PIB Fact Check: ସରକାର ଆପଣଙ୍କ ଖାତାକୁ ମଧ୍ୟ 2.67 ଲକ୍ଷ ଟଙ୍କା ପଠାଇଛନ୍ତି କି ? ମେସେଜ ଆସିଥିଲେ ତୁରନ୍ତ ଜାଣି ନିଅନ୍ତୁ ଏହାର ସତ୍ୟାସତ୍ୟ

0

Get real time updates directly on you device, subscribe now.

PIB Fact Check: କେନ୍ଦ୍ର ସରକାରଙ୍କ ତରଫରୁ ଦେଶବାସୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଲାଯାଇଥାଏ । ଏହି ଯୋଜନା ଗୁଡିକ ମଧ୍ୟରୁ କିଛି ଏପରି ମଧ୍ୟ ରହିଛି, ଯେଉଁଥିରେ ସିଧା ଲାଭାର୍ଥିଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରାଯାଇଥାଏ । ଗତ କିଛି ଦିନ ଧରି ଗୋଟିଏ ମେସେଜ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସରକାର ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ 2.67 ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି । ଯଦି ଆପଣଙ୍କ ପାଖରେ ଏପରି କୌଣସି ମେସେଜ ଆସିଛି, ତେବେ ସାବଧାନ ହୋଇ ଯାଆନ୍ତୁ । ସରକାରଙ୍କ ତରଫରୁ ଏହି ବିଷୟରେ ଟୁଇଟ କରି ସୂଚନା ଦିଆଯାଇଛି ।

ମେସେଜରେ କଣ ଲେଖାଅଛି ?

ଲୋକଙ୍କ ମୋବାଇଲରେ ଆସୁଥିବା ମେସେଜରେ ଦାବି କରାଯାଉଛି ଯେ ଆପଣଙ୍କ ପାଖକୁ ଏହି ପଇସା ସରକାରୀ ଯୋଜନା ଅଧୀନରେ ଖାତାରେ ଟ୍ରାନ୍ସଫର କରାଯାଉଛି । ଏହି ମେସେଜର ଶେଷରେ ଆପଣଙ୍କୁ ଗୋଟିଏ ଲିଙ୍କ ଉପରେ କ୍ଲିକ୍ କରିବାକୁ କୁହାଯାଇଥାଏ ।

ଫର୍ଜି ମେସେଜ ଠାରୁ ସାବଧାନ ରହିବା ଆବଶ୍ୟକ :-

ପିଆଇବି ନିଜର ଅଫିସିଆଲ୍ ଆକାଉଣ୍ଟରେ ଫ୍ୟାକ୍ଟ ଚେକ ମାଧ୍ୟମରେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛି । ଟୁଇଟରେ ସ୍ପଷ୍ଟ କରାଯାଇଛି ଯେ ତାଙ୍କ ତରଫରୁ ଏପରି କୌଣସି ଯୋଜନା ଚଲା ଯାଇନାହିଁ । ଏହାସହିତ ଏପରି ଆସୁଥିବା ଫର୍ଜି ମେସେଜ ଠାରୁ ସାବଧାନ ରହିବାକୁ କହିଛନ୍ତି । ଏହାସହିତ ଏହା ମଧ୍ୟ କୁହାଯାଇଛି ଯେ ଅଜଣା ଲିଙ୍କ କିମ୍ବା ମେସେଜ ଉପରେ କ୍ଲିକ୍ କରନ୍ତୁ ନାହିଁ । ଏହିପରି ମେସେଜ କବଳକୁ ଆସି ଆପଣ ନିଜ ପଇସା ଏବଂ ବ୍ୟକ୍ତିଗତ ସୂଚନା ବାଜିରେ ଲଗାଇ ପାରନ୍ତି ।

ଆପଣ ମଧ୍ୟ ଏହିପରି ଚେକ୍ କରନ୍ତୁ :-

ଆପଣଙ୍କ ପାଖକୁ ଯଦି ଏପରି କୌଣସି ମେସେଜ ଆସେ, ତେବେ ଆପଣ ଏହାର ଫ୍ୟାକ୍ଟ ଚେକ୍ ଅର୍ଥାତ୍ ସତ୍ୟାସତ୍ୟ ପିଆଇବିର ମାଧ୍ୟମରେ କରିପାରିବେ । ଏଥିପାଇଁ ଆପଣଙ୍କୁ https://factcheck.pib.gov.in/ କୁ ଯାଇ ଭିଜିଟ କରିବାକୁ ପଡିବ । ଏହା ବ୍ୟତୀତ ଆପଣ ଏଥିପାଇଁ ହ୍ୱାଟସ ଆପ ନମ୍ୱର୍ +918799711259 କିମ୍ବା ଇମେଲ: [email protected] ରେ ମଧ୍ୟ ସୂଚନା ମେଲ୍ କରିପାରିବେ ।

Leave A Reply

Your email address will not be published.