ଏହି ଏସିକୁ କରିନିଅନ୍ତୁ ଖଟ ଉପରେ ଇନଷ୍ଟଲ,ଗରମରୁ ଦେଇଦେବ ଆରମ୍

0

Get real time updates directly on you device, subscribe now.

ଦେଶରେ ପ୍ରତିଦିନ ଗରମର ପ୍ରକୋପ ବଢି ଚାଲିଛି । ଏମିତିରେ ସମସ୍ତେ ବିଜୁଳିର ଅଲଗା ଅଲଗା ଉପକରଣ ଲଗାଉଛନ୍ତି । ଏହି ଉପକରଣ ଆପଣଙ୍କୁ ବିଜୁଳିରୁ ମୁକ୍ତି ଦେବାର କାମରେ ଆସିପାରେ । ଏମିତିରେ ତ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ଏସି ହୋଇଥାଏ କିନ୍ତୁ ଏସି ଆଜିକାଲି ଏତେ ମହଙ୍ଗା ହେଉଛି କି ଆପଣଙ୍କ ବଜେଟ ବାହାରେ ହୋଇପାରେ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ବିଜୁଲିର ଉପକରଣ ବିଷୟରେ କହୁଛୁ ଯାହା ଆପଣଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ପ୍ରମାଣିତ ହୋଇପାରେ ।

ଆପଣ ସ୍ପିଲ୍ଟ ଏୟାର କଣ୍ଡିସନର ଏବଂ ଉଇଣ୍ଡୋ ଏୟାର କଣ୍ଡିସନର ଏସି ଦେଖିଥିବେ । ଗୋଟିଏ କୁ ଘରର ଝରକାରେ ଲଗାଯାଇପାରେ,ତେବେ ଅନ୍ୟଟିକୁ ଘର ଭିତର କାନ୍ଥରେ ଲଗାଯାଇ ପାରେ । ଯଦିଓ ଏହି ଦୁଇଟି ଏସିକୁ କୁଲ କରିବାରେ କିଛି ସମୟ ଲାଗିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ବ୍ୟକ୍ତିଗତ ଏସି ବିଷୟରେ କହୁଛୁ ଯାହାକୁ ଆପଣ ଆପଣଙ୍କ ଖଟରେ ଲଗେଇ ପାରିବେ ଏହା ଆପଣଙ୍କୁ ସଂଗେ ସଂଗେ ପ୍ରଚୁର ଗରମରୁ ଆରାମ ଦେଇପାରେ ।

ମୂଲ୍ୟ:-

ଏହି ଏୟାର କଣ୍ଡିସନର ଆପଣଙ୍କ ବଜେଟ ରେ ଉପଲବ୍ଧ ଅଛି । ଏହି ସମୟରେ ଏହା ଆପଣଙ୍କୁ ଅଲ୍ଲୀ ବାବା ଡଟ କମ୍ ରେ ମିଳି ପାରିବ । ଏହାକୁ ୧୫,୦୦୦ ଟଙ୍କାରୁ ୧୬,୦୦୦ ଟଙ୍କା ମଧ୍ୟରେ କିଣିପାରିବେ । ଏହି ଏୟାର କଣ୍ଡିସନର ଗୋଟିଏ ନୁହେଁ ବରଂ ଦୁଇ ୟୁନିଟ ରେ ମିଶିକି ତିଆରି ହୋଇଛି । ଏହି ଦୁଇଟି ୟୁନିଟ୍ ମିଳିତ ହେବା ମାତ୍ରେ ଏହି ଏୟାର କଣ୍ଡିସନର ସଂପୂର୍ଣ୍ଣ ହୋଇଯାଏ ।

କେଉଁ ପ୍ରକାରରେ କାମ କରେ ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି ଏହି ଏୟାର କଣ୍ଡିସନର ଗୋଟିଏ ଗଦି ସହିତ ଆସିଥାଏ । ପାଇପ ଜରିଆରେ ଥଣ୍ତା ପବନ ଗଦି ଭିତରେ ପ୍ରବେଶ କରିଯାଏ ଏହା ପରେ ଏହା ଉପରେ ସୋଇଥିବା ଲୋକକୁ ଥଣ୍ଡା ଅନୁଭବ ହୋଇଥାଏ ।

Leave A Reply

Your email address will not be published.