ଲେମ୍ବୁ ପରେ ବର୍ତ୍ତମାନ ବଢିବ ଜୀରାର ଦାମ, 5 ବର୍ଷରେ ସବୁଠାରୁ ଉଚ୍ଚ ଦାମ ଛୁଇଁବାକୁ ଯାଉଛି !

0

Get real time updates directly on you device, subscribe now.

ପେଟ୍ରୋଲ ଓ ଲେମ୍ବୁ ପରେ ବର୍ତ୍ତମାନ ଜୀରା ର ଦାମ ବଢ଼ିବାକୁ ଯାଉଛି। ଜୀରା ଚାଷ କମ ହୋଇଥିବା ବେଳେ ବର୍ଷା ହେବାରୁ ଫସଲ ନଷ୍ଟ ହେବା ଦ୍ୱାରା ଜୀରା ଦାମ 30-35 ପ୍ରତିଶତ ବୃଦ୍ଧି ପାଇବ ଓ 5 ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ ଦର ଛୁଇଁବ ବୋଲି କୁହାଯାଉଛି। କ୍ରିସିଲ ରିସର୍ଚ୍ଚ ତରଫରୁ ଏକ ରିପୋର୍ଟରେ ଦାବି ହୋଇଥିଲା କି, ଉପାର୍ଜନ କମ ହେବାରୁ ଜୀରା ର ଦାମ 165-170 ପ୍ରତି କିଲୋଗ୍ରାମ ଯାଇପାରେ।

ଫସଲ ବର୍ଷ 2021-22 (ନଭେମ୍ବର ରୁ ମେ) ରେ କୌଣସି କାରଣ ବଶତଃ ଜୀରା ର ଉତ୍ପାଦନ କମ ରହିବା ଯୋଗୁଁ ଏହାର ଦାମ ବିଗତ 5 ବର୍ଷ ମଧ୍ୟରେ ସର୍ବାଧିକ ହେବାକୁ ଯାଉଛି। କ୍ରିସିଲ ରିସର୍ଚ୍ଚ ଅନୁସାରେ ଏହି ରବି ଫସଲ 2021-22 ରେ 35 ପ୍ରତିଶତ ବୃଦ୍ଧି ପାଇ 165-170 ପ୍ରତି କିଲୋଗ୍ରାମ ରହିବ।

କମ ଚାଷ ହୋଇଥିଲା:-

କ୍ରିସିଲ ମୁତାବିକ ରବି ଫସଲ 2021-22 ଜୀରା ଚାଷ 21 ପ୍ରତିଶତ ଏରିଆରେ ହ୍ରାସ ପାଇ 9.83 ଲକ୍ଷ ହେକ୍ଟର ହୋଇଯାଇଛି। ଦୁଇଟି ପ୍ରମୁଖ ଜୀରା ଉତ୍ପାଦକ ରାଜ୍ୟ ମଧ୍ୟରୁ ଗୋଟିଏ ଗୁଜୁରାଟରେ ଏହିଥର 22 ପ୍ରତିଶତ ହ୍ରାସ ଓ ରାଜସ୍ଥାନରେ 20 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

ରିପୋର୍ଟ ଆନୁସାରେ, ଉପାର୍ଜନରେ ହ୍ରାସ ର ମୁଖ୍ୟ କାରଣ ହେଉଛି ଚାଷୀ ମାନେ ସୋରିଷ ଓ ଚଣା ଫସଲ ଉପରେ ଅଧିକ ଧ୍ୟାନ ଦେଲେ। ସୋରିଷ ଓ ଚଣା ଦର ବୃଦ୍ଧି ପାଇବା ଯୋଗୁଁ କୃଷକ ମାନେ ନିଜ ବାଡ଼ିରେ ଏହି ଚାଷ କରିବାକୁ ମନ ବଳାଇଥିଲେ।

Leave A Reply

Your email address will not be published.