” ସିଧା କମିଶନରଙ୍କୁ ଫୋନ୍ କରିବି…” ମଦ ପିଇ ମହିଳା ଆସିଷ୍ଟାଣ୍ଟ କମିଶନର ଦେଲେ ପୋଲିସକୁ ଧମକ, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶରେ ଜଣେ ନିଶାସକ୍ତ ମହିଳା ଅଫିସରଙ୍କ ଭିଡିଓ ଭାଇରାଲ ହୋଇଯାଇଛି । ପ୍ରାୟତଃ ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଅଛନ୍ତି । ସେ ଠିକରେ ଠିଆ ମଧ୍ଯ ହୋଇପାରୁ ନଥିଲେ । ସେହିପରି ମହିଳା ପୋଲିସ କର୍ମଚାରୀ ଯେତେବେଳେ ତାଙ୍କୁ କାରରେ ବସାଇବାକୁ ଚେଷ୍ଟା କଲେ, ସେତେବେଳେ ସେ ପୋଲିସ ଉପରେ ହିଁ ରାଗିଗଲେ।

ଭିଡିଓ ଭାଇରାଲ ହେବା ପରେ ଅଫିସରଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଥିଲା । ମହିଳା ଅଧିକାରୀଙ୍କ ରିପୋର୍ଟ ମଧ୍ୟ ଏସପିଙ୍କ ନିକଟକୁ ପଠାଯାଇଛି । ଭିଡିଓଟି ଏପ୍ରିଲ 27 ତାରିଖର ଅଟେ । ପୋଲିସ ଅଫିସରଙ୍କ ମାମଲା ହେବା କାରଣରୁ ଏହାକୁ ସମ୍ଭାଳି ନେବାକୁ ଚାହିଁଥିଲା ଏବଂ ମଦ୍ୟପ ଅଧିକାରୀଙ୍କ ସ୍ୱାମୀଙ୍କୁ ଡାକି ମହିଳାଙ୍କୁ ତାଙ୍କ ସହ ପଠାଇଦେଇଥିଲା । ତେବେ ଭିଡିଓ ଭାଇରାଲ ହେଇଗଲା ।

ଆସିଷ୍ଟାଣ୍ଟ ଲେବର କମିଶନର ଅଟନ୍ତି ମହିଳା :-

ରିପୋର୍ଟ ଅନୁଯାୟୀ, ମହିଳା ଅଧିକାରୀଙ୍କ ନାମ ରଚନା କେଶରୱାନୀ ଅଟେ । ସେ ଜଣେ ଆସିଷ୍ଟାଣ୍ଟ ଲେବର କମିଶନର ଅଟନ୍ତି ଏବଂ ବର୍ତ୍ତମାନ ଗୋଣ୍ଡାରେ ନିୟୋଜିତ ଅଛନ୍ତି । ଏସଓ ଜରବଲରୋଡ ରାଜେଶ ସିଂ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ଅଧିକାରୀ ମଦ୍ୟପାନ କରି ଲକ୍ଷ୍ନୌରୁ ନିଜ ଗାଡି ଚଲାଇ ଗୋଣ୍ଡା ଯାଉଥିଲେ ।

ନିଶାରେ ଥିବା କାରଣରୁ ସେ ରାସ୍ତା ଭୁଲିଗଲେ ଏବଂ ବହରାଇଚ ଆଡ଼କୁ ଚାଲିଗଲେ । ଏହି ସମୟରେ ତାଙ୍କ କାର ଗୋଟିଏ ଦିଭାଇଡର ସହିତ ପିଟି ହେଇଗଲା । ଯେତେବେଳେ ପୋଲିସକୁ ଦୁର୍ଘଟଣାର ସୂଚନା ମିଳିଲା, ସେତେବେଳେ ତୁରନ୍ତ ସେଠାରେ ପୋଲିସ କର୍ମଚାରୀ ପହଁଚିଗଲେ । ସେହି ଲୋକମାନେ ରଚନାଙ୍କୁ ସମ୍ଭାଳି ନେବାକୁ ଚେଷ୍ଟା କଲେ, କିନ୍ତୁ ନିଶାରେ ଥିବା ମହିଳା ଅଫିସର୍ ଓଲଟି ପୋଲିସ ବାଲାଙ୍କୁ ହିଁ ଗାଳି କରିବା ଆରମ୍ଭ କରିଦେଲେ ।

କମିଶନରଙ୍କ ଠାରେ ଅଭିଯୋଗ କରିବେ ବୋଲି କହି ଦେଲେ ଧମକ :-

ଭିଡ଼ିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ ରଚନା କେଶରୱାନୀ ଏତେ ନିଶାରେ ଥିଲେ ଯେ ସେ ନିଜ ଗୋଡ଼ରେ ମଧ୍ୟ ଠିଆ ହୋଇପାରୁ ନଥିଲେ । ତାଙ୍କୁ କୌଣସି ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ପୋଲିସ ବହୁତ୍ ପରିଶ୍ରମ କରୁଥିବାର ଦେଖାଗଲେ । ମହିଳା ପୋଲିସ କର୍ମଚାରୀ ତ ତାଙ୍କୁ ଆରାମରେ କାରରେ ବସିବପାଇଁ କହିଲେ, କିନ୍ତୁ ମହିଳା ଅଫିସର୍ ଓଲଟା ତାଙ୍କୁ ହିଁ ଧମକ ଦେବାକୁ ଲାଗିଲେ ।

ପୋଲିସ କହିଛି ଯେ ମାମଲା ଉଚ୍ଚ ଅଧିକାରୀଙ୍କର ଥିଲା । ଏପରି ପରିସ୍ଥିତିରେ ପୋଲିସକୁ ପ୍ରୋଟୋକଲ ପାଳନ କରିବାର ଥିଲା । ସେମାନେ କେବଳ ଯାଞ୍ଚ କରିନଥାନ୍ତେ ବରଂ ତାଙ୍କ ବିରୋଧରେ ଆକ୍ସନ ମଧ୍ୟ ନେଇଥାନ୍ତେ । ଏହି କାରଣରୁ ଏହି ମାମଲାକୁ ବରିଷ୍ଠ ପୋଲିସ ଅଫିସରଙ୍କ ପାଖକୁ ପଠାଇ ଦିଆଗଲା । ସେହିପରି ଶ୍ରମ ବିଭାଗକୁ ମଧ୍ୟ ମାମଲାର ସୂଚନା ଦିଆଯାଇଛି ।

Leave A Reply

Your email address will not be published.