ଷଷ୍ଠ ଶ୍ରେଣୀର ଛାତ୍ରୀ ଦୁଇ ମାସର ଗର୍ଭବତୀ, ପୁରା ଘଟଣା ଜାଣିଲେ ଚକିତ ହୋଇଯିବେ !

0

Get real time updates directly on you device, subscribe now.

ଆଜିର ଦୁନିଆରେ ପ୍ରେମ କଥା କହିଲେ ଏବେର ଯୁବପିଢି ସେଥିରେ ଆଗରେ ଅଛନ୍ତି, କହିବାକୁ ଗଲେ ଆଜିକାଲି ସବୁ ପିଲା ମାନେ ପ୍ରେମ କରୁଛନ୍ତି। ପ୍ରେମ କରିବାଟା ଭୁଲ୍ ନୁହେଁ ହେଲେ ଏଥିପାଇଁ ଏକ ବୟସ ଅଛି ଆଉ ଏବେ ପିଲାମାନେ ଯେଉଁ ଛୋଟ ଛୋଟ ବୟସରୁ ପ୍ରେମ କରୁଛନ୍ତି ଏଥିରେ ସେମାନେ ଏପରି କିଛି କାମ କରୁଛନ୍ତି ଯାହାକି ସମାଜ ଆଗରେ ଖରାପ କାମ। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଏବେ ଦୁଇ ମାସର ଗର୍ଭବତୀ ହୋଇଛନ୍ତି, ଏଭଳି ଲଜ୍ୟା ଜନକ ଘଟଣା ଆସିଛି କନ୍ଧମାଳ ଜିଲ୍ଲାରୁ।ସେବାଶ୍ରମରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଦୁଇ ମାସର ଗର୍ଭବତୀ ଥିବା ଜଣା ପଡିଛି।

ଏନେଇ ସେବାଶ୍ରମ ସ୍କୁଲ କର୍ତ୍ତୁପକ୍ଷ ତରଫରୁ ଦାରିଙ୍ଗ ବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି। କରୋନା ପାଇଁ ବହୁତ ଦିନ ଧରି ସେବାଶ୍ରମ ଗୁଡିକ ବନ୍ଦ ରହିଥିଲା ।ହେଲେ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସରକାରଙ୍କ କରୋନା ଗାଇଡଲାଇନ ଆସିବା ପରେ ଗତ ନଭେମ୍ବର ମାସ ୧୫ତାରିଖରେ ସେବାଶ୍ରମ ଖୋଲିଥିଲା । ଆଉ ସେହି ସମୟରେ ସମ୍ପୃକ୍ତ ନାବାଳିକା ସେବାଶ୍ରମକୁ ଆସିଥିଲେ ।

କିନ୍ତୁ ସେବାଶ୍ରମ ତରଫରୁ ଗତ ୩୦ ତାରିଖରେ ରୁଟିନ ଚେକ ଅପ୍ ସମୟରେ ଛାତ୍ରୀ ଜନକ ଦୁଇ ମାସ ହେବ ଗର୍ଭବତୀ ଥିବାର ଜଣା ପଡିଥିଲା।ଆଉ ଏହା ପରେ ସେବାଶ୍ରମ କର୍ତ୍ତୁପକ୍ଷ ଥାନାର୍ଫେ ଅଭିଯୋଗ କରିବା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି। ଅନ୍ୟ ପକ୍ଷରେ ଛାତ୍ରୀ ଜଣକ କିଭଳି ଗର୍ଭବତୀ ହେଲେ ଆଉ ତାଙ୍କୁ କିଏ ଗର୍ଭବତୀ କରିଲା ସେନେଇ ପୋଲିସ ସେବାଶ୍ରମ କର୍ତ୍ତୁପକ୍ଷଙ୍କୁ ଥାନାକୁ ଡକାଇ ତଦନ୍ତ ଚଳାଇଛି।

Leave A Reply

Your email address will not be published.