ପ୍ରତିଦିନ ସଞ୍ଚୟ କରନ୍ତୁ 7 ଟଙ୍କା, ଖୁସିରେ କଟିବ ବୃଦ୍ଧାବସ୍ଥା ସମୟ

0

Get real time updates directly on you device, subscribe now.

ଅଟଳ ପେନସନ ଯୋଜନା ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବାର ସବୁଠାରୁ ଭଲ ପ୍ଲାନ୍ ଅଟେ । ଏହା ମାଧ୍ୟମରେ ଆପଣ କମ୍ ନିବେଶ କରିମଧୁ ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିପାରିବେ । ଅଟଳ ପେନସନ ଯୋଜନା ସହ ଯୋଡ଼ି ହୋଇ ସ୍ଵାମୀ- ସ୍ତ୍ରୀ ଉଭୟ ମାସକୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ଉଠାଇ ପାରିବେ ।

ଏହି ଯୋଜନାର ଲାଭ ଯେକୌଣସି ଭାରତୀୟ ନାଗରିକ ନେଇପାରିବେ । ଯଦି ଆପଣ 40 ବର୍ଷରୁ କମ ବୟସର ଅଟନ୍ତି, ତେବେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ପେନସନ ଯେକୌଣସି ମଣିଷ ପାଇଁ ଗୋଟିଏ ବଡ ସାହାରା ହୋଇଥାଏ । ବିଶେଷକରି ବୃଦ୍ଧାବସ୍ଥା ସମୟରେ, ଆପଣ ଯେତେବେଳେ ଏଥିପାଇଁ ନିବେଶ କରନ୍ତି, ସେତେବେଳେ ଆପଣଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଯାଏ ।

ଏହି ପେନସନ ଯୋଜନା ପ୍ରକୃତରେ କଣ୍ ଅଟେ ?

ଯଦି ଆପଣ ନିଜ ବୃଦ୍ଧାବସ୍ଥାକୁ ଖୁସିରେ ବିତାଇବାକୁ ଚାହୁଁଛନ୍ତି, ତେବେ ଅଟଳ ପେନସନ ଯୋଜନା ସହିତ ଯୋଡ଼ି ହୋଇପାରିବେ । ଏହା ଗୋଟିଏ ସରକାରୀ ପେନସନ ଯୋଜନା ଅଟେ ଏବଂ ଏଥିରେ ଗ୍ୟାରେଣ୍ଟିଡ ରିଟର୍ନ ମିଳିଥାଏ । ଆପଣ ନିବେଶ ହିସାବରେ ପ୍ରତି ମାସରେ 1000 ଟଙ୍କାରୁ ନେଇ 5000 ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ ।

ବୟସ ସୀମା :-

ଏଥିପାଇଁ ବୟସ ସୀମା ମଧ୍ୟ ସ୍ଥିର କରାଯାଇଛି । ଏହି ଯୋଜନା ସହିତ ସର୍ବନିମ୍ନ 18 ବର୍ଷ ଏବଂ ସର୍ବାଧିକ 40 ବର୍ଷୀୟ ବ୍ୟକ୍ତି ଯୋଡି ହୋଇପାରିବେ । ଯଦି ଆପଣ ଏହି ଯୋଜନାରେ ଫାଇଦା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅତି କମରେ 20 ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡ଼ିବ । 60 ବର୍ଷ ହେବା ପରେ ଆପଣଙ୍କୁ ପ୍ରତି ମାସରେ ପେନସନ ମିଳିବ ।

କେତେ ପେନସନ ମିଳିବ ?

ଯଦି ଆପଣଙ୍କ ବୟସ 18 ବର୍ଷ, ତେବେ ଏହି ଯୋଜନାରେ ମାସକୁ 210 ଟଙ୍କା ଅର୍ଥାତ୍ ପ୍ରତିଦିନ 7ଟଙ୍କା ନିବେଶ କରି ମାସକୁ 5000 ହଜାର ଟଙ୍କା ପେନସନ ଉଠାଇ ପାରିବେ । ସେହିପରି ଯଦି 60 ବର୍ଷ ବୟସ ପରେ ମାସକୁ କେବଳ 1000 ଟଙ୍କା ପେନସନ ଦରକାର, ତେବେ ଏଥିପାଇଁ 18 ବର୍ଷ ବୟସରୁ ମାସକୁ ମାତ୍ର 42 ଟଙ୍କା ଜମା କରିବାକୁ ପଡ଼ିବ ।

Leave A Reply

Your email address will not be published.