ଆପଣଙ୍କର ଅଚାନକ ପଇସା ଦରକାର୍ ପଡୁଛି ଆଉ କାହାଠାରୁ ବି ଉଧାର ମଧ୍ୟ ମିଳୁନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ, ଏହି 5ଟି ଉପାୟରେ ତୁରନ୍ତ ନେଇପାରିବେ ଲୋନ

0

Get real time updates directly on you device, subscribe now.

5 Ways To Get Loan: ପ୍ରାୟତଃ ଏପରି ମଧ୍ୟ ହୋଇଥାଏ ଯେ ଆପଣଙ୍କୁ ଅଚାନକ ପଇସା ଦରକାର୍ ପଡେ ଏବଂ ବାହାରୁ ଆପଣଙ୍କୁ କେହି ବି ଉଧାର ଦିଅନ୍ତି ନାହିଁ । ଏପରି ପରିସ୍ଥିତିରେ ଆପଣଙ୍କ ପାଖରେ ଗୋଟିଏ ଲୋନ ନେବାର ଅପ୍ସନ୍ ରହିଥାଏ । ତେବେ ଏଠାରେ ପ୍ରଶ୍ନ ଆସୁଛି ଯେ ଯଦି ଆପଣ ବ୍ୟାଙ୍କରୁ ଲୋନ ନେବେ ତେବେ ଆପଣଙ୍କୁ କିଛି ନା କିଛି ବନ୍ଧା ରଖିବାକୁ ପଡିବ ।ଏପରି ପରିସ୍ଥିତିରେ ଅନେକ ଅପ୍ସନ୍ ରହିଛି, ଯେଉଁଥିରେ ଆପଣ ଲୋନ ନେଇପାରିବେ । ଆସନ୍ତୁ ଏପରି 5ଟି ଅପ୍ସନ୍ ବିଷୟରେ ଜାଣିବା, ଯେଉଁଠାରେ ଆପଣଙ୍କୁ ସହଜରେ ଲୋନ ମିଳିପାରିବ ।

ସେୟାରରେ ଲୋନ :-

ଯଦି ଆପଣ ସେୟାରରେ ପଇସା ଲଗାଇଛନ୍ତି, ତେବେ ଆବଶ୍ୟକ ପଡିଲେ ଏହାକୁ ବିକ୍ରି ନୁହେଁ ବରଂ ଆପଣ ନିଜ ସେୟାରରେ ଲୋନ ନେଇପାରିବେ । ପକୋ ସେୟାର ଉପରେ ତାର ମୂଲ୍ୟର 50 ପ୍ରତିଶତ ସହିତ ସମାନ ପର୍ଯ୍ୟନ୍ତ ଲୋନ ମିଳିପାରିବ । ଏଥିରେ ଆପଣଙ୍କୁ 11-22 ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିପାରେ ।ଏଠାରେ ଲୋନର ଅବଧି ବ୍ୟାଙ୍କ୍ ସ୍ଥିର କରିବ ।

ରେଶିଡେନ୍ସିଆଲ ପ୍ରପର୍ଟି ଉପରେ ଲୋନ :-

ଆପଣଙ୍କୁ ଦରକାର୍ ସମୟରେ ଲୋନ ଦେବାରେ ଆପଣଙ୍କ ଘର କାମରେ ଆସିପାରେ । ଆପଣ ନିଜ ଘରର ମୂଲ୍ୟର 60-70 ପ୍ରତିଶତ ପର୍ଯ୍ୟନ୍ତ ଲୋନ ପାଇପାରିବେ । ଏହି ଲୋନ ଆପଣ ଦୁଇ ବର୍ଷରୁ ନେଇ 20 ବର୍ଷ ପର୍ଯ୍ୟନ୍ତ ଅବଧି ପର୍ଯ୍ୟନ୍ତ ପାଇଁ ନେଇପାରିବେ । ଏଥିରେ ଆପଣଙ୍କୁ 11-15 ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିପାରେ ।

ଏଫଡି ଉପରେ ମଧ୍ୟ ପାଇପାରିବେ ଲୋନ :-

ଆପଣ ଦରକାର୍ ସମୟରେ ଏଫଡି ଭାଙ୍ଗିବା ବଦଳରେ ଏହା ଉପରେ ଲୋନ ନେଇପାରିବେ । ଆପଣଙ୍କୁ ଏଫଡି ଉପରେ 90 ପ୍ରତିଶତ ମୂଲ୍ୟ ପର୍ଯ୍ୟନ୍ତ ଲୋନ ମିଳିପାରେ । ଏଥିରେ ସୁଧ ଟିକେ ଅଧିକ ହୋଇପାରେ । ଏପରି କରିବା ଦ୍ବାରା ଆପଣଙ୍କ ଏଫଡି ସୁରକ୍ଷିତ ରହିବ ଏବଂ ଆପଣ ନିଜ ଆବଶ୍ୟକତା ମଧ୍ୟ ପୂରଣ କରିପାରିବେ ।

ସୁନା ଉପରେ ମଧ୍ୟ ମିଳିଥାଏ ଲୋନ :-

ଆପଣ ନିଜ ଘରେ ରଖିଥିବା ସୁନା ଉପରେ ମଧ୍ୟ ବ୍ୟାଙ୍କରୁ ଲୋନ ନେଇପାରିବେ । ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ଅନୁଯାୟୀ ଅଧିକାଂଶ 75 ପ୍ରତିଶତ ମୂଲ୍ୟ ପର୍ଯ୍ୟନ୍ତ ଆପଣ ଲୋନ ପାଇପାରିବେ । ଏପରି ଲୋନର ଅବଧି ପ୍ରାୟତଃ 12 ମାସ ହୋଇଥାଏ, କିନ୍ତୁ ୟାଠାରୁ ଅଧିକ ସମୟ ପାଇଁ ମଧ୍ୟ ନିଆଯାଇପାରେ । ଏହା ଉପରେ ଆପଣଙ୍କୁ 12-17 ପ୍ରତିଶତ ସୁଧ ଦେବାକୁ ପଡିପାରେ ।

ଇନସ୍ୟୁରାନ୍ସ ପଲିସି ଉପରେ ଲୋନ :-

ଆପଣ ନିଜ ଇନସ୍ୟୁରାନ୍ସ ପଲିସି ଉପରେ ମଧ୍ୟ ଲୋନ ନେଇପାରିବେ । ଏହା ଉପରେ ଆପଣଙ୍କୁ ସରେଣ୍ଡର ଭ୍ୟାଲ୍ୟୁର 85-90 ପ୍ରତିଶତ ପର୍ଯ୍ୟନ୍ତ ଲୋନ ସହଜରେ ମିଳିପାରେ । ଏହା ଉପରେ ଆପଣଙ୍କୁ 9-10 ପ୍ରତିଶତର ସୁଧ ଦେବାକୁ ପଡିପାରେ ।

Leave A Reply

Your email address will not be published.