ସ୍ୱାମୀ ଏବଂ ଶାଶୂଘର ଲୋକଙ୍କୁ ଚକମା ଦେଇ ଚଉଠି ରାତିରେ ଫେରାର ହେଲା ନୂଆଁବୋହୂ

0

Get real time updates directly on you device, subscribe now.

ଆମ ଦେଶରେ ଆଜିକାଲି ବିବାହ ମୁହୂର୍ତ୍ତ ଚାଲିଛି । ଏହାମଧ୍ୟରେ କିଛି ଅନନ୍ୟ ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଏପରି ଗୋଟିଏ ଖବର ମୋହବତ ନଗର ଆଗ୍ରାରୁ ଆସିଛି । ଏଠିକାର ଶାହଗଞ୍ଜ ଅଞ୍ଚଳରେ ଜଣେ ରୂପା କାରିଗର ରୁହନ୍ତି । ସେ ଅବିବାହିତ ଥିଲେ ଏବଂ ବୟସ ବଢିବା କାରଣରୁ ଲଗାତାର ଝିଅ ଖୋଜୁଥିଲେ ।

ଏହାମଧ୍ୟରେ ସେ ଜାଣିପାରିଲେ ଯେ ଗୋରଖପୁରରେ ଗୋଟିଏ ଗରିବ ପରିବାର ରୁହନ୍ତି । ସେମାନେ ନିଜ ଝିଅର ବିବାହ କରିବାକୁ ଚାହୁଁଛନ୍ତି । ତେବେ ତାଙ୍କୁ ଖବର ମିଳିଲା ଯେ ସେମାନେ ବହୁତ୍ ଗରିବ ଏବଂ ଝିଅ ବିବାହର ଖର୍ଚ୍ଚ ଉଠାଇ ପାରିବେ ନାହିଁ । ଏହାପରେ ପୁଅ ପକ୍ଷର ଲୋକମାନେ ସେମାନଙ୍କ ସହ ଦେଖା କରି ସବୁ ଖର୍ଚ୍ଚ ନିଜେ କରିବାକୁ ନିଷ୍ପତ୍ତି ନେଲେ ।

25 ତାରିଖରେ ବିବାହ, 26 ତାରିଖରେ ଫେରାର :-

ଉଭୟ ପକ୍ଷ ପ୍ରସ୍ତୁତ ହେବାପରେ ପୁଅ ପକ୍ଷର ଲୋକମାନେ ବିବାହର ମୁହୁର୍ତ୍ତ ବାହାର କଲେ । ଏପ୍ରିଲ 25 ତାରିଖରେ ବିବାହ ହେବ ବୋଲି ସ୍ଥିର କରାଗଲା । ବର ଆଗ୍ରାରୁ ନିଜର ବରଯାତ୍ରୀ ନେଇ ଗୋରଖପୁର ପହଞ୍ଚିଲା । ସେଠାରେ ପୂର୍ବରୁ ହିଁ ସବୁ ପ୍ରସ୍ତୁତି ହୋଇସାରିଥିଲା । ଦୁହିଁଙ୍କର ସବୁ ରୀତିନୀତି ଏବଂ ପରମ୍ପରା ସହିତ ବିବାହ ମଧ୍ୟ ହୋଇଗଲା । ଏହାପରେ ବର ଏପ୍ରିଲ 26 ତାରିଖ ସକାଳେ କନ୍ୟା ସହିତ ଆଗ୍ରା ଆସିଗଲା ।

ପୁରା ପରିବାରରେ ନୂଆଁ ବୋହୂ ଆସିବା କାରଣରୁ ବହୁତ୍ ଖୁସିରେ ଥିଲେ । ପରିବାରର ଲୋକମାନେ ଅତିଥି ସତ୍କାରରେ ମଜ୍ଜି ଯାଇଥିଲେ । ଧିରେ ଧିରେ ସମୟ ବିତିଯାଇ ରାତି ହେଲା । ଚଉଠି ରାତି ହେବା କାରଣରୁ ବର ଏବଂ କନ୍ୟା ନିଜ ରୁମକୁ ଚାଲିଗଲେ । ଏହାମଧ୍ୟରେ ଯେତେବେଳେ ବର ଶୋଇପଡ଼ିଲା, ସେତେବେଳେ ରାତି 12 ଟା ସମୟରେ କନ୍ୟା ଶାଶୂଘରର ପାଚେରୀ ଡେଇଁ ଫେରାର ହୋଇଗଲା ।

ସାମ୍ନାକୁ ଆସିଲା ଏହି ସତ, ବର ପହଞ୍ଚିଲା ପୋଲିସ ପାଖରେ :-

କନ୍ୟା ରାତି 12 ଟା ହେବା ପୂର୍ବରୁ ନିଜ ସ୍ୱାମୀର କବାଟ ଲକ୍ କରିଦେଲା । ଏହାପରେ ନିଜ ଶାଶୁ ଶ୍ୱଶୁରଙ୍କ କବାଟକୁ ମଧ୍ୟ ବାହାରୁ ବନ୍ଦ କରିଦେଲେ । ତାପରେ ସେ ପାଚେରୀ ଡେଇଁ ଫେରାର ହେବାକୁ ଲାଗିଲା । ଏହା ମଧ୍ୟରେ କଲୋନୀର ଚୌକିଦାରର ନଜର ତା ଉପରେ ପଡ଼ିଗଲା । ଚୌକିଦାର ବାହାରର ଗେଟ ଖୋଲିବାକୁ ମନା କରିବାରୁ ସେ ଧମକ ଦେଇ ଗେଟ ଖୋଲି ଫେରାର ହୋଇଗଲା ।

ଚୌକିଦାର ତୁରନ୍ତ ଏହି କଥା କହିବାକୁ ତାଙ୍କ ଶାଶୁଘରେ ପହଞ୍ଚିଲା, ସେତେବେଳେ ବାହାରୁ ଗେଟ ବନ୍ଦ୍ ଥିଲା । ଯେତେବେଳେ କବାଟ ଖୋଲାଗଲା ଏବଂ ଘରକୁ ଚେକ୍ କରାଗଲା, ସେତେବେଳେ ସବୁ ସୁନା ଗହଣା ଗାଏବ ଥିବାର ଜଣାପଡ଼ିଲା । ଏହାପରେ ବର ଜାଣିଲା ଯେ ସେ ଗୋଟିଏ ଲୁଟେରି କନ୍ୟା କବଳରେ ଫସି ଯାଇଛନ୍ତି । ସେ ତୁରନ୍ତ ଥାନାକୁ ଦୌଡିଲା ଏବଂ କେସ କଲା । ବର୍ତ୍ତମାନ ପୋଲିସ ତାକୁ ଖୋଜିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.