ଆଜି ସୃଷ୍ଟି ହେବ ଲଘୁଚାପ,ବାତ୍ୟାକୁ ନେଇ ଆଜି ସ୍ପଷ୍ଟ କରିବ IMD !

0

Get real time updates directly on you device, subscribe now.

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା 8 ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ଏହାପରେ ବାତ୍ୟା ନେଇ ସଠିକ୍ ଆକଳନ କରିହେବ ବୋଲି କହିଛନ୍ତି ଡିଜି । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏ ନେଇ ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ଆଲର୍ଟ କରାଯାଇଛି । ବୁଧବାର ଚିଠି ଲେଖି ସ୍ଵତନ୍ତ୍ର ରିଲିଫ କମିଶନର ଆଲର୍ଟ କରିଛନ୍ତି । ଏହା ପରେ ବାତ୍ୟା ନେଇ ସଠିକ୍ ଆକଳନ କରିହେବ ।

ବାତ୍ୟା ହେଲେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ? ବାତ୍ୟାର ତୀବ୍ରତା କେତେ ରହିବ ? ଏସବୁ ପ୍ରଶ୍ନର ଉତ୍ତର ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ହିଁ ମିଳିପାରିବ । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି । କ୍ରମଶଃ ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।

ସେପଟେ ୱିଣ୍ଡିର ୟୁରୋପୀୟ ମଡେଲ ECMWF ଓ ଆମେରିକାନ୍‌ ମଡେଲ୍‌ GFS ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ମୁହାଁ ହେଉଛି ।ଏଭଳି ସ୍ଥିତିରେ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସଜୀବୀଙ୍କୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଛାନିଆ ନହୋଇ ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କିଣି ମହଜୁଦ୍ ନରଖିବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ଏପର୍ଯ୍ୟନ୍ତ ତା’ର କୌଣସି ପୂର୍ବାନୁମାନ କରାଯାଇ ନାହିଁ । ତଥାପି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଓଡ଼ିଶାରେ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିବ । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ । ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ବିଶେଷକରି ଭୁବନେଶ୍ୱର, କଟକ, ଯାଜପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି । ତେବେ ବାତ୍ୟା ହେବ କି ନାହିଁ ? ବାତ୍ୟା ହେଲେ ଗତି କୁଆଡେ ରହିବ ? ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଗତ କିଛି ବର୍ଷ ହେବ ଏପ୍ରିଲ ଓ ମେ’ ମାସ ବା ପ୍ରି ମନସୁନ୍ରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାର ରୂପ ନେଉଥିବା ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

Leave A Reply

Your email address will not be published.