ବୟଫ୍ରେଣ୍ଡର ନିର୍ବନ୍ଧ ହେବା କାରଣରୁ ଛାତ୍ରୀ ରାଗିଯାଇ ପହଞ୍ଚିଲେ ତାଙ୍କ ଘରେ, ପ୍ରେମିକ ବାହାରକୁ ନ ବାହାରିବାରୁ କରିଦେଲେ ଏହି ଭୟଙ୍କର କାଣ୍ଡ

0

Get real time updates directly on you device, subscribe now.

ପ୍ରେମରେ ଧୋକର ଏହି ଘଟଣା ଗ୍ବାଲିୟର ସହରରୁ ସାମ୍ନାକୁ ଆସିଛି । ଏଠାରେ ପିଣ୍ଟ ପାର୍କର ସୈନିକ କଲୋନୀରେ ସତେନ୍ଦ୍ର ସିଂହ ଚୌହାନ ଡବରା ରୁହନ୍ତି । ସେ ବୃତ୍ତିରେ ଜଣେ ଶିକ୍ଷକ ଅଟନ୍ତି ଏବଂ ନିଜ ପରିବାର ସହିତ ଏଇଠି ରୁହନ୍ତି । ତାଙ୍କର 21 ବର୍ଷୀୟ ଗୋଟିଏ ଝିଅ ଅଛି, ଯାହାର ନାମ ସୃଷ୍ଟି ମୁରାର ଅଟେ । ସୃଷ୍ଟି ବର୍ତ୍ତମାନ ବିଜୟାରାଜେ ସିନ୍ଧିୟା ଗାର୍ଲ୍ସ କଲେଜରେ ବିଏସସି ଶେଷ ବର୍ଷର ଛାତ୍ରୀ ଅଟନ୍ତି ।

ପୋଲିସ କହିବା ଅନୁଯାୟୀ ତାର କୌଣସି ଆଶିଷ ନାମକ ଯୁବକ ସହିତ ଅଫେୟାର ଚାଲିଥିଲା । ଦୁହିଁଙ୍କର ବହୁତ୍ ସମୟ ଧରି ମିଳାମିଶା ଚାଲିଥିଲା । ଏହାପରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ । ସୃଷ୍ଟି ନିଜ ବୟଫ୍ରେଣ୍ଡ ଆଶିଷ ସହିତ ବିବାହ କରିବାକୁ ଭାବି ସାରିଥିଲେ, କିନ୍ତୁ ଆଶିଷ ମନରେ ଆଉ କିଛି ଚାଲିଥିଲା ।

ବାପା ଗଲେ ସମ୍ପର୍କ ମାଗିବାପାଇଁ, ଯୁବକଙ୍କର ହୋଇ ସାରିଥିଲା ନିର୍ବନ୍ଧ :-

ସୃଷ୍ଟି ନିଜର ଏହି ସମ୍ପର୍କ ବିଷୟରେ ଘରାଲୋକଙ୍କୁ ଆଗରୁ କହିନଥିଲେ । ତାଙ୍କ ବାପା କହିଛନ୍ତି ଯେ 10 ଦିନ ପୂର୍ବରୁ ହିଁ ସେ କହିଥିଲେ ଯେ ସେ ଆଶିଷ ନାମକ ଯୁବକଙ୍କୁ ଭଲ ପାଉଛନ୍ତି । ସେ ତାଙ୍କୁ ବିବାହ କରିବାକୁ ଜିଦ୍ କରୁଥିଲେ । ଘରଲୋକେ ତାଙ୍କ କଥାକୁ ସମ୍ମାନ ଜଣାଇ ଆଶିଷଙ୍କ ଘରକୁ ଯିବାପାଇଁ ଏବଂ ସମ୍ପର୍କ ବିଷୟରେ କଥାବାର୍ତ୍ତା ହେବାକୁ ନିଷ୍ପତ୍ତି ନେଲେ ।

ଝିଅର ଜିଦ୍ ପରେ ଯେତେବେଳେ ପରିବାର ଲୋକେ ଆଶିଷଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କଲେ, ସେତେବେଳେ ମାମଲା ଆଉ କିଛି ବାହାରିଲା । ଆଶିଷ ପୂର୍ବରୁ ହିଁ ଏଙ୍ଗେଜଡ ବାହାରିଲା । ତାର ତିନି ଦିନ ପୂର୍ବରୁ ହିଁ ନିର୍ବନ୍ଧ ହୋଇ ସାରିଥିଲା । ଘର ଲୋକମାନେ ଯେତେବେଳେ ତାର ନିର୍ବନ୍ଧ ବିଷୟରେ ସୃଷ୍ଟିକୁ କହିଲେ, ସେତେବେଳେ ସେ ରାଗରେ ନିଆଁ ହୋଇଗଲା । ତାଙ୍କର ଆଶିଷ ସହିତ ଖୁବ୍ ଝଗଡା ମଧ୍ୟ ହୋଇଥିଲା ।

ରାଗରେ ଗଲେ ବୟଫ୍ରେଣ୍ଡ ଘରକୁ ଏବଂ କରିଦେଲେ ଏମିତି କାଣ୍ଡ :-

ଶୁକ୍ରବାର ଦିନ ସେ ରାଗ ତମତମ ହୋଇ ଏସଏଲପି କଲେଜ ଅଞ୍ଚଳରେ ରହୁଥିବା ନିଜ ପ୍ରେମିକ ଆଶିଷଙ୍କ ଘରକୁ ଯାଇଥିଲେ । ବାହାରେ ଥାଇ ସେ ବହୁତ୍ ଡାକିଲେ, କିନ୍ତୁ ଘରୁ କେହି ବି ବାହାରିଲେ ନାହିଁ । ଏହାଦ୍ବାରା ତାଙ୍କର ଆହୁରି ରାଗ ବଢ଼ିଗଲା । ସେ ନିଜ ସହିତ ପେଟ୍ରୋଲ ବୋତଲ ଏବଂ ମାଚିସ ନେଇ ଯାଇଥିଲେ । ଯେତେବେଳେ ବହୁତ୍ ସମୟ ପର୍ଯ୍ୟନ୍ତ କେହି ବି କବାଟ ଖୋଲିଲେ ନାହିଁ, ସେତେବେଳେ ସେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଲେ ।

ଛାତ୍ରୀଙ୍କୁ ଜଳି ଯାଉଥିବା ଦେଖି ସେଠାରେ ହଙ୍ଗାମା ସୃଷ୍ଟି ହୋଇଗଲା । ଲୋକମାନେ ତୁରନ୍ତ ପାଣି ଢ଼ାଳି ଛାତ୍ରୀଙ୍କ ନିଆଁ ଲିଭାଇ ଦେଲେ । ତେବେ ସେ 80 ପ୍ରତିଶତ ଜଳି ଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ବର୍ତ୍ତମାନ ଛାତ୍ରୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କ ଅବସ୍ଥା ବହୁତ୍ ସାମାନ୍ୟ ବୋଲି କୁହାଯାଉଛି । ଏହି କାରଣରୁ ପୋଲିସ ଛାତ୍ରୀଙ୍କ ବୟାନ ମଧ୍ୟ ନେଇଛି ।

Leave A Reply

Your email address will not be published.