ବିନା ପରୀକ୍ଷାରେ ପାଇବେ ରେଲୱେ ଚାକିରି,ଆସନ୍ତୁ ଜାଣିବା କିପରି ଆବେଦନ କରିବେ

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ତେବେ ଯବୁପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବିନା ପରୀକ୍ଷାରେ ରେଳବାଇ ଚାକିରି କରିବାର ସୁଯୋଗ। ସିନିଅର ଏବଂ ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀ ପାଇଁ କେବଳ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ନିଯୁକ୍ତି।

ପଦବୀ ସଂଖ୍ୟା: ୧୪

ସିନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ : ୭

ଜୁନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ: ୭

ଇଣ୍ଟରଭ୍ୟୁ ହେବାର ତାରିଖ ମଇ ୧୧, ୧୩, ୧୪ରେ ହେବ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ଇଂଜିନିୟରିଂ ଡିଗ୍ରୀ BE/B.tech(Civil) କରିଥିବା ଜରୁରୀ। ସିଭିଲ କନଷ୍ଟ୍ରକ୍ସନPSU ରେଲେଓ୍ଵ କିମ୍ବା ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ବୟସ ସୀମା:

ସିନିଅର ଟେକ୍ନିକାଲ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ଏବଂ ଜୁନିଆ ଟେକ୍ନିକାଲ ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ସର୍ବାଧିକ ୨୫ ବର୍ଷ ହୋଇଥିବା ଜରୁରୀ।

ଏହି ପଦବୀ ପାଇଁ ଚୟନ ବିନା କୌଣସି ପରୀକ୍ଷାରେ କେବଳ ଇଣ୍ଟରଭ୍ୟୁ ଦ୍ୱାରା ପ୍ରାର୍ଥୀଙ୍କୁ ଚୟନ କରାଯିବ। ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ପାଇଁ ସକାଳ ୯.୩୦ରୁ ୧.୩୦ ମଧ୍ୟରେ ହେବ।

ଇଣ୍ଟରଭ୍ୟୁ ହେବାର ଠିକଣା :

USBLR Project Headquarters, Konkan Railway Corporation Limited, Satyam Complex, Marble Market, Extn- Trikuta Nagar, Jammu, Jammu & Kashmir (UT) Pin 180011

Leave A Reply

Your email address will not be published.