ବଜାରରୁ ଉଭାନ ହେଲା ଆଳୁ, ବାତ୍ୟା ର ଫାଇଦା ଉଠାଉଛନ୍ତି ବେପାରୀ

0

Get real time updates directly on you device, subscribe now.

ସବୁ ବର୍ଷ ପରି ପୁଣି ଏହି ବର୍ଷ ମେ ମାସରେ ଆସୁଛି ଆଉ ଏକ ବାତ୍ୟା, ପ୍ରତିବର୍ଷ ଏହି ମେ ମାସରେ ଏକ ବଡ ଧରଣର ବାତ୍ୟା ଆସିଥାଏ ଆଉ ଏହା କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଅନ୍ୟ ଲୋକମାନେ ବି ବହୁତ ହଇରାଣର ସମ୍ମୁଖୀନ ହୋଇ ଥାଆନ୍ତି। ଆଉ ଏହି ବର୍ଷ ସାମ୍ଭବ୍ୟ ବାତ୍ୟା ପୂର୍ବରୁ କଳାବଜାରୀ ଆରମ୍ଭ ହୋଇସାରିଛି,ବଜାରରୁ ଉଭାନ ହେଲା ଆଳୁ ବାତ୍ୟା ଆଶଙ୍କାର ଲାଭ ଉଠାଉଛନ୍ତି କିଛି ଖଳ ପ୍ରକୃତିର ଲୋକ।ବଜାରରେ ଆଳୁ ଅଭାବ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି, ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ସାପ୍ତାହିକ ହାଟରେ। ଏଠାକାର ସାପ୍ତାହିକ ହାଟରେ ହଠାତ୍ ଆଳୁ ଉଭାନ ହୋଇଯାଇଥିଲା।ସୂଚନା ମୁତାବକ, ରବିବାର ହାଟ ଥିବାରୁ ସକାଳୁ ସକାଳୁ ଲୋକେ ଆଳୁ ସ୍ୱାଭାବିକ ଦରରେ କ୍ରୟ କରିଥିଲେ କିନ୍ତୁ ହଠାତ ଅପରାହ୍ନ କଣ ହେଲେ କେଜାଣି ଆଳୁ ପୁରା ହାଟରୁ ଉଭାନ ହୋଇଗଲା।

ଆଳୁ ଗୋଦାମ ଗୁଡିକରେ ଆଳୁ ଦେଖିବାକୁ ମିଳିନଥିଲା।ତେବେ ସନ୍ଧ୍ୟାରେ କେତେକ ଆଳୁ ଗୋଦାମ ମାଲିକ ମାନେ ଟ୍ରକରେ ଯେଉଁ ଆଳୁ ମଗାଇ ଥିଲେ ମଧ୍ୟ ତାହା ସାଧାରଣ ଗ୍ରାହକଙ୍କୁ ଦେବା ବନ୍ଦ କରିଦେଲେ, ଏବେ ସାଲେପୁର ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଆଳୁର କଳାବଜାରୀ।ଆଳୁ ଯେଉଁ ବେପାରୀ ମାନେ କାଁ ଭାଁ ସନ୍ଧ୍ୟା ପରେ ବିକ୍ରି କରୁଛନ୍ତି ତାହାର ଦର ଆକାଶ ଛୁଆଁ ହୋଇଯାଇଛି।କିଲୋପ୍ରତି ୩୫ରୁ ୪୦ ଟଙ୍କା ଦରରେ ଆଳୁ ବିକ୍ରି ହେଉଛି।ଶୁଣିବାକୁ ମିଳୁଛି ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ ଗୋଦାମ ମାଲିକ ମାନେ କୁଆଡେ ଅଧିକ ମୁନଫା କମାଇବା ପାଇଁ ଏଭଳି ଆଳୁର କୁତ୍ରିମ ଅଭାବ ସୃଷ୍ଟି କରିଛନ୍ତି ।

ଏହାକୁ ନେଇ ଏବେ ସାଧାରଣ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତୁରନ୍ତ ଏଭଳି କଳାବଜାରୀ କରୁଥିବା ଆଳୁ ବ୍ୟବସାୟୀ ମାନଙ୍କ ଉପରେ ଯୋଗାଣ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।ସୂଚନାଯୋଗ୍ୟ, ସେପଟେ ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି ଯେ, ସାମ୍ଭାବ୍ୟ ବାତ୍ୟା ନେଇ ସଙ୍କେତ ମିଳୁଛି। ମେ’ ମାସର ପ୍ରଥମ ସପ୍ତାହରେ ଏକ ବାତ୍ୟା ଆସିପାରେ, ମେ ୬ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ତା’ପରେ ତାହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

Leave A Reply

Your email address will not be published.