ଭାରତରେ ଆସିଲା କରୋନାର ଏକ୍ସ୍ଇ ଭାରିଏଣ୍ଟର ପ୍ରଥମ ମାମଲା, ଜାଣନ୍ତୁ କେତେ ଭୟଙ୍କର ଓ କ’ଣ ଏହାର ଲକ୍ଷଣ

0

Get real time updates directly on you device, subscribe now.

ଭାରତରେ କରୋନା ଭାଇରସର ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି ଓ ଦେଶରେ ଦୈନିକ ୨ ହଜାରର ନୂଆ ମାମଲା ଆସୁଛି|ଏହାମଧ୍ୟରେ ଭାରତରେ କୋଭିଡ୧୯ ର ଏକ୍ସ୍ଇ ଭାରିଏଣ୍ଟ ବିଷୟରେ ତଥ୍ୟ ମିଳିଛି|ଏହି ତଥ୍ୟ ଭାରତୀୟ ସାର୍ସ ସିଓବି ୨ ଜେନେମିକ ସିକ୍ୟୁଏନ୍ସ କନ୍ସୋଟିୟମର ନୂଆ ବୁଲେଟିନ ସାମନାକୁ ଆସିଛି|ଯଦିଓ ମଙ୍ଗଳବାର ଜାରି ହୋଇଥିବା ବୁଲେଟିନରେ ଏହା ଜଣାନାହିଁ ଯେ ଭାରିଏଣ୍ଟ ଦେଶର କେଉଁ ଅଞ୍ଚଳରେ ଆସିଛି|

କରୋନାର ଏକ୍ସ୍ଇ ଭାରିଏଣ୍ଟର ପ୍ରଥମ ମାମଲା ଏବର୍ଷ ୧୯ ଜାନୁଆରୀ ଦିନ ବ୍ରିଟେନରେ ଦେଖିବାକୁ ମିଳିଥିଲା|ଏହା ଅନ୍ୟ ତୁଳନାରେ ୧୦ ଗୁଣ ସଂକ୍ରାମକ|

କରୋନାର ଏକ୍ସ୍ଇ ଭାରିଏଣ୍ଟ ଭାରତ ସହ ଅନ୍ୟାନ୍ୟ ଦେଶରେ ଚିନ୍ତାର କାରଣ ହୋଇଛି କାରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିଛି ଯେ ଏହା ଅନ୍ୟ ତୁଳନାରେ ୧୦ ଗୁଣ ସଂକ୍ରାମକ ଅଟେ|

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାନୁଯାୟୀ ଏହା ଦୁଇଟି ଅଲଗା ଅଲଗା ଭାରିଏଣ୍ଟ ମିଳନରେ ବନିଛି|ବିଶେଷଜ୍ଞ କହିବାନୁଯାୟୀ କରୋନାର ଓମିକ୍ରନ ଭାରିଏଣ୍ଟର ଦୁଇଟି ରୁପ ରହିଛି .ଓମିକ୍ରନ ବିଏ ୧ ଓ ଓମିକ୍ରନ ବିଏ ୨ .ଦୁଇ ଭାରିଏଣ୍ଟ ମିଳନରେ ଏକ୍ସ୍ଇ ଭାରିଏଣ୍ଟ ବନିଛି|କୈାଣସି ସଂଯୋଗ ସେତେବେଳେ ବନେ ଯେତେବେଳେ ବ୍ୟକ୍ତି ଏକାଧିକ ସଂକ୍ରମିତ ହୋଇଥାଏ|

କୋଭିଡ୍ ୧୯ ଏକ୍ସ୍ଇ ଭାରିଏଣ୍ଟ କେତେ ଘାତକ ଓ କେତେ ଭୟଙ୍କର ଏହାକୁ ନେଇ ଅଧ୍ୟୟନ ଜାରି ରହିଛି|ଡବ୍ଲୁଏଚ୍ଓ ଅନୁସାରେ ଏହା ସମ୍ପର୍କରେ ଏଵେ କିଛି କୁହାଯା୍ଇ ପାରିବ ନାହିଁ କାରଣ ଏହାର ପ୍ରଚୁର ତଥ୍ୟ ନାହିଁ|ଏହାସହ ଏହାର ଲକ୍ଷଣଗୁଡ଼ିକ ସ୍ପଷ୍ଟ ନୁହଁ|

ଯଦିଓ ମାନାଯାଏ ଯେ ଏହା ଓମିକ୍ରନର ଦୁଇଟି ଭାରିଏଣରଟ ମିଳନରେ ହୋଇଛି ଏଥିପାଇଁ ଏହାର ଲକ୍ଷଣ ଓମିକ୍ରନ ସହ ପାଖାପାଖି ହୋଇପାରେ|ଜ୍ୱର,କାଶ, ଶ୍ୱାସ ପ୍ରଶ୍ୱସ ଯନ୍ତ୍ରଣା,ଦେହ ହାତ ମୁଣ୍ଡ ବିନ୍ଧା,ଗଳା ଖସଖସ ଓ ନାକରୁ ପାଣି ବହିବା ଭଳି ଲକ୍ଷଣ ହୋଇପାରେ|ଏହାସହ ଅନ୍ୟାନ୍ୟ ଲକ୍ଷଣ ଥକା, ମୁଣ୍ଡ ବୁଲେଇବା,ହୃତ୍ ସ୍ପନ୍ଦନ ବୃଦ୍ଧି, ସ୍ୱାଦର ହ୍ରାସ ବୃଦ୍ଧି ରହିଛି|ଯଦି ଏହି କୈାଣସି ଲକ୍ଷଣଗୁଡ଼ିକ ଦେଖାଯାଇଥାଏ ତେଵେ ଯାଞ୍ଚ କରି ନିଅନ୍ତୁ|

Leave A Reply

Your email address will not be published.