ସରକାରୀ ଖର୍ଚ୍ଚରେ ଲଗାନ୍ତୁ ନିଜ ଘର ଛାତ ଉପରେ ସୋଲାର ପ୍ଲାଣ୍ଟ, ବିଜୁଳି ବିଲର ଟେନସନ ଗାୟବ

0

Get real time updates directly on you device, subscribe now.

କଣ ଆପଣ ମଧ୍ୟ ବାରମ୍ବାର ବିଜୁଳି କଟିବା ଯୋଗୁଁ ଚିନ୍ତିତ ହୋଇଗଲଣି କି ? ଯଦି ହଁ ତାହେଲେ ଆପଣ ମଧ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍ସିଡ଼ିକୁ ଗ୍ରହଣ କରି ନିଜ ଘରର ଛାତ ଉପରେ ସୋଲାର ପ୍ଲାଣ୍ଟ ଲଗାଇ ପାରିବେ। ଆପଣଙ୍କ ଦ୍ୱାରା ଇଂଷ୍ଟେଲ କରାଯାଉଥିବା ସୋଲାର ପ୍ଲାଣ୍ଟର ସାଇଜ ଉପରେ ସରକାରଙ୍କ ସବ୍ସିଡ଼ି ନିର୍ଭର କରିବ। ଯଦି ଆପଣ ବଡ଼ ପ୍ଲାଣ୍ଟ ଲଗାଉଛନ୍ତି ତାହେଲେ ଆପଣଙ୍କୁ ଅଧିକ ସବ୍ସିଡ଼ି ମିଳିବ ଓ ଯଦି ଛୋଟ ପ୍ଲାଣ୍ଟ ଲଗାଉଛନ୍ତି ତାହେଲେ ଆପଣଙ୍କୁ କମ ସବ୍ସିଡ଼ି ମିଳିବ।

କେମିତି ଜାଣିବେ ଆପଣଙ୍କୁ କେଉଁ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ଲଗାଇବାକୁ ହେବ:-

ସର୍ବପ୍ରଥମେ ଆପଣଙ୍କୁ ଏହା ଜାଣିବା ଆବଶ୍ୟକ କି, ସୋଲାର ପ୍ଲାଣ୍ଟ ଜରିଆରେ ଆପଣଙ୍କୁ କେଉଁ ଜିନିଷ ବ୍ୟବହାର କରିବାକୁ ହେବ। ଯଦି ଆପଣଙ୍କୁ ଆପଣଙ୍କ ଘରେ 1.5 ଟନ ରୁ 1 ଟନ ଇଂଭର୍ଟର, ଏୟାର କଣ୍ଡିସନର ଓ ସାଥିରେ କୁଲର, ପଙ୍ଖା, ଲାଇଟ ଚଳାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ନ୍ୟୁନତମ 4 କିଲୋୱାଟ ସୋଲାର ସିଷ୍ଟମ ଲଗାଇବାକୁ ହେବ ଯିଏକି ପ୍ରତିଦିନ 20 ୟୁନିଟ ବିଜୁଳି ଯୋଗାଇଦେବ। 4 କିଲୋୱାଟର ସୋଲାର ପ୍ଲାଣ୍ଟ ସହିତ ଆପଣ ଦୁଇଟି ଏୟାର କଣ୍ଡିସନର ସହିତ ଘରର ପଙ୍ଖା, କୁଲର, ଲାପଟପ ଇତ୍ୟାଦି ଚଳାଇପାରିବେ।

ଏକ୍ସପର୍ଟଙ୍କ ଅନୁସାରେ 4 କିଲୋୱାଟ ବିଜୁଳି ବ୍ୟବହାର କରି ଆପଣ ନିଜ ଘରର ବିଜୁଳି ବିଲ ବଞ୍ଚାଇ ପାରିବେ। ବିଜୁଳି ବ୍ୟବହାର କରିବାପରେ ଯେତିକି ବିଜୁଳି ବଳୁଛି ତା’କୁ ଆପଣ ସରକାରଙ୍କୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ।

ସୋଲାର ପ୍ଲାଣ୍ଟ ପାଇଁ ଆବଶ୍ୟକୀୟ ଜିନିଷ:-

କୌଣସିବି ସୋଲାର ପ୍ଲାଣ୍ଟ ପାଇଁ ସବୁଠାରୁ ଆବଶ୍ୟକୀୟ ସାମଗ୍ରୀ ଏକ ସୋଲାର ଇଂଭର୍ଟର, ସୋଲାର ବ୍ୟାଟେରୀ, ସୋଲାର ପ୍ୟାନେଲ ହୋଇଥାଏ। ଏହାପରେ ଓୟାର ଫିକ୍ସିଂ, ଷ୍ଟାଣ୍ଡ ଆଦିର ଖର୍ଚ୍ଚ ହୋଇଥାଏ, ଯାହାଉପରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହୋଇଥାଏ। ଏହିପରି ଭାବରେ ସମସ୍ତ ଜିନିଷକୁ ମିଶାଇ ଖର୍ଚ୍ଚ ବାହାର କରିପାରନ୍ତି।

ସୋଲାର ଇନ୍ଭର୍ଟର:-

ବର୍ତ୍ତମାନ ମାର୍କେଟରେ 5 କିଲୋୱାଟର ସୋଲାର ଇଂଭର୍ଟର ମିଳିଥାଏ ଯାହାକୁ ଆପଣ 4 କିଲୋୱାଟ ପ୍ଲାଣ୍ଟ ଚଲାଇବା ପାଇଁ କିଣିପାରନ୍ତି। ଏହା ଟିକେ ମାତ୍ରାରେ ମହଙ୍ଗା ପଡ଼ିଥାଏ। ଯଦି ଆପଣଙ୍କ ବଜେଟ କମ ତାହେଲେ ଆପଣଙ୍କୁ ପିଡ଼ବ୍ଲ୍ୟୁଏମ ଟେକ୍ନିକ ବାଲା ସୋଲାର ଇନ୍ଭର୍ଟର ନେବା ଉଚିତ।

