ନାଚି – ନାଚି ଯାଉଥିଲେ ବରଯାତ୍ରୀ.. ହଠାତ୍ ବରକୁ ଏକୁଟିଆ ଛାଡି ପଳେଇଗଲେ ବରଯାତ୍ରୀ,ଜାଣନ୍ତୁ ଏମିତି କଣ ପାଇଁ ହେଲା ?

0

Get real time updates directly on you device, subscribe now.

ବାହାଘର ଋତୁରେ ଆପଣ ମଧ୍ୟ ଯେତେବେଳେ କେବେ ଘରୁ ବାହାରୁଥିବେ ତେବେ ଆପଣଙ୍କୁ ବରଯାତ୍ରୀ ଦେଖିବାକୁ ମିଳିଯାଉଥିବେ | ବର ଘୋଡା ଉପରେ କିମ୍ଵା କାରରେ ଥାନ୍ତି | ତାଙ୍କ ଆଗେ-ଆଗେ ବରଯାତ୍ରୀ ଯାଉଥାନ୍ତି | ବ୍ୟାଣ୍ଡ ବାଜାର ଶବ୍ଦରେ ମଧ୍ୟରେ ସମସ୍ତେ ନାଚୁଥାନ୍ତି | ବରଯାତ୍ରୀ ମାନେ ସେପର୍ଯ୍ୟନ୍ତ ନାଚିଥାନ୍ତି ଯେପର୍ଯ୍ୟନ୍ତ କନିଆର ଘର କିମ୍ଭା ଗେଷ୍ଟ ହାଉସ ରେ ପହଞ୍ଚି ନଥାନ୍ତି |

କେବେ ଆପଣ ଏମିତି ବରଯାତ୍ରୀ ବିଷୟରେ ଦେଖିଛନ୍ତି କି ଶୁଣିଛନ୍ତି କି ଯେ ଅଚାନକ ବରକୁ ଛାଡିକି ଦୌଡ଼ିକି ପଳେଇ ଯାଆନ୍ତି | ଯଦି ଏମିତି ବରଯାତ୍ରୀ ବିଷୟରେ ଆପଣ ଆଗରୁ କେବେ ଶୁଣିନାହାନ୍ତି କି ଦେଖିନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ ଏମିତି ହିଁ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ବିଷୟରେ କହିବାକୁ ଯାଉଛୁ | ଉତ୍ତରପ୍ରଦେଶ ର ଗୋଟେ ବରଯାତ୍ରୀରେ ଏମିତି ହିଁ ଖବର ଦେଖିବାକୁ ମିଳିଥିଲା | ଯେଉଁଠାରେ ବରଯାତ୍ରୀ ମାନେ ବରକୁ ଘୋଡା ଉପରେ ଛାଡି ପଳେଇଗଲେ | ଏମିତି କାହିଁକି ହେଲା?, ଆସନ୍ତୁ ଜାଣିବା |

ୟୁପିର ମଥୁରାରୁ ସାମ୍ନାକୁ ଆସିଲା ଏହି ମାମଲା :-

ଏହି ମାମଲା ଉତ୍ତରପ୍ରଦେଶର ମଥୁରା ସହରରୁ ସାମ୍ନାକୁ ଆସିଛି | ଏଠାରେ ବୁଧବାର କୁ ଏମିତି ଘଟଣା ହେଲା କି ଯାହାକୁ ଲୋକମାନେ ଯେତେବେଳେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଗଲେ | ଯଦିଓ ପରେ କାରଣ ଜଣାପଡିବା ପରେ ନ ହସି ରହିପାରିଲେ ନାହିଁ | ଏଠାକାର ରୋତୀୟା ବଜାରରେ ଗୋଟେ ବରଯାତ୍ରୀ ବାହାରୁଥିଲେ | ବରର ଘୋଡା ସଵାରୀ ହୋଇଥିଲା ଏବଂ ବରଯାତ୍ରୀ ମାନେ ତାଙ୍କୁ ଘେରି ହୋଇ ରହିଥିଲେ |

ବ୍ୟାଣ୍ଡ ବାଜା ଆରମ୍ଭ ହୋଇଯାଇଥିଲା ଏବଂ ବରଯାତ୍ରୀ ଧୀରେ-ଧୀରେ ରଙ୍ଗରେ ଆସୁଥିଲେ | ବହୁତ ନାଚ ଗୀତ ଚାଲୁଥିଲା | ସମସ୍ତେ ନିଜ ନିଜର ପ୍ରତିଭା ଦେଖେଇବାରେ ବ୍ୟସ୍ତ ଥିଲେ | ଅଚାନକ ହିଁ ସେଠାରେ ଗହଳି ଏବଂ ଦୌଡ଼ା-ଦୌଡ଼ି ହେବାକୁ ଲାଗିଲା | ଲୋକମାନେ ବରଯାତ୍ରୀ ଛାଡି ଏଠାକୁ-ସେଠାକୁ ଦୌଡିବାକୁ ଲାଗିଲେ | କିଛି ବି ସମୟରେ ବର ଏକୁଟିଆ ରହିଗଲା ଏବଂ ପୁରା ବରଯାତ୍ରୀ ସେଠାରୁ କୁଆଡେ ଗାଏବ ହୋଇଗଲେ |

ଜାଣନ୍ତୁ ପ୍ରକୃତରେ କଣ ହେଇଥିଲା ?

