Small Business Idea: 10 ହଜାର ଟଙ୍କାରୁ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତି ମାସରେ ହେବ 50 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର

0

Get real time updates directly on you device, subscribe now.

Small Business Idea: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ସାରା ଦେଶରେ ବାହନଗୁଡିକ ପାଇଁ ଏକାପରି ନୋ ପଲ୍ୟୁସନ୍ ସାର୍ଟିଫିକେଟର ଘୋଷଣା କରିଛନ୍ତି । ଏଥିପାଇଁ ବଡ ପରିମାଣରେ ବାହନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଆବଶ୍ୟକ ହେବ, ଯେଉଁଠାରେ ଆପଣ ନିଜ ଗାଡ଼ିର PUC Certificate ତିଆରି କରିପାରିବେ । ବିହାରରେ ଯାଞ୍ଚ୍ କେନ୍ଦ୍ରର ଅଭାବ ରହିଛି । ଏପରି ପରିସ୍ଥିତିରେ ରାଜ୍ୟ ସରକାର ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିବାପାଇଁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ଯଦି ଆପଣ ନିଜର ବିଜନେସ ଆରମ୍ଭ କରିବାକୁ ପ୍ଲାନିଙ୍ଗ କରୁଛନ୍ତି, ତେବେ ଏହି ବିଜନେସକୁ ଆରମ୍ଭ କରି ଆପଣ ପ୍ରତି ମାସରେ 50 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ମାସକୁ 10 ହଜାର ଟଙ୍କା ଲେଖାଏଁ ବିନିଯୋଗ କରିବାକୁ ପଡ଼ିବ । ଯାହା ପରେ କମ୍ ପଇସା ବିନିଯୋଗ କରି ଆପଣ ତୁରନ୍ତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଆରମ୍ଭ କରିପାରିବେ । ଅନୁମାନ ଦୃଷ୍ଟିରୁ ଏହାଦ୍ବାରା ଦିନକୁ 1-2 ହଜାର ଟଙ୍କା ରୋଜଗାର କରାଯାଇପାରେ । ଅର୍ଥାତ୍ ମାସକୁ ଆପଣ 30 ହଜାରରୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ସରକାର ଦେଉଛନ୍ତି 50 ପ୍ରତିଶତ ସହାୟତା :-

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ କୌଣସି ସହାୟତା ରାଶି ଦିଆଯାଉ ନଥିଲା, କିନ୍ତୁ ବର୍ତ୍ତମାନ ଏଥିପାଇଁ ସହାୟତା ରାଶି ଯୋଗାଇ ଦିଆଯାଉଛି । ଯଦି ଆପଣ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିବାକୁ ଚାହୁଁଛନ୍ତି, ତେବେ ବିହାର ସରକାର ପ୍ରୋତ୍ସାହନ ମାଧ୍ୟମରେ ବିନିଯୋଗର 50 ପ୍ରତିଶତ ସହାୟତା ମିଳିବ । ଏହି ରାଶି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ ।

Pollution Testing Center ପାଇଁ କିପରି ଆବେଦନ କରିବେ :-

– ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଓପନ କରିବାପାଇଁ ସର୍ବପ୍ରଥମେ RTO ଠାରୁ ଲାଇସେନ୍ସ ନେବାକୁ ପଡିବ ।

– ନିକଟସ୍ଥ RTO ଅଫିସରେ ଏଥିପାଇଁ ନିବେଦନ କରିପାରିବେ । ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ପେଟ୍ରୋଲ ପମ୍ପ, ଅଟୋ ମୋବାଇଲ ୱର୍କ ସପ୍ ପାଖାପାଖି ଖୋଲାଯାଇ ପାରେ ।

– ଆବେଦନ କରିବା ସହିତ 10 ଟଙ୍କାର ଆଫିଡେବିଟ ଦେବାକୁ ପଡ଼ିବ । ଆଫିଡେବିଟରେ ଟର୍ମ ଆଣ୍ଡ କଣ୍ଡିସନ୍ ମଧ୍ୟ ଲେଖିବାକୁ ପଡ଼ିଥାଏ ।

– ଲୋକାଲ ଅଥରିଟି ଠାରୁ No Objection Certificate ନେବାକୁ ପଡିବ ।

– Pollution Testing Center ର ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ଫିସ ରହିଛି ।

– କିଛି ରାଜ୍ୟରେ ଅନଲାଇନ୍ ଆବେଦନ କରିବାର ମଧ୍ୟ ସୁବିଧା ରହିଛି ।

– ଅନଲାଇନ୍ ଆବେଦନ କରିବାପାଇଁ https://vahan.parivahan.gov.in/puc/ ରେ ଯାଇ ରେଜିଷ୍ଟର କରିବାକୁ ପଡ଼ିବ ।

Pollution Testing Center ଖୋଲିବାପାଇଁ ସାମଗ୍ରୀ :-

– ସବୁଠାରୁ ଜରୁରୀ କମ୍ପ୍ୟୁଟର

– USB ୱେବ୍ କ୍ୟାମେରା

– ଇଙ୍କଜେଟ ପ୍ରିଣ୍ଟର

– ପାୱାର ସପ୍ଲାଇ

– ଇଣ୍ଟରନେଟ କନକ୍ସନ୍

Leave A Reply

Your email address will not be published.