ସୋଲାର ବ୍ୟାଟେରୀ:-

ସୋଲାର ବ୍ୟାଟେରୀର ଦାମ ଆପଣଙ୍କୁ ଏହାର ସାଇଜ ଉପରେ ହିଁ ଦେବାକୁ ପଡ଼ିଥାଏ। ଯଦି ଆପଣ 4ଟି ବ୍ୟାଟେରୀ ଥିବା ଇନ୍ଭର୍ଟର ନିଅନ୍ତି ତାହେଲେ ଆପଣଙ୍କୁ ରହ ଶସ୍ତା ପଡ଼ିଥାଏ। ଯଦି 8ଟି ବ୍ୟାଟେରୀ ଥିବା ଇନ୍ଭର୍ଟର କିଣୁଛନ୍ତି ତାହେଲେ ଆପଣଙ୍କୁ ଏହାର ଦାମ ଦୁଇଗୁଣା ଦେବାକୁ ହେବ। ଆନୁମାନିକ ଏକ ବ୍ୟାଟେରୀ ଆପଣଙ୍କୁ 15,000 ଟଙ୍କା ପଡ଼ିଥାଏ।

ସୋଲାର ପ୍ୟାନେଲସ:-

ମାର୍କେଟରେ ଏବେବି ତିନିପ୍ରକାରର ସୋଲାର ପ୍ୟାନେଲସ ମିଳିଥାଏ। ଏହି ତିନୋଟିକୁ ପଲିକ୍ରିଷ୍ଟେଲିନ, ମୋନ ପର୍କ ଓ ବାଇଫେସିଏଲ କୁହାଯାଇଥାଏ। ଯଦି ଆପଣଙ୍କ ବଜେଟ କମ ଓ ସ୍ପେସ ଅଧିକ ଅଟେ ତାହେଲେ ଆପଣଙ୍କୁ ପଲିକ୍ରିଷ୍ଟେଲିନ ସୋଲାର ପ୍ୟାନେଲ ବ୍ୟବହାର କରିବା ଉଚିତ। ଯଦି ଆପଣଙ୍କ ପାଖରେ ଶେଷ କମ ରହିଛି ତାହେଲେ ଆପଣଙ୍କୁ ବାଇଫେସିଏଲ ପ୍ୟାନେଲ ବ୍ୟବହାର କରିବା ଉଚିତ।

ଏହାର ପ୍ରକାର:-

କୌଣସି ବି ସୋଲାର ପ୍ୟାନେଲ ତିନିପ୍ରକାରର ହୋଇପାରେ। 1- ଅଫଗ୍ରିଡ଼: ଯିଏକି ଡ଼ାଇରେକ୍ଟ ପାୱାର ସପ୍ଲାଏ କରିଥାଏ। 2- ହାଇବ୍ରିଡ଼: ଯାହା ଅଫଗ୍ରିଡ଼ ଓ ଅନଗ୍ରିଡ଼ ଉଭୟର ମିଶ୍ରିତ ହୋଇଥାଏ। 3- ଅନଗ୍ରିଡ଼: ଯିଏ ଇଲେକ୍ଟ୍ରିକ ସିଟିକୁ ସୁରକ୍ଷା କରି ଆବଶ୍ୟକତା ସମୟରେ କାମ କରିଥାଏ।

ଯଦି ଆପଣ ସୋଲାର ପ୍ଲାଣ୍ଟ ସିଷ୍ଟମ ବନାଇବାକୁ ଚାହାଁନ୍ତି ତାହେଲେ ଏହିପରି ଆପଣଙ୍କ ଖର୍ଚ୍ଚ ଆସିବ।

କମ ଦାମରେ ସୋଲାର ସିଷ୍ଟମ:-

ସୋଲାର ଇନ୍ଭର୍ଟର- 35,000 ଟଙ୍କା (PWM)

ସୋଲାର ବ୍ୟାଟେରୀ- 60,000 ଟଙ୍କା (150Ah)

ସୋଲାର ପ୍ୟାନେଲ- 1,00,000 ଟଙ୍କା (Poly)

ଅତିରିକ୍ତ ଖର୍ଚ୍ଚ- 35,000 ଟଙ୍କା( wiring, stand etc..)

କେମିତି ଫ୍ରି ସୋଲାର ପ୍ୟାନେଲରେ ଆବେଦନ କରିବା:-

ଆପଣ ଏଥିପାଇଁ mnre.gov.inକୁ ଭିଜିଟ କରି ସୂଚନା ନେଇପାରିବେ। ସୋଲାର ପ୍ଲାଣ୍ଟ ଲଗାଉଥିବା କମ୍ପାନୀ ଗୁଡ଼ିକ ମଧ୍ୟ ଏହା ଅନ୍ତର୍ଗତ ବହୁତ ସୂଚନା ଆପଣଙ୍କୁ ପ୍ରଦାନ କରିପାରନ୍ତି। ଆପଣ ଯଦି ଚାହାଁନ୍ତି ସରକାରଙ୍କ ହେଲ୍ପ ଲାଇନ ନମ୍ବର 011-2436-0707 ଅର୍ଥାତ 011-2436-0404 ରେ ସମ୍ପର୍କ କରି ସୂଚନା ନେଇପାରିବେ।

Leave A Reply

Your email address will not be published.