Solar Ac: ଥରେ ଲଗାନ୍ତୁ 25 ବର୍ଷ ପର୍ଯ୍ୟନ୍ତ ଲମ୍ବା ବିଜୁଳି ବିଲରୁ ମୁକ୍ତି ପାଆନ୍ତୁ

0

Get real time updates directly on you device, subscribe now.

ଅନ୍ତରାଷ୍ଟ୍ରୀୟ ଉର୍ଜା ଏନର୍ଜି ରିପୋର୍ଟ ମୁତାବିକ, ବର୍ଷ 2050 ପର୍ଯ୍ୟନ୍ତ ବଢ଼ୁଥିବା ଗରମ କାରଣରୁ କୃତ୍ରିମ କୁଲିଂ ସିଷ୍ଟମର ଡିମାଣ୍ଡ ତିନିଗୁଣା ବଢିଯିବାକୁ ଯାଉଛି। ଖାଆସ କରି ଏହା ଭାରତ, ଇଣ୍ଡୋନେସିଆ ଓ ଚୀନ ଭଳି ଦେଶରେ ବଢ଼ିବାକୁ ଯାଉଛି। IEA ଅନୁସାରେ ଆସୁଥିବା ଦଶକ ଗୁଡ଼ିକରେ ଭାରତରେ AC ବିକ୍ରି ଦ୍ରୁତ ଗତିରେ ବଢ଼ିବ। ଅଧିକରୁ ଅଧିକ ଲୋକେ AC ଭଳି ଥଣ୍ଡା ଦେଉଥିବା ଉପକରଣ କିଣିବେ କିନ୍ତୁ ଏହି ଉପକରଣ ହାଇଡ୍ରୋକାର୍ବନ ରେଫ୍ରିଜରେଣ୍ଟ ଛାଡ଼ିଥାନ୍ତି। ଯାହାକି ଗ୍ଲୋବାଲ ୱାର୍ମିଂ ପାଇଁ ଦାୟୀ ଅଟେ। ଅନ୍ୟପଟରେ AC ଉପଯୋଗ ବଢିବାର ଅର୍ଥ ସିଧା ବିଜୁଳି ଖର୍ଚ୍ଚ ବଢ଼ିବ। ଏଥିସହ ଆମକୁ ପର୍ଯ୍ୟାବରଣକୁ ଧ୍ୟାନରେ ରଖି ବ୍ୟାକଅପ ଉର୍ଜା ବିଷୟରେ ଭାବିବାକୁ ପଡ଼ିବ। ଆଗ୍ରାର ଏକ୍ସାଲଟ ଇଣ୍ଡିଆ ଏକ ଏମିତି କମ୍ପାନୀ ଅଟେ ଯିଏକି ବିଜୁଳି ପରିବର୍ତ୍ତେ ସୋଲାର ଉର୍ଜାରେ ଚାଲୁଥିବା ଏସି ବନାଇଥାଏ। ତାଙ୍କର ସଂସ୍ଥାପକ ଆଶୁତୋଷ ବର୍ମାଙ୍କର ଦାବି ଏହାକି ଯେ, ତାଙ୍କର ସୋଲାର ଏସି 80 ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚାଇଥାଏ ଓ ଏହାର ସେଲ୍ଫ ଲାଇଫ 25 ବର୍ଷର ଅଟେ।

ସୋଲାର Ac କଣ :-

ଆଶୁତୋଷ କହିଛନ୍ତି କି, ସାମାନ୍ୟ ଏସି ତୁଳନାରେ ଏହି ଏସି ମାସକୁ 6000 ୟୁନିଟ ବିଜୁଳି ବଞ୍ଚାଇଥାଏ ଯାହାର ଦାମ ପାଖାପାଖି 5,500 ଟଙ୍କା ବୋଲି କୁହାଯାଉଛି।

ପେଶାରେ ଏକ ଡାଟା ବୈଜ୍ଞାନିକ ଆଶୁତୋଷ 2009 ମସିହାରେ ପ୍ରଥମ ସୋଲାର ଏସି ବନାଇଥିଲେ ଓ କିଛିବର୍ଷ ପରେ ହିଁ, ଏହାକୁ ସେ ବିକ୍ରି କରିବା ଆରମ୍ଭ କରିଦେଇଥିଲେ। ଆରମ୍ଭରୁ ଲୋକେ ଏହା ଉପରେ ଭରସା କରୁନଥିଲେ କିନ୍ତୁ ପରେ ଧିରେ ଧିରେ ଏହାକୁ କିଣିବାକୁ ଲାଗୁଛନ୍ତି।

ଆଶୁତୋଷ ଦ ବେଟର ଇଣ୍ଡିଆକୁ ଜଣାଇଥିଲେ କି, ସିଜିନରେ ପ୍ରତ୍ୟେକ ମାସରେ ଆମେ ଦୁନିଆସାରା 300-500 Solar Ac ବିକ୍ରି କରିଥାନ୍ତି ଓ ଏବେପର୍ଯ୍ୟନ୍ତ ଏକ୍ସାଲଟ Ac ର 5000 ୟୁନିଟ ବିକ୍ରି କରିସାରିଛନ୍ତି।

