11ତମ କିସ୍ତି ପାଇଁ ଶୀଘ୍ର ଚେକ କରନ୍ତୁ ଖାତା, ଯଦି ଏହା ଲେଖାଯାଇଛି ତେବେ ଆସିବାକୁ ଯାଉଛି ଟଙ୍କା

0

Get real time updates directly on you device, subscribe now.

PM Kisan Samman Nidhi 11th Installment: ସରକାରଙ୍କ ତରଫରୁ କୃଷକମାନଙ୍କୁ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବାପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର 10 ତମ କିସ୍ତି କୃଷକଙ୍କ ଖାତାକୁ ଆସିସାରିଛି । ବର୍ତ୍ତମାନ କୃଷକମାନେ ଏହାର 11 ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଏହି 11 ତମ କିସ୍ତି ଏପ୍ରିଲ ଏବଂ ଜୁଲାଇ ମାସ ଭିତରେ ଆସିବ ବୋଲି ଆଶା କରାଯାଉଛି । ଏହି ଯୋଜନା ଅଧୀନରେ ସାରା ଦେଶରୁ ପ୍ରାୟ 12.5 କୋଟି କୃଷକଙ୍କ ରେଜିଷ୍ଟ୍ରେସନ ହୋଇଛି ।

ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ଅପ୍ରୁଭାଲ ଜରୁରୀ :-

11 ତମ କିସ୍ତି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଏହି ପ୍ରକ୍ରିୟା କ୍ରମାଗତ ଭାବରେ ଚାଲିଛି | ଏହି ଯୋଜନାର କିସ୍ତି ଟଙ୍କା ସ୍ଥାନାନ୍ତର ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ମଧ୍ଯ ଅପ୍ରୁଭାଲ ଜରୁରୀ ହୋଇଥାଏ । 11ତମ କିସ୍ତି ପାଇଁ କେତେକ ରାଜ୍ୟ ସରକାର ଅପ୍ରୁଭାଲ ଦେଇଛନ୍ତି । ଆଉ କିଛି ଏପର୍ଯ୍ୟନ୍ତ ଏହାକୁ ଅପ୍ରୁଭାଲ୍ କରିନାହାଁନ୍ତି । ଏଭଳି ପରିସ୍ଥିତିରେ, ଆପଣ ମଝିରେ ମଝିରେ ନିଜର ଷ୍ଟାଟସ୍ ଚେକ କରିବା ଜରୁରୀ ଅଟେ ।

ଚେକ୍ କରନ୍ତୁ ଷ୍ଟାଟସ୍ :-

ପିଏମ କିସାନ ୱେବସାଇଟରେ ଷ୍ଟାଟସ୍ ଚେକ୍ କଲେ ଆପଣଙ୍କୁ ଅଲଗା ଅଲଗା ଷ୍ଟାଟସ୍ ଦେଖାଯିବ । ଏହି ଷ୍ଟାଟସଗୁଡ଼ିକର ଅଲଗା ଅଲଗା ଅର୍ଥ ରହିଥାଏ । ଏପରି ପରିସ୍ଥିତିରେ, ଆପଣ ଏହାକୁ ପଢ଼ି ନିଜର କିସ୍ତିର ଷ୍ଟାଟସ୍ ଜାଣିପାରିବେ ।

ଷ୍ଟାଟସ୍ ଏବଂ ତାର ଅର୍ଥ :-

1. Waiting For Approval By State – ରାଜ୍ଯ ସରକାରଙ୍କ ଠାରୁ ଅପ୍ରୁଭାଲ ଆସିନାହିଁ ।

2. Request For Transfer— ଏହାର ଅର୍ଥ ହେଉଛି ରାଜ୍ୟ ତରଫରୁ ଲାଭାର୍ଥିଙ୍କ ଡାଟା ଚେକ୍ କରାଯାଇଛି ଏବଂ କେନ୍ଦ୍ରରୁ ରାଶି ସ୍ଥାନାନ୍ତର କରିବାପାଇଁ ଅନୁରୋଧ କରାଯାଇଛି ।

3. FTO is Generated and Payment Confirmation is Pending : ଫଣ୍ଡ ସ୍ଥାନାନ୍ତରର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, କିଛି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ ରକମ ସ୍ଥାନାନ୍ତର ହୋଇଯିବ ।

କେବେ ଖାତାକୁ ଆସିବ ପଇସା :-

ଅନେକ ମିଡ଼ିଆ ରିପୋର୍ଟରେ ଦାବି କରାଯାଉଛି ଯେ ପିଏମ୍ କିସାନ୍ ନିଧିର 11 ତମ କିସ୍ତିର ପଇସା ମେ 14-15 ତାରିଖ ପାଖାପାଖି ବ୍ୟାଙ୍କ୍ ଆକାଉଣ୍ଟରେ ଆସିପାରେ । 2021ରେ ମଧ୍ୟ ମେ 15 ତାରିଖରେ ହିଁ ପଇସା ପଠାଯାଇଥିଲା । କିଛି ରାଜ୍ୟ ସରକାରଙ୍କ ତରଫରୁ କୃଷକଙ୍କ RFT ସାଇନ୍ ହୋଇଛି । ଏହାର ଅର୍ଥ ହେଉଛି ରାଜ୍ୟ ତରଫରୁ ପଇସା ସ୍ଥାନାନ୍ତର କରିବାପାଇଁ ଅନୁରୋଧ ପଠାଯାଇଛି ।

Leave A Reply

Your email address will not be published.