ସ୍କୁଲ ଲେଟ ଆସିବାର କାରଣ ପଚାରିବାରୁ ପ୍ରିନ୍ସପାଲ ସହ ଯୁକ୍ତି ଲାଗିଲା ଚପରାସୀ ,ଚାଲିଲା ଲାଠି, ଦଣ୍ଡା

0

Get real time updates directly on you device, subscribe now.

ଝାଡ଼ଖଣ୍ଡ ଜିଲ୍ଲାର ପାଲାମୁ ମେଦିନୀନଗର ସ୍ଥିତ ଜିଲ୍ଲା ସ୍କୁଲରେ ପ୍ରିନ୍ସପାଲ ଓ ପିଅନ ମଧ୍ୟରେ ଜମେଇକି ମାରପିଟ ହୋଇଛି|ଘଟଣାର ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରିନ୍ସପାଲ ଓ ପିଅନ ଜଣେ ଜଣଙ୍କ ଉପରେ ଯୁକ୍ତିତର୍କ ସହ ଲଢେଇ କରୁଛନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ଏହି ଲଢେଇକୁ ଦେଖୁଛନ୍ତି|ଏହି ଭିଡିଓ ଶୁକ୍ରବାର ସକାଳର ଅଟେ|ମାରପିଟରେ ପିଅନର ହାତ ଆହତ ଲାଗିଛି|

ସ୍କୁଲ ପ୍ରିନ୍ପପାଲର ନାମ କରୁଣାଶଙ୍କର ତିୱାରୀ|ପିଅନର ନାମ ହିମାଂଶୁ ତିୱାରୀ|ଭିଡିଓରେ ସଫାସଫା ଦେଖାଯାଏ ଯେ ପ୍ରିନ୍ସିପାଲ ଓ ପିଅନ ମଧ୍ୟରେ ଲାଠି ଦଣ୍ଡାରେ ପ୍ରହାର କରୁଛନ୍ତି|ଏହାସହ ଦୁହେଁ ଦୁହିଁଙ୍କୁ ଗାଳିଗୁଲଜ କରୁଛନ୍ତି|ମାରପିଟ ଯୁକ୍ତିତରରକରୁ ଆରମ୍ଭ ହୋଇଥିଲା|କଥା ଏତେ ବଢିଲା ଯେ ଦୁହିଁଙ୍କ ମଧ୍ୟରେ ଲାଠିମାଡ କଲା|

ଘଟଣା ସମ୍ପର୍କରେ ବତାଗଲା ଯେ ପିଅନ ହିମାଂଶୁ ସମୟରେ ସ୍କୁଲ ଆସନ୍ତି ନାହିଁ|ପ୍ରିନ୍ସପାଲ କରୁଣା ଶଙ୍କର କହିବା କଥା ଯେ ସେ ପିଅନକୁ ଲେଟ୍ ଆସିବାର କାରଣ ପଚାରିଲେ ଫଳରେ ସେ ଯୁକ୍ତିତର୍କ ଓ ଗାଳିଗୁଲଜ କଲା|ସେ କହିଛନ୍ତି ପିଅନ ସଫାସୁତୁରା କରେ ନାହିଁ|ସେ ପରିସରରେ ଲଗାଯାଇଥିବା ଗଛରେ ମଧ୍ୟ ପାଣି ଦିଏ ନାହିଁ ଫଳରେ ଗଛ ଶୁଖି ଗଲାଣି|ସେ ସ୍କୁଲରେ ବସିବସି ଯାଏ|

ଅପରପକ୍ଷରେ ପିଅନ ପ୍ରିନ୍ସପାଲ ଉପରେ ସମସ୍ତ ଆରୋପ ଲଗାଇଛନ୍ତି|ସେ କହିଛନ୍ତି ଯେ ମୁଁ ଛ ରେ ସ୍କୁଲ ପହଞ୍ଚେ|ବିନା କାରଣରେ ପ୍ରିନ୍ସପାଲ ରାଗିଲେ ଓ ଦଣ୍ଡାରେ ମାରପିଟ କଲେ|ସେ କହିଛନ୍ତି ଆମେ ପିଅନ ବୋଲି ଆମର ଇଜ୍ଜତ ନାହିଁ|ସେ ପ୍ରିନ୍ସପାଲ ଉପରେ ଗମ୍ଭୀର ଆରୋପ ଲଗାଇବା ସହ ଜିଲ୍ଲା ସ୍କୁଲ ଛାତ୍ରାବାସର ଇଟା,କାଠ ଓ ଲୁହା ବିକ୍ରି କରି ଦେଇଛନ୍ତି|ଏହାର ବିରୋଧ କରିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଲେ|

Leave A Reply

Your email address will not be published.