ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କ ଉପରେ ଆକ୍ରମଣ କଲେ ୫ ଦୁର୍ବୃତ୍ତ

0

Get real time updates directly on you device, subscribe now.

ଇଣ୍ଟରନେଟ୍ ଦୁନିଆରେ ଗତ କିଛି ଦିନ ହେବ ଏକ ନାଁ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ହେଉଛି ତାଞ୍ଜାନିଆର ବାସିନ୍ଦା କିଲି ପଲଙ୍କ ନାମ । ବଲିଉଡ୍ ଗୀତରେ ଲିପ୍ସିଂ ଦେଇ ଭାରତୀୟ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛନ୍ତି କିଲି । ସେବେଠାରୁ ତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତାଞ୍ଜାନିଆରେ ରହୁଥିବା କିଲି ପଲ୍ ବର୍ତ୍ତମାନ ଭାରତୀୟ ଲୋକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଇନଷ୍ଟାଗ୍ରାମ୍ ରେ କିଲି ପଲ୍ ଏବଂ ତାଙ୍କ ଭଉଣୀ ନୀମା ପଲ୍ ପ୍ରାୟ ସମୟରେ ବଲିଉଡ୍ ଗୀତରେ ଲିପ୍ସିଂ କରିବାର ଭିଡିଓ ଶେୟାର କରନ୍ତି । ଭାଇ ଓ ଭଉଣୀର ଏହି ଯୋଡି ସେମାନଙ୍କର ନିଆରା ଶୈଳୀରେ ଲୋକଙ୍କ ହୃଦୟ ଜିତିଥିଲେ ।

ପ୍ରକାଶ ଯେ ଗତ ବର୍ଷ ଫିଲ୍ମ ଶେରଶାହର ଗୀତ ‘ରାତା ଲମ୍ବିୟା’ରେ ଲିପ୍‌ସିଂ କରି ପଲ୍‌ ଚର୍ଚ୍ଚାକୁ ଆସିଥିଲେ । ଏହି ଭିଡିଓରେ ସେ ଭଉଣୀ ନୀନା ପଲ୍‌ଙ୍କ ସହ ଦେଖା ଯାଇଥିଲେ । ତା’ ପରଠାରୁ କିଲି ପଲ୍‌ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ବର୍ତମାନ ସମୟରେ ସୋସିଆଲ ମିଡିଆରେ ତାଙ୍କର ୩୬ ଲକ୍ଷରୁ ମଧ୍ୟ ଅଧିକ ଫଲୋୟର୍ସ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବଲିଉଡ୍ ତାରକା ମଧ୍ୟ କିଲିଙ୍କୁ ଅନୁସରଣ କରନ୍ତି ।

ତେବେ କିଛିଦିନ ପୂର୍ବେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଏହି ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲ ଓ ତାଙ୍କ ଭଉଣୀ ନିମା ପଲଙ୍କର ପ୍ରଶଂସା କରିଥିଲେ । ସେମାନଙ୍କ ଭିତରେ ଭାରତୀୟ ଗୀତକୁ ନେଇ ଯେଉଁ ଉତ୍ସାହ ଏବଂ ଭଲପାଇବା ଆଗ୍ରହ ରହିଛି, ତାର ଉଲ୍ଲେଖ କରିଥିଲେ । ଯେଉଁଥିପାଇଁ ଆଜି ସେମାନେ ଖୁବ୍ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି । ତେବେ ନିକଟରେ ଯେଉଁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ତାହା ହେଉଛି କିଲି ପଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।

ଯାହାକୁ ସେ ୨୯ ଏପ୍ରିଲରେ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ ଯେ “ମୋ ଉପରେ ୫ ଜଣ ଲୋକ ହଠାତ୍ ଆକ୍ରମଣ କରିଥିଲେ । ମୋର ଡାହଣ ହାତ ଗୋଡ ଓ ଆଙ୍ଗୁଳିରେ ଛୁରିରେ ଆକ୍ରମଣ କରାଯାଇଥିଲା । କିଛି ଲୋକ ମୋତେ ବାଡିରେ ମଧ୍ୟ ପିଟିଥିଲେ । ଭଗବାନଙ୍କୁ ଧନ୍ୟବାଦ ​‌ସେ ମୋତେ ରକ୍ଷା କଲେ । ମୁଁ ଦୁଇ ଜଣଙ୍କୁ ପିଟି ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଥିଲି । ମୋ ପାଇଁ ପ୍ରାର୍ଥନା କରନ୍ତୁ” । ଏହି ଲେଖାଟି ସହିତ ସେ ତାଙ୍କର ମୂର୍ମୂଷ ଅବସ୍ଥାର ଏକ ଫୋଟ ମଧ୍ୟ ସେୟାର କରିଥିଲେ ।

Leave A Reply

Your email address will not be published.