ବର୍ତ୍ତମାନ ଆମେ ଆପଣଙ୍କୁ କହିରଖୁଛୁ କି ପ୍ରକୃତରେ ସେଇଠାରେ କଣ ହେଇଥିଲା ଯାହା ପରେ ବରଯାତ୍ରୀ ବରକୁ ଛାଡି ପଳାଇଯାଇଥିଲେ । ଅସଲ ରେ ମଥୁରାର କିଛି ଗାଁ ରେ ବୁଧବାରକୁ ଅଚାନକ ମୌସମ ଖରାପ ହୋଇଯାଇଥିଲା । ପ୍ରଥମେ ଠିକ ଠାକ ଖରା ହେଉଥିଲା । ପୁଣି ଅଚାନକ ହିଁ ମୌସମ ବଦଳିଗଲା । ଅଚାନକ ବର୍ଷା ଆରମ୍ଭ ହୋଇଗଲା ଏବଂ କୁଆପଥର ଗଳିବାକୁ ଲାଗିଲା ।

ଯେତେବେଳେ ଆକାଶରୁ କୁଆପଥର ଗଳିବାକୁ ଲାଗିଲା ତ ବରଯାତ୍ରୀରେ ମଧ୍ୟ ଧାଁଦୌଡ଼ ସୃଷ୍ଟିହେଲା । ସେଠାରେ ନାଚ ଗୀତ ରେ ବ୍ୟସ୍ତ ଥିବା ଲୋକ ପ୍ରଥମେ ନିଜ ମୁଣ୍ଡକୁ ବଞ୍ଚାଇବା ପାଇଁ ଜାଗା ଦେଖିବାକୁ ଲାଗିଗଲେ । ତରତର ରେ ଯାହାକୁ ଯେଉଁଠି ଜାଗା ମିଳିଲା,ସେ ସେଇଠି ହିଁ ଏକୁଟିଆ ରହିଗଲା । ପୁରା ବରଯାତ୍ରୀ ଗାଏବ୍ ହୋଇଗଲା ।

ପରେ ମନେ ପଡିଲା ବର କଥା :-

କୁଆପଥରରୁ ବଞ୍ଚିବା ପାଇଁ ବରଯାତ୍ରୀ ସୁରକ୍ଷିତ ଜାଗାକୁ ଚାଲିଗଲେ,ବାସ ବର ବିଚରା ସେଇଠି ଫସିଗଲା । ସେ ନା ତ ଘୋଡ଼ାରୁ ଓହ୍ଲେଇ ପାରୁଥିଲା,ନା ହିଁ ତାକୁ କେହି ବଞ୍ଚେଇବାକୁ ଆସୁଥିଲା । ଏହା ପରେ ସେ କୁଆପଥର ମଧ୍ୟରେ ହିଁ ଫସି ରହିଗଲା । ଅଚାନକ କିଛି ଲୋକଙ୍କୁ ମନେ ପଡ଼ିଲା କି ବର ତ ଘୋଡା ଉପରେ ହିଁ ରହିଯାଇଥିଲା । ସେତେବେଳେ

କିଛି ଲୋକ ଛତା ନେଇକି ଆସିଲେ ଏବଂ ବରକୁ ଘୋଡ଼ାରୁ ତଳକୁ ଓହ୍ଲେଇଲେ । ଏହା ପରେ ତାକୁ ସୁରକ୍ଷିତ ସ୍ଥାନକୁ ନିଆଗଲା । କିଛି ସମୟ ପରେ ଯେତେବେଳେ ମୌସମ ଠିକ ହେଲା,ସେତେବେଳେ ବରଯାତ୍ରୀ ପୁଣିଥରେ ବଧୂ ଘର ପାଇଁ ଚାଲିଲେ । ଯଦିଓ କୁଆପଥର ଆଉ ବର୍ଷା କାରଣ ରୁ ମୌସମ ବହୁତ ଥଣ୍ଡା ହୋଇଯାଇଥିଲା । ଏହା ପରେ ବରଯାତ୍ରୀ ପୁଣି ଜମେଇକି ଡ୍ୟାନ୍ସ କଲେ ।

Leave A Reply

Your email address will not be published.