21 କିଲୋମିଟର ବାଟ ଦୌଡ଼ି ଦୌଡ଼ି ମିଟିଙ୍ଗରେ ପହଞ୍ଚିଲେ DIG ସାହେବ, ଜାଣନ୍ତୁ କାହିଁକି 2 ଘଣ୍ଟା 37 ମିନିଟ୍ ପର୍ଯ୍ୟନ୍ତ ଦୌଡ଼ି ଚାଲିଲେ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଜଣେ ସିନିୟର ଆଇପିଏସ ଅଫିସର ତଥା ଡିଆଇଜି ବିବେକ ସିଂହ 21 କିଲୋମିଟର୍ ଦୌଡ଼ି ମିଟିଙ୍ଗରେ ପହଞ୍ଚିବା ପାଇଁ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବହୁତ୍ ଗରମରେ ଏବଂ ଖରାରେ ବହୁ କିଲୋମିଟର୍ ପର୍ଯ୍ୟନ୍ତ ଦୌଡ଼ୁଥିବାର ଦେଖାଯାଉଛନ୍ତି ।

ଛତ୍ରପୁର ରେଞ୍ଜର ଡିଆଇଜି ବିବେକ ରାଜ ସିଂହ ମିଟିଙ୍ଗରେ ପହଞ୍ଚିବା ପାଇଁ ଦୌଡ଼ିଲେ । ଏହା ନୁହେଁ ଯେ ତାଙ୍କ କାର ଖରାପ ହୋଇ ଯାଇଥିଲା କିମ୍ବା କୌଣସି କାରଣରୁ ତାଙ୍କର ବିଳମ୍ବ ହୋଇଯାଇଛି | ବାସ୍ତବରେ ବିବେକ ରାଜ ସିଂହ ଦୌଡ଼ିବା ପାଇଁ ଭଲ ପାଆନ୍ତି ଏବଂ ପ୍ରାୟତଃ ଯେଉଁଠାରେ ସେ ନିଜର ହବି ପୂରଣ କରିବାର ସୁଯୋଗ ପାଆନ୍ତି, ସେତେବେଳେ ସେ ଦୌଡ଼ିବା ଆରମ୍ଭ କରନ୍ତି |

ଡ଼ିଆଇଜି ବିବେକ ରାଜ ସିଂହ ତାଙ୍କ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି | ଛତ୍ରପୁରର ଆଖପାଖରେ ତାଙ୍କୁ ଅନେକ ସମୟରେ ସାଇକେଲ ଚଲାଇବା, ଦୌଡ଼ିବା ଏବଂ ଜିମ ଯାଉଥିବାର ଦେଖାଯାଏ | ବୁଧବାର (ଏପ୍ରିଲ 27 ତାରିଖ 2022), ଯେତେବେଳେ ସେ ପାନ୍ନାରେ ଏକ ବିଭାଗୀୟ ମିଟିଙ୍ଗ ପାଇଁ ଯାଉଥିଲେ, ସେତେବେଳେ ମଝି ରାସ୍ତାରେ ଓହ୍ଲାଇପଡିଲେ ଏବଂ ଦୌଡ଼ି ଦୌଡ଼ି ମିଟିଙ୍ଗରେ ପହଞ୍ଚିଥିଲେ |

ସକାଳ 6ଟା ସମୟରେ ପାନ୍ନା ବୋର୍ଡର ପାଖରେ କେନ୍ ନଦୀର ପୋଲ ପାଖରେ ପହଞ୍ଚିବା ମାତ୍ରେ ହିଁ ଡିଆଇଜି ନିଜ ଗାଡିରୁ ଓହ୍ଲେଇ ଗଲେ ଏବଂ ଦୌଡ଼ିବା ଆରମ୍ଭ କରିଦେଲେ । 21 କିଲୋମିଟରର ଯାତ୍ରା ସେ 2 ଘଣ୍ଟା 37 ମିନିଟରେ ଦୌଡ଼ି ଦୌଡ଼ି ପୁରା କଲେ । ଡିଆଇଜି ବିବେକ ରାଜ ସିଂହ ଏହିପରି ଗାଡ଼ି ଛାଡି କାହିଁକି ଦୌଡ଼ି ଦୌଡ଼ି ମିଟିଙ୍ଗରେ ପହଞ୍ଚିଲେ ?

ଏହି ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ମତେ ସକାଳେ ବିଭାଗର ସମୀକ୍ଷା ବୈଠକରେ ପହଞ୍ଚିବାର ଥିଲା, ଏହି କାରଣରୁ ମୋ ରୁଟିନ ଯେପରି ଡିଷ୍ଟର୍ବ ନ ହେବ ଏବଂ ନିଜର ଫିଟନେସ ମେଣ୍ଟେନ୍ ରଖିବାପାଇଁ ମୁଁ ଦୌଡ଼ିବା ଆରମ୍ଭ କଲି । ଏହାସହିତ ଡିଆଇଜି ସମସ୍ତଙ୍କୁ ନିଜକୁ ଫିଜିକାଲି ଫିଟ୍ ରଖିବାପାଇଁ ଅନୁରୋଧ କରିଛନ୍ତି, ଯେପରିକି ମେଣ୍ଟାଲି ମଧ୍ୟ ଆକ୍ଟୀଭ ରହିପାରିବେ । ସେ ସମସ୍ତଙ୍କ ଠାରୁ ପ୍ରତିଦିନ ୱାର୍କ୍ ଆଉଟ୍ କରିବାପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.