ଡିଏଲ୍ କୁ ପକେଟରେ ରଖି ଯିବାରୁ ମିଳିବ ମୁକ୍ତି ! କଟିବ ନାହିଁ ଆପଣଙ୍କ ଚାଲାଣ,ବାସ୍ କରନ୍ତୁ ଏହି ଛୋଟ କାମ

0

Get real time updates directly on you device, subscribe now.

ଡ୍ରାଇଭିଙ୍ଗ ଲାଇସେନ୍ସ ଏକ ଜରୁରୀକାଳୀନ ଦସ୍ତାବିଜ|ସାଧାରଣତଃ ଯେଉଁମାନେ ବାଇକ ଓ ସ୍କୁଟର ଚଲାନ୍ତି ସାଧାରଣତଃ ଲାଇସନ୍ସ ନେଵାକୁ ଭୁଲି ଯାଇଥାନ୍ତି|ଏହି କାରଣରୁ ବେଳେବେଳେ ହଜାର ଟଙ୍କାର ଚାଲାଣ କଟିଥାଏ|ଏଥିରୁ ମୁକ୍ତିଲାଭ ପାଇବା ପାଇଁ ରହିଛି ଡିଜି ଲକର|

ଡ୍ରାଇଭିଙ୍ଗ ଲାଇସେନ୍ସ କପିକୁ ଆପଣ ଡିଜି ଲକରରେ ସେଭ କରି ରଖି ପାରିବେ, ଏଭଳି କରିବା ଫଳରେ ହଜାର ହଜାର ଟଙ୍କାର ଚାଲାଣରୁ ରକ୍ଷା ପାଇ ପାରିବେ|ଏଥିପାଇଁ ଆପଣଙ୍କ ପାଖରେ ଫୋନ ଥିବା ଆବଶ୍ୟକ|ଡିଜି ଲକର ଏଭଳି ଏକ ଆପ ରହିଛି ଯିଏ ଡକ୍ୟୁମେଣ୍ଟ ସ୍କାନ କରି ଡିଜି ଲକରରେ ରଖିବାର ସୁବିଧା ଦେଇଥାଏ|

ଏହା ଏକ ସରକାରୀ ମାନ୍ୟତାପ୍ରାପ୍ତ। ଆପ ରହିଛି ଯେଉଁଥିରେ ଆପଣ ଡିଏଲ୍ କପିକୁ ସେଭ କରି ରଖିପାରିବେ|ଯଦି ଆପଣ ଫିଜିକାଲ କପି ଭୁଲି ଯାଇଛନ୍ତି ତେଵେ ଫୋନରେ ଆପଣ ଏହି କପିକୁ ଦେଖାଇ ପାରିଵେ|ଫଳରେ ଚାଲାଣ କଟିବାରୁ ବଞ୍ଚି ପାରିବେ|

ଏଭଳି କରନ୍ତୁ:

୧:ପ୍ରଥମେ ଗୁଗଲ ପ୍ଲେ ଷ୍ଟୋରରୁ ଡିଜି ଲକର ଆପ ଡାଉନଲୋଡ କରି ଖୋଲନ୍ତୁ

୨:ଆପ ଖୋଲିବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ଅପ୍ସନ ମିଳିବ ଏଥିରେ କ୍ଲିକ କରନ୍ତୁ|ଏଥିରେ ଅଲଗା ଅଲଗା ରାଜ୍ୟର ଡିଏଲ୍ ରଖିବାକୁ ଅପ୍ସନ ମିଳିବ|

୩: ଉଦାହରଣ ଭାବେ ଯଦି ଆପଣ ଦିଲ୍ଲୀର ତେଵେ ଆପଣଙ୍କୁ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତଳେ ଦିଲ୍ଲୀ ଦେଖିବାକୁ ମିଳିବ|

୪:ଯଦି ଆପଣ ଏକାଉଣ୍ଟ୍ ସାଇନ ଇନ କରନ୍ତୁ ବା ଯଦି ଏକାଉଣ୍ଟ୍ ନାହିଁ ଏକାଉଣ୍ଟ୍ ଖୋଲି ଲଗ୍ ଇନ୍ କରନ୍ତୁ|

୫:ସାଇନ ଇନ କରିବା ପାଇଁ ଆଧାର ନମ୍ବର ବା ମୋବାଇଲ ନମ୍ବର ସହ ୬ ଅଙ୍କର ପିନ୍ ଦେବାକୁ ହେବ|ଏହାପରେ ଡକ୍ୟୁମେଣ୍ଟ ଅପଲୋଡ଼ କରି ଚେକିଙ୍ଗସମୟରେ ଏହାକୁ ଦେଖାଇପାରିବେ ଓ ସୁରକ୍ଷିତ ରଖିପାରିବେ|

Leave A Reply

Your email address will not be published.