ସୋଲାର ଏସି ର ଦାମ:-

ଏହି ସୋଲାର ଏସି 45,000 ଟଙ୍କାରୁ ଆରମ୍ଭ ହେଉଛି ଓ ଏହାର ବିଭିନ୍ନ ୱାଟ ଓ ଟନ ହିସାବରେ ମୂଲ୍ୟ ନିର୍ଧାରିତ ହୋଇଥାଏ। ଇଣ୍ଡୋର ୟୁନିଟକୁ ଛାଡ଼ି ଏସିର ସମସ୍ତ ଜିନିଷ ଭାରତରେ ହିଁ ବନାଯାଇଥାଏ। ଇଣ୍ଡୋର ୟୁନିଟକୁ ଥାଇଲାଣ୍ଡରୁ ଆୟତ୍ତ କରାଯାଇଥାଏ। ୟୁନିଟ କିଣିବାପରେ ଆପଣଙ୍କ ଛାତରେ 320 ୱାଟର ପ୍ୟାନେଲ ଲଗାଇବାକୁ ପଡ଼ିଥାଏ।

କିଣିବା ପୂର୍ବରୁ ଜାଣନ୍ତୁ ଯୋଗ୍ୟ କଥା ଗୁଡିକୁ:-

ଆଶୁତୋଷଙ୍କ କହିବା ହେଲା ସୋଲାର ଏସି ଲଗାଇବା ପୂର୍ବରୁ ଆପଣ କିଛି ଜିନିଷକୁ ଜରୁରୀ ଧ୍ୟାନରେ ରଖନ୍ତୁ। ସର୍ବପ୍ରଥମେ ଏହା ସମ୍ପୂର୍ଣ୍ଣ ଭାବରେ ସୂର୍ଯ୍ୟ କିରଣ ଉପରେ ନିର୍ଭର କରିବ। ଆପଣ ସୋଲାର ଉର୍ଜାକୁ ଗ୍ରିଡ଼ରେ ଜମା କର୍କ ଏସି ଚଲାଇ ପାରିବେ। ଏହାସହ ଘରେ ଲଗାଇବାକୁ ଏହାକୁ ପର୍ଯ୍ୟାପ୍ତ ସ୍ଥାନରେ ଲଗାଇବାକୁ ହେବ।

ସୋଲାର ଏସି ବ୍ୟତୀତ ଏକ୍ସାଲଟ ମିନି ଭେଣ୍ଟିଲେଟର, ଇନ୍ଭର୍ଟର, ଫ୍ରିଜର, ଡ଼ିପ ଫ୍ରିଜର ଓ କମ୍ପ୍ରେସର ମଧ୍ୟ ବନାଯାଇଥାଏ। ଏହି ସାରା ଉପକରଣ, ପର୍ଯ୍ୟାବରଣ ସହିତ ଅନୁକୂଳ ଅଟେ ଓ କମ ଉର୍ଜା ଖର୍ଚ୍ଚ ହୋଇଥାଏ।

ସୋଲାର ଏସି ଦ୍ୱାରା ହେବ ଏହି ଫାଇଦା:-

ଏକ୍ସାଲଟ ବ୍ୟତୀତ କିଛି ଆହୁରି କମ୍ପାନୀ ଗୁଡ଼ିକ ମଧ୍ୟ ରହିଛି। ଯେଉଁମାନେ ସୋଲାର ଏସି ବନାଇଥାନ୍ତି। ସାଧାରଣତଃ ସୋଲାର ଏସି ଗୁଡ଼ିକର ଦର ସଧାରଣ ଏସି ଠାରୁ ଦାମୀ ଓ
ହୋଇଥାଏ ଓ ଯଦି ଆପଣ ଏଥିରେ ଟଙ୍କା ନିବେଶ କରନ୍ତି ତାହେଲେ ବିଜୁଳି ବିଲରୁ ମୁକ୍ତି ପାଇଯିବେ।

ଏକ୍ସାଲଟ ବ୍ୟତୀତ ଯଦି ଆମେ ଅନ୍ୟ ସୋଲାର ଏସି ବିଷୟରେ କହିବା ତାହେଲେ ଆପଣଙ୍କୁ 1 ଟନର ଏସି 97,000 ଟଙ୍କା, 1.5 ଟନ ବାଲା ଏସି ପାଇଁ 1.39 ଲକ୍ଷ ଟଙ୍କା ଓ 2 ଟନ ଏସିର ଦାମ 1.79 ଲକ୍ଷ ଟଙ୍କା ଅଟେ। ଏହି ଖର୍ଚ୍ଚ ଅଧିକ ହୋଇଥାଏ। କିନ୍ତୁ ଲମ୍ବା ସମୟ ଧରି ଏହା ବିଜୁଳି ବିଲରୁ ଆପଣଙ୍କୁ ମୁକ୍ତି ଦେବ। ଆମ ପୃଥିବୀରେ ସୂର୍ଯ୍ୟଙ୍କ ରଶ୍ମି ପ୍ରାକୃତିକ ଉପାୟରେ ବହୁତ ମାଗଣା ମିଳିଥାଏ, ଏହାକୁ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଏକ୍ସାଲଟର ସୋଲାର ଏସି କିଣିବାପାଇଁ ଆପଣ କମ୍ପାନୀ ସହିତ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.