିତ ରୂପରେ ଧ୍ୟାନ ରଖିବାକୁ ହେବ। ଯାହାଦ୍ୱାରା ଆପଣ ନିଜ ଘର ପାଇଁ ଏକ ଭଲ ଇନ୍ଭର୍ଟର ଚୟନ କରିପାରିବେ।

ପାୱାର ର ଆବଶ୍ୟକ ଉପରେ ଧ୍ୟାନ ଦିଅନ୍ତୁ:-

ସର୍ବପ୍ରଥମେ ଆପଣଙ୍କୁ ଇନ୍ଭର୍ଟରର ପାୱାର ରେଟିଂ ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଏହାକୁ ଭୋଲ୍ଟ ଆମ୍ପିୟର (VA) ଦ୍ୱାରା ସୂଚିତ କରାଯାଇଥାଏ। ସାଧାରଣତଃ ଗୋଟିଏ ଘରେ ବିଜୁଳି କଟିବାପରେ 2ଟି ଫ୍ୟାନ୍ସ ଓ 2ଟି ଲାଇଟ ଆବଶ୍ୟକ ହୋଇଥାଏ। ଯଦି ଆପଣଙ୍କ କେସ ଏହିଭଳି ତାହେଲେ ଆପଣଙ୍କୁ 250VA ଇନ୍ଭର୍ଟର ଦରକାର ହେବ।

ଯଦି ଆପଣଙ୍କ ଆବଶ୍ୟକ ଏହାଠାରୁ ଅଧିକ ତାହେଲେ ଆପଣଙ୍କୁ ଆହୁରି ଅଧିକ ପାୱାରର ଇନ୍ଭର୍ଟର ଦରକାର ହେବ। ଅର୍ଥାତ ଯଦି ଆପଣ କୁଲର ଓ ଟିଭି କୁ ଲାଇନ କଟିବା ପରେ ବ୍ୟବହାର କରିବାକୁ ଚାହାଁନ୍ତି ତାହେଲେ ବଡ଼ ସାଇଜର ଇନ୍ଭର୍ଟର ଆପଣଙ୍କୁ ଦରକାର।

ଆପଣଙ୍କୁ ଇନ୍ଭର୍ଟର ସହିତ ଏକ ବ୍ୟାଟେରୀ ଦରକାର ହେବ କାରଣ ଲାଇନ କଟିଲେ ଆପଣଙ୍କୁ ଏହି ବ୍ୟାଟେରୀ ହିଁ ପାୱାର ସପ୍ଲାଏ ଦେଇଥାଏ। ଯଦି ଆପଣଙ୍କ ଇନ୍ଭର୍ଟର ସାଇଜ ବଡ଼ ହୋଇଥାଏ ତାହେଲେ ଆପଣଙ୍କୁ ଏକ ବଡ଼ ବ୍ୟାଟେରୀ ମଧ୍ୟ ଦରକାର ହେବ।

ଏଗୁଡ଼ିକୁ କିଣିବାପରେ ଆପଣଙ୍କୁ ଆହୁରି କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ହେବ। ଇନ୍ଭର୍ଟରର ବ୍ୟବହାର ଆପଣ ଲାଇନ ଯିବାର କିଛିଘଣ୍ଟା ପର୍ଯ୍ୟନ୍ତ କରିପାରିବେ। ଏହାକୁ ମେନ ପାୱାର ସପ୍ଲାଏ ରୂପରେ ବ୍ୟବହାର କରନ୍ତୁନାହିଁ। କିଛି ସମୟ ପରେ ଏହାକୁ ଚାର୍ଜ କରନ୍ତୁ ଓ ଏହାକୁ ଡ୍ରେନ ହେବାକୁ ଦିଅନ୍ତୁ ନାହିଁ। ଇନ୍ଭର୍ଟରକୁ ବଡ଼ ବଡ଼ ଆପ୍ଲାଏନ୍ସରେ ବ୍ୟବହାର କରନ୍ତୁନାହିଁ। ଏହାସହ ବ୍ୟାଟେରୀ ହେଲଥ ଉପରେ ଧ୍ୟାନ ଦିଅନ୍ତୁ।

Leave A Reply

Your email address will not be published.