ରାହୁଲଙ୍କ କିଏ ଏହି ନେପାଳୀ ବାନ୍ଧବୀ ? ଯାହାଙ୍କ ବାହାଘରରେ ସାମିଲ ହେବା ପାଇଁ ନେପାଳ ଗସ୍ତରେ ରାହୁଲ ଗାନ୍ଧୀ । ଆସନ୍ତୁ ଜାଣିବା ସେହି ମହିଳା ବନ୍ଧୁଙ୍କ ବିଷୟରେ ।

0

Get real time updates directly on you device, subscribe now.

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତକୁ ନେଇ ଦେଶରେ ରାଜନୀତି ଜୋର । ନାଇଟକ୍ଲବରେ ରାହୁଲଙ୍କ ଏକ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ତରଫରୁ ଏକ ବୟାନ ଜାରି କରି ରାହୁଲ ନିଜର ଜଣେ ସାଙ୍ଗଙ୍କ ବିବାହରେ ଯୋଗ ଦେବା ପାଇଁ ସେଠାକୁ ଯାଇଥିବା କୁହାଯାଇଛି ।

ଏହାରି ଭିତରେ ରାହୁଲ ଗାନ୍ଧୀ କାହା ବାହାଘରରେ ସାମିଲ ହେବା ପାଇଁ କାଠମାଣ୍ଡୁ ଯାଇଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମଙ୍ଗଳବାର ବିଜେପି ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସେୟାର କରିଥିଲା, ଯାହା ଏବେ ଭାଇରାଲ । ରାହୁଲ କାଠମାଣ୍ଡୁ କାହିଁକି ଯାଇଛନ୍ତି ତାକୁ ନେଇ ଲୋଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । ତେବେ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀ ନିଜ ବାନ୍ଧବୀ ସୁମନିମା ଉଦାସଙ୍କ ବାହାଘରରେ ଯୋଗ ଦେବା ପାଇଁ କାଠମାଣ୍ଡୁ ଯାଇଛନ୍ତି । ରାହୁଲ ଗାନ୍ଧୀଙ୍କ ବନ୍ଧୁ ସୁମନିମା ଉଦାସ ଜଣେ ସାମ୍ୱାଦିକା ଏବଂ ସେ ସି-ଏନ-ଏନ ପାଇଁ ମଧ୍ୟ କାମ କରିସାରିଛନ୍ତି ।

ସୁମନିମା ଅକ୍ସଫୋର୍ଡ ୟୁନିଭରର୍ସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ରାଜନୀତି, ଆର୍ଥିକ-ସାମାଜିକ, ଜଳବାୟୁ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ରିପୋର୍ଟିଂ କରିଛନ୍ତି । ଦିଲ୍ଲୀ ଗଣଦୁଷ୍କର୍ମ ମାମଲା ମଧ୍ୟ ସୁମନିଆ କଭର କରିଥିଲେ । ସୁମନିମାଙ୍କୁ ୨୦୧୪ ମହିସାରେ ଆମେରିକା ଜର୍ନାଲିଷ୍ଟ ଅଫ୍ ଦି ଇୟର ସମ୍ମାନ ଦିଆଯାଇଥିଲା । ଏହାସହ ସୁମନିମାଙ୍କୁ ସିନେ ଗୋଲ୍ଡେନ ଇଗଲ ଆୱାର୍ଡରେ ସମ୍ମାନିତ କରାଯାଇଛି । ଅନେକ ରିପୋର୍ଟ ଅନୁସାରେ, ସୁମନିଆ ଉଦାସ ଭାରତର ଲିପୁଲେଖ, କାଲାପାଣି ଏବଂ ଲିଂପିୟାଧୁରାକୁ ସାମିଲ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏହାସହ ନେପାଳର ମାନଚିତ୍ରକୁ ଠିକ ବୋଲି ଦର୍ଶାଇଥିଲେ । ସୂଚନାଯୋଗ୍ୟ ନେପାଳରେ ଛୁଟି କଟାଇବାକୁ ଯାଇ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ନଜର ଆସିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ରଙ୍ଗାରଙ୍ଗ ପରିବେଶରେ ନାଚ, ଗୀତର ଆସର ଚାଲିଛି । ପାଖରେ ଅଛି ମଦ ବୋତଲ । ଆଉ ତା ଭିତରେ ବ୍ଲୁ ଟିସାର୍ଟ ପିନ୍ଧି ଜଣେ ଯୁବତୀଙ୍କ ନିକଟରେ ଛିଡା ହୋଇଛନ୍ତି ରାହୁଲ ଗାନ୍ଧୀ । ବାସ ଏହି ଭିଡିଓଟି ହାତରେ ଲାଗିବା ପରେ ବର୍ତମାନ ସୋସିଆଲ ମିଡିଆରେ ସେୟାର କରି ରାହୁଲଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛି ବିଜେପି

Leave A Reply

Your email address will not be published.