ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ, ତାଲିକାରୁ ହଟିପାରେ ଏସବୁ ଲୋକଙ୍କ ନାମ

0

Get real time updates directly on you device, subscribe now.

ଯଦି ଆପଣ ଜଣେ ରାସନ କାର୍ଡ ହୋଲଡର ତ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ । ସରକାର କରୋନା ମହାମାରୀ ବେଳେ ଗରିବ ଲୋକ ମାନଙ୍କ ପାଇଁ ମୁକ୍ତ ରାସନର ବ୍ୟବସ୍ଥା ଆରମ୍ଭ କରିଥିଲେ । ହେଲେ ଗତ ଦିନରେ ସରକାର ଜାଣିବାକୁ ପାଇଲେ କି ଲକ୍ଷ ଲକ୍ଷ  ଅଯୋଗ୍ୟ ଲୋକ ବି ସରକାରଙ୍କ ପକ୍ଷରୁ ମାଗଣାରେ ମିଳୁଥିବା ରାସନର ଫାଇଦା ନେଉଛନ୍ତି । ଏହି ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଅପିଲ କରାଯାଉଛି କି ଏମିତି ଲୋକ ନିଜେ ନିଜର ରାସନ କାର୍ଡକୁ ବାତିଲ କରି ନିଅନ୍ତୁ । ରାସନ କାର୍ଡ ବାତିଲ ନକଲେ ଯାଞ୍ଚ ପରେ ଖାଦ୍ୟ ବିଭାଗ ଟିମ୍‌ ଏହାକୁ ରଦ୍ଦ କରିଦେବେ । ଏମିତି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନିଆଯିବ । ଏହା ବ୍ୟତୀତ ଯେଉଁ ମାନେ ଦୀର୍ଘ ୬ ମାସରୁ ଅଧିକ ସମୟ ଧରି ରାସନ୍ କାର୍ଡରୁ ରାସନ୍ ଆଣି ନାହାନ୍ତି, ସେମାନଙ୍କ କାର୍ଡ ମଧ୍ୟ ବାତିଲ ହୋଇଯିବ । ତେବେ ଜାଣନ୍ତୁ କଣ ରହିଛି ଅନ୍ୟ ସବୁ ନିୟମ ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି ଦେଶ ର ପ୍ରାୟ ୮୦ କୋଟି ଲୋକ । ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ଏପରି ଲୋକ ଯେଉଁ ମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ତେବେ ଏଥିପାଇଁ ବର୍ତ୍ତମାନ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ତାର ମାନଦଣ୍ଡରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି ।

ଆଉ ସେହି ନିୟମ ଅନୁସାରେ ଯଦି କୌଣସି କାର୍ଡଧାରୀଙ୍କ ପାଖରେ ନିଜ ଆୟ ଉପାର୍ଜିତ ୧୦୦ବର୍ଗ ମିଟରର ଫ୍ଲାଟ ବା ପ୍ଲଟ କିମ୍ୱା କୋଠା , ୪ଚକିଆ ଗାଡ଼ି ବା ଟ୍ରାକ୍ଟର, ଆର୍ମସ ଲାଇସେନ୍ସ, ଗାଁରେ ଦୁଇ ଲକ୍ଷ ଓ ସହରରେ ୩ ଲକ୍ଷ ବାର୍ଷିକରୁ ଅଧିକ ପାରିବାରିକ ଆୟ ଥିବ ତ ଏମିତି ଲୋକଙ୍କୁ ନିଜର ରାସନ କାର୍ଡ ତହସିଲ ଓ ଡିଏମଓ କାର୍ଯ୍ୟାଳୟରେ ଯାଇ ଆତ୍ମସମର୍ପଣ କରିବାକୁ ହେବ । ତେବେ ସରକାରଙ୍କର ନିୟମାନୁସାରେ ଯଦି କୌଣସି ରାସନ କାର୍ଡ ଧାରୀ ଆତ୍ମସମର୍ପଣ ନକରନ୍ତି ତ ଏମିତି ଲୋକଙ୍କୁ କାର୍ଡ ଯାଞ୍ଚ ପରେ ରଦ୍ଦ କରିଦିଆ ଯିବ । ଏହାସହ ସେହି ପରିବାର ବିରୋଧରେ ଦୃଢ଼ ଆଇନ୍‌ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ । ଖାଲି ଏତିକି ନୁହେଁ ଏମିତି ଲୋକ ଯେବେ ଠାରୁ ରାସନ ନେଉଛନ୍ତି , ସେବେଠାରୁ ରାସନର ମୂଲ୍ୟ ସେମାନଙ୍କ ଠାରୁ ମଧ୍ୟ ଆଦାୟ କରାଯିବ ।

Leave A Reply

Your email address will not be published.