ଆସୁଥିବା ବାତ୍ୟାକୁ ନେଇ ସ୍କାଏ ମେଟର ପୂର୍ବାନୁମାନ, ଜାଣନ୍ତୁ କେଉଁଆଡେ ଗତି କରିବ ବାତ୍ୟା

0

Get real time updates directly on you device, subscribe now.

ବାତ୍ୟା ଉପରେ ଭାରତ ର ପାଣିପାଗ ବିଭାଗ ର ସ୍ଵତନ୍ତ୍ର ନଜର ରହିଛି ।ମେ ୬ ତାରିଖ ରେ ଦକ୍ଷିଣ ଆଣ୍ଡମାନ ଓ ଦକ୍ଷିଣ ବଙ୍ଗୋପସାରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ର ରୂପ ନେବା ଅଧିକ ସମ୍ଭାବନା ରହିଛି । ବିଭିନ୍ନ ମଡେଲ ଆକଳନ ସୃଷ୍ଟି ହୋଇଥିବା ବେଳେ ମେ ମାସ ରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ତୀବ୍ର ହେବ । ଲଘୁଚାପ ଓ କାଳ ବୈଶାଖୀ ର ପ୍ରଭାବ ରେ ଓଡ଼ିଶା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମ୍ ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ବାତ୍ୟା ନିଶ୍ଚିତ ହେବା ନେଇ ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଭାଗ । ଆସନ୍ତା ୪ ତାରିଖ ରେ ସୃଷ୍ଟି ହେବାକୁ ଥିବା ଘୁର୍ଣି ବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରେ ପରିଣତ ହେବ।ଏହାକୁ ନେଇ ବଙ୍ଗୋପସାଗରରେ ବାତ୍ୟା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ପରେ ଆହୁରି ଅଧିକ ଘନୀଭୂତ ହୋଇ ଅବପାତ , ଗଭୀର ଅବପାତ ଓ ୧୦ ଭିତରେ ବାତ୍ୟା ର ରୂପ ନେବ । ବାତ୍ୟା ଟି ଆନ୍ଧ୍ର ମହଲିପଟ୍ଟନମ୍ ରୁ ପୁରୀ ମଧ୍ୟରେ ଲ୍ୟାଣ୍ଡ ଫଲ ହେବାର ସମ୍ଭାବନା ରହିଛି । ବାତ୍ୟା ସମୟ ରେ ଘଣ୍ଟା ପ୍ରତି ଶହେ କିଲୋମିଟର ବେଗ ରେ ପବନ ସାଙ୍ଗକୁ ୬୦ ମିଲି ମିଟର ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।ଭାରତୀୟ ପାଣିପାଗ ବିଭାଗ ସୃଷ୍ଟି ହେଉଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ । ଅନେକ ବୈଜ୍ଞାନିକ ଙ୍କ ମତ ନେଇ ବାତ୍ୟା ସୃଷ୍ଟି ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି।ସ୍କାଏ ମେଟର ପୂର୍ବାନୁମାନ ଅନୁଯାୟୀ, ମିଆଁମାର ଆଡ଼କୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା ।

ତେଣୁ ଓଡିଶା, ଆନ୍ଧ୍ରପ୍ରଦେଶ, ଏବଂ ପଶ୍ଚମବଙ୍ଗ ଉରରେ ଏହି ବତ୍ୟାର କୌଣସି ପ୍ରଭାବ ପଡିବନାହିଁ ବୋଲି ପୂର୍ବାନୁମାନ କରିଛି ସ୍କାଏ ମେଟ୍ । ସ୍କାଏମେଟ୍ ଭାରତର ଏକ ଘରୋଇ ପାଣିପାଗ ଗବେଷଣା ସଂସ୍ଥା । କିନ୍ତୁ ଲଘୁଚାପ ଓ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନେକ ସମୟରେ ଠିକ୍ ହୋଇ ଆସିଛି ।ଯଦି ଏପରି ହୁଏ ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବ କିନ୍ତୁ ଏହାର ସମ୍ଭାବନା ଖୁବ୍ କମ୍।

Leave A Reply

Your email address will not be published.