Post Office Scheme : ଏହି ସୁପରହିଟ ସ୍କିମ ଦ୍ଵାରା ହୋଇଯିବେ ମାଲାମାଲ, କିଛି ମାସ ମଧ୍ୟରେ ହିଁ ଡବଲ ହୋଇଯିବ ପଇସା

0

Get real time updates directly on you device, subscribe now.

Post Office Scheme : ଯଦି ଆପଣ ପଇସା ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣ ପୋଷ୍ଟ ଅଫିସ ସେଭିଙ୍ଗ ସ୍କିମ କିସାନ ବିକାଶ ପତ୍ରରେ ନିବେଶ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ କିଷାନ ବିକାଶ ପତ୍ର ସ୍କିମରେ ଗ୍ୟାରେଣ୍ଟି ମିଳିଥାଏ, ତେଣୁ ଏ ଦୃଷ୍ଟିରୁ ଏହି ସ୍କିମ ସୁରକ୍ଷିତ ଅଟେ । ଏହାସହିତ ଭଲ ରିଟର୍ନ ମଧ୍ଯ ମିଳିଥାଏ, ତେବେ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ ।

କିସାନ ବିକାଶ ପତ୍ର କଣ୍ ଅଟେ ?

କିସାନ ବିକାଶ ପତ୍ର ସ୍କିମର ଅବଧି 10 ବର୍ଷ 4 ମାସ ହୋଇଥାଏ । ଯଦି ଆପଣ ଏହି ସ୍କିମରେ ଏପ୍ରିଲ 1 ତାରିଖ 2022 ଠାରୁ ଜୁନ 30 ତାରିଖ 2022 ପର୍ଯ୍ୟନ୍ତ ନିବେଶ କରିବେ, ତେବେ ଆପଣଙ୍କ ଦ୍ଵାରା ଜମା କରାଯାଇଥିବା ରାଶି 10 ବର୍ଷ 4 ମାସ ମଧ୍ୟରେ ଦୁଇଗୁଣ ହୋଇଯିବ । ଏହି ସ୍କିମରେ ବାର୍ଷିକ 6.9 ପରସେଣ୍ଟ କମ୍ପାଉଣ୍ଡ ସୁଧ ଦିଆଯାଇଥାଏ ।

ଯେତେ ଚାହିଁବେ ସେତେ ନିବେଶ କରିପାରିବେ :-

ଆପଣ କିସାନ ବିକାଶ ପତ୍ର ସାର୍ଟିଫିକେଟକୁ 1000 ଟଙ୍କାର ସର୍ବନିମ୍ନ ନିବେଶରୁ କିଣି ପାରିବେ । ଏଥିରେ ପଇସା ନିବେଶ କରିବାର କୌଣସି ଲିମିଟ ନାହିଁ । ଅର୍ଥାତ୍ ଆପଣ ଯେତେ ଚାହିଁବେ ସେତେ ନିବେଶ କରିପାରିବେ ।

କିସାନ ବିକାଶ ପତ୍ର ସ୍କିମରେ କଣ କଣ ହୋଇଥାଏ ?

1. ଏଥିରେ 1000, 5000, 10000, 50000 ର ମୂଲ୍ୟବର୍ଗରେ ନିବେଶ କରାଯାଇପାରେ ।

2. ଏହି ସ୍କିମରେ ଗ୍ୟାରେଣ୍ଟି ରିଟର୍ନ ମିଳିଥାଏ । ଅର୍ଥାତ୍ ଏଥିରେ ଆପଣଙ୍କର ପଇସା ପୁରା ସୁରକ୍ଷିତ ଭାବରେ ମିଳିଥାଏ ।

3. ଆପଣ ପରୀପକ୍ୱତା ଉପରେ ଯଥା 124 ମାସ ପରେ ରାଶି ପ୍ରତ୍ୟାହାର କରିପାରିବେ, କିନ୍ତୁ ଏହାର ଲକ୍-ଇନ୍ ଅବଧି 30 ମାସ ଅଟେ । ଏହାପୂର୍ବରୁ, ଆପଣ ଏହି ଯୋଜନାରୁ ଟଙ୍କା ଉଠାଇ ପାରିବେ ନାହିଁ । ସର୍ତ୍ତ ଅନୁଯାୟୀ ଯେପର୍ଯ୍ୟନ୍ତ ଆକାଉଣ୍ଟଧାରୀ ମରି ନାହାଁନ୍ତି କିମ୍ବା କୋର୍ଟର ନିର୍ଦ୍ଦେଶ ନାହିଁ |

4. କିଷାନ ବିକାଶ ପତ୍ରକୁ ବନ୍ଧକ କିମ୍ବା ସୁରକ୍ଷା ଭାବରେ ରଖି ଆପଣ ଲୋନ ମଧ୍ୟ ନେଇପାରିବେ |

5. ଆୟକର ବିଭାଗର 80C ଅଧୀନରେ ଟିକସ ଛାଡ ଉପଲବ୍ଧ | ଏହା ଉପରେ ରିଟର୍ନ ସମ୍ପୂର୍ଣ୍ଣ ଟ୍ୟାକ୍ସଯୋଗ୍ୟ । ପରିପକ୍ୱତା ପରେ ପ୍ରତ୍ୟାହାର ଉପରେ କୌଣସି ଟିକସ ଲାଗେ ନାହିଁ ।

ଜରୁରୀ ଡକ୍ୟୁମେଣ୍ଟ :-

ଏହି ଖାତାକୁ ଖୋଲିବାପାଇଁ ଆପଣଙ୍କୁ ପରିଚୟ ପତ୍ର ଯେପରି – ଆଧାର କାର୍ଡ, ପ୍ୟାନ କାର୍ଡ, ଭୋଟର ଆଇଡି କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ପାସପୋର୍ଟ ଦରକାର୍ ହୋଇଥାଏ । ଆପଣ ନିଜର ଆବଶ୍ୟକତା ଅନୁଯାୟୀ ସିଙ୍ଗଲ କିମ୍ବା ଜଏଣ୍ଟ ଖାତା ମଧ୍ୟ ଖୋଲିପାରିବେ ।

Leave A Reply

Your email address will not be published.