ଛାତ୍ର ଛୁଟି ପାଇଁ ଦେଲା ମଜାଦାର ଆବେଦନ ପତ୍ର,ଲେଖିଲା ମୁଁ ନ ଆସିଲେ କେଉଁ ସ୍କୁଲ ବନ୍ଦ ହୋଇଯିବ ?

0

Get real time updates directly on you device, subscribe now.

ସ୍କୁଲରେ ଯେତେବେଳେ ଛୁଟି ଆବଶ୍ୟକ ହୋଇଥାଏ, ସେତେବେଳେ ଛାତ୍ର ପ୍ରିନ୍ସପାଲକୁ ଦରଖାସ୍ତ ଦେଇଥାଏ|ଏହାପରେ ଛୁଟି ମିଳେ|ଏଵେ ସୋସିଆଲ ମିଡିଆରେ ଏକ ଛାତ୍ର ଛୁଟି ପାଇଁ ଏଭଳି ବାହାନା ବନାଇଥିଲେ ଯାହାକୁ ଜାଣି ପ୍ରିନ୍ସପାଲର ହୋସ ଉଡ଼ିଗଲା|ଛାତ୍ର ଆବେଦନ ରେ ଲେଖିଥିଲେ ଯେ ,”ମୋର ଦେହାନ୍ତ ହୋଇଗଲା,ମୋତେ ଅଧାଦିନର ଛୁଟି ଆବଶ୍ୟକ|ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିପାଇଁ ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିଥିଲେ|

ଏଵେ ଆଉ ଗୋଟିଏ ମଜାଦାର ଦରଖାସ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏହି ଆବେଦନ ଏପରି ଯେ ଦେଖିଲେ ହସିହସି ଗଡିଯିବେ|ଏହାକୁ ଜଣେ ଆଇଏଏସ ଅଧିକାରୀ ଅର୍ପିତ ବର୍ମା ଅଫିସିଆଲ୍ ଟୁଇଟରରେ ଏକାଉଣ୍ଟରେ ସେୟାର କରିଛନ୍ତି|ଏହା ବୁନ୍ଦେଲଖଣ୍ଡି ଭାଷାରେ ବହୁ ମଜାଦାର ଭାବେ ଲେଖାଯାଇଅଛି|ଏହା ସୋସିଆଲ ମିଡିଆରେ ବହୁ ଜୋରରେ ଭାଇରାଲ ହେଉଛି|

ଏହି ଆବେଦନ ପତ୍ରରେ ଛାତ୍ର ଲେଖିଛନ୍ତି ଯେ ,”ମାନନୀୟ, ପ୍ରଧାନଶିକ୍ଷକ ,ମାଧ୍ୟମିକ ଶିକ୍ଷା ପରିଷଦ,ବୁନ୍ଦେଲଖଣ୍ଡ ,ମହାଶୟ ଏହା ଯେ ଦୁଇ ଦିନ ହେଲାଣି ଵହୁ ଜୋରରେ ଜ୍ୱର ହେବା ସହ ନାକରୁ ପାଣି ବୋହୁଛି|ଫଳରେ ମୁଁ ସ୍କୁଲ ଆସି ପାରିଲି ନାହିଁ|ତେଣୁ ୨-୪ ଦିନ ଛୁଟି ଦିଅନ୍ତେ ଭଲ ହୁଅନ୍ତା ମୁଁ ନ ଆସିଲେ କ’ଣ ସ୍କୁଲ ବନ୍ଦ ହୋଇଯିବ ଯେ ?

ଇତି ତୁମର ଅଯୋଗ୍ୟ ଶିଷ୍ୟ …କଳୁଆ

ସୋସିଆଲ ମିଡିଆ ୟୁଜର୍ସ ଏହାକୁ ବହୁ ପସନ୍ଦ କରୁଛନ୍ତି|ଲୋକମାନେ ଏହାକୁ ପଢି ମଜା ଲାଗୁଛି|ଏଥିରେ ଲୋକମାନେ ଖୁବ ମଜାଦାର କମେଣ୍ଟ କରୁଛନ୍ତି|ଜଣେ ୟୁଜର ଲେଖିଛନ୍ତି,”ଛୋଟ ବେଳର ମୁହୁର୍ତ୍ତ ମନେ ପଡ଼ିଲା|ଏହାକୁ ଏପର୍ଯ୍ୟନ୍ତ ୭ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|

Leave A Reply

Your email address will not be published.