ଚାଲିଥିଲା ଅନ୍ତିମ ସଂସ୍କାର, ଅଚାନକ କଫିନ ଭିତରୁ ଶୁଭିଲା ଶବ୍ଦ, ଶ୍ମଶାନରେ ଖେଳିଗଲା ଆତଙ୍କ

0

Get real time updates directly on you device, subscribe now.

ଏହି ଅଜବ ପ୍ରକାରର ଘଟଣା ପେରୁରେ ହୋଇଛି । ଏଠାରେ ଜଣେ ମହିଳା, ଯାହାଙ୍କ ନାମ ରୋଜା ଇସାବେଲ ଅଟେ, ତାଙ୍କର ଆକ୍ସିଡେଣ୍ଟ ହୋଇଯାଇଥିଲା । ଯେତେବେଳେ ଏହି ଦୁର୍ଘଟଣା ହେଲା, ସେତେବେଳେ ସେ ନିଜ ପରିବାର ସହିତ କୌଣସି ସ୍ଥାନକୁ ଯାଉଥିଲେ । ଅଚାନକ ଗାଡ଼ିର ଆକ୍ସିଡେଣ୍ଟ ହେଇଗଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ପରିବାରର ସବୁ ଲୋକଙ୍କୁ ଗଭୀର ଆଘାତ ଲାଗିଲା ।

ସେହିପରି ଜଣେ ଅନ୍ୟ ସଦସ୍ୟଙ୍କ ସହିତ ରୋଜା ଇସାବେଲଙ୍କ ଅବସ୍ଥା ମଧ୍ୟ ବହୁତ୍ ଗମ୍ଭୀର ହୋଇଯାଇଥିଲା । ଯେତେବେଳେ ଦୁହିଁଙ୍କୁ ହସ୍ପିଟାଲ୍ ଅଣାଗଲା, ସେତେବେଳେ ଡାକ୍ତର ସେମାନଙ୍କୁ ଚେକ ଅପ କରିବାପରେ ମୃତ ଘୋଷଣା କରିଦେଇଥିଲେ । ସେହିପରି ଅନ୍ୟ ତିନିଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଏହାପରେ ରୋଜା ଇସାବେଲଙ୍କୁ ପୋତିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଗଲା ।

ଅନ୍ତିମ ସଂସ୍କାର ସମୟରେ ଖଟ ଖଟ ହୋଇ ଶୁଭିଲା କଫିନ :-

ଏପ୍ରିଲ 26 ତାରିଖରେ ରୋଜାଙ୍କ ଅନ୍ତିମ ସଂସ୍କାର କରାଯିବାର ଥିଲା । ତାଙ୍କ ମୃତଦେହକୁ ଏକ କଫିନରେ ରଖି ଶ୍ମଶାନକୁ ଅଣାଯାଇଥିଲା । ଏଠାରେ ତାଙ୍କର ବନ୍ଧୁ ଏବଂ ପ୍ରିୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ରୋଜାଙ୍କ ମୃତ୍ୟୁରେ ସମସ୍ତେ ଗଭୀର ଦୁଃଖିତ ହେଲେ । ହଠାତ୍ ମୃତ୍ୟୁ ହେତୁ ସେଠାକାର ଲୋକମାନେ ଲୁହ ଝରାଉଥିଲେ । ରୋଜା ଏହି ଦୁନିଆରୁ ଚାଲିଯିବାର ଦୁଃଖ ସମସ୍ତଙ୍କ ମନରେ ଥିଲା ।

ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ସବୁ ପ୍ରସ୍ତୁତି ପୁରା ହୋଇଯାଇଥିଲା । କେବଳ ତାଙ୍କୁ କଫିନ ସହିତ ପୋତିବା କାମ ବାକି ରହିଯାଇଥିଲା । ଅଚାନକ ଏମିତି କିଛି ଘଟିଲା, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିଲେ । କଫିନ ଭିତରୁ ଖଟ୍ ଖଟ୍ ହୋଇ ଶବ୍ଦ ସୁଭାଗଲା । ଏହାପରେ ସାରା ଶ୍ମଶାନରେ ଆତଙ୍କ ଖେଳିଗଲା । ଲୋକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଭୟ ଖେଳିଗଲା ।

କଫିନ ଖୋଲିବାରୁ ଏହି ଅବସ୍ଥାରେ ମିଳିଲେ ରୋଜା :-

ଶ୍ମଶାନରେ ଥିବା କିଛି ଲୋକ ସାହାସ କରି ଲୋକଙ୍କୁ ଶାନ୍ତ ରହିବାକୁ କହିଲେ । କଫିନ ଭିତରୁ କାହିଁକି ଏହି ଖଟ୍ ଖଟ୍ ଶବ୍ଦ ଆସୁଛି ଜାଣିବା ପାଇଁ କଫିନ ଖୋଲିବାରୁ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଭିତରେ ରୋଜାଙ୍କ ଆଖି ଖୋଲା ହୋଇଥିଲା । ସେ ଝାଳରେ ଅଣନିଶ୍ବାସୀ ଥିବା ଅବସ୍ଥାରେ ଦେଖାଗଲେ ।

ମହିଳାଙ୍କୁ ଜୀବିତ ଥିବାର ଦେଖି ଲୋକମାନେ ତାଙ୍କୁ ହସ୍ପିଟାଲ୍ ନେବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ତୁରନ୍ତ ରୋଜାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଦିଆଗଲା । ଏଠାରେ ତାଙ୍କ ଅବସ୍ଥା ବହୁତ୍ ଖରାପ ଥିଲା, ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା । ସଂପର୍କୀୟମାନେ କହିଛନ୍ତି ଯେ ବୋଧହୁଏ ରୋଜା କୋମାକୁ ଚାଲି ଯାଇଥିଲେ, ତେଣୁ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଭାବିନେଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।

Leave A Reply

Your email address will not